ଆଜିଠୁ ଟ୍ବିନ୍‌ ସିଟିରେ ସବୁ ମଲ୍‌ ବନ୍ଦ

Published: Mar 16, 2020, 8:38 am IST

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର : ଆଜିଠାରୁ ଟୁଇନ୍‌ ସିଟି ଭୁବନେଶ୍ବର – କଟକ ଅଞ୍ଚଳରେ ଥିବା ସମସ୍ତ ମଲ୍‌ ବନ୍ଦ ରଖିବାକୁ କମିଶନରେଟ୍‌  ପୋଲିସ୍‌ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏହା ଆସନ୍ତା 31 ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ । କରୋନା ପାଇଁ ଏହିସବୁ ମଲ୍‌ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ଓଡିଶା ସହରାଂଚଳ ପୋଲିସ ଆଇନର ଧାରା 35 ଅନୁସାରେ ଆଗାମୀ ମାର୍ଚ୍ଚ 31 ତାରିଖ ଯାଏଁ ସମସ୍ତ ମଲ ବନ୍ଦ ରହିବ ବୋଲି ଟ୍ୱିଟ କରି ସୂଚନା ଦେଇଛି କମିଶନରେଟ ପୋଲିସ ।କରୋନା ଭୂତାଣୁର ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର ଅନେକ ମୁକାବିଲା ମୂଳକ ପଦକ୍ଷେପ ନେଇଛନ୍ତି । ମାର୍ଚ୍ଚ 31 ଯାଏଁ ସିନେମା ହଲ, ସୁଇମିଂ ପୁଲ ଓ ଜିମ୍ ବନ୍ଦ ରଖିବାକୁ କୁହାଯାଇଥିଲା ।

ସେହିପରି ମାର୍ଚ୍ଚ 31 ତାରିଖ ଯାଏଁ ରାଜ୍ୟରେ ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା ହୋଇଛିି । ସେମିନାର, ୱାର୍କସପ୍, କନଫରେନ୍ସ ଉପରେ କଟକଣା ଲଗାଯାଇଛି । ଧର୍ମୀୟ ଉତ୍ସବ ଓ ବିବାହ ଭୋଜି ଭଳି ସାମାଜିକ କାର୍ଯ୍ୟକ୍ରମ ଗୁଡିକୁ ନିୟନ୍ତ୍ରିତ କରାଯାଉଛି । ତେବେ ଓଡ଼ିଶାରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଛି । ସମ୍ପୃକ୍ତ ଯୁବକଙ୍କ ଘର ଭୁବନେଶ୍ବରର ହୋଇଥିବାବେଳେ ସେ ବର୍ତ୍ତମାନ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି ।

 

Related posts