ଏମ୍‌କେସିଜିକୁ ଫେରିଲେ କରେନା ସନ୍ଦିଗ୍ଧ

Published: Mar 16, 2020, 10:22 am IST

ବ୍ରହ୍ମପୁର : ଏମ୍‌କେସିଜିକୁ ଫେରିଲେ କରେନା ସନ୍ଦିଗ୍ଧ । ବ୍ରହ୍ମପୁର ଏମ୍‌କେସିଜି ଆଇସୋଲେସନ ୱାର୍ଡ଼ରେ ଥିବା ଜଣେ କରୋନା ସନ୍ଦିଗ୍ଧ ଗତକାଲି ମେଡ଼ିକାଲ୍‌ରୁ ଚମ୍ପଟ ମାରିଥିଲେ । ଗ୍ରାମବାସୀଙ୍କ ବାରଣ ପରେ ବାଇକ୍‌ ଯୋଗେ ହସ୍ପିଟାଲ୍‌ ଆସିଛନ୍ତି କରେନା ସନ୍ଦିଗ୍ଧ । 108 ଆମ୍ବୁଲାନ୍ସକୁ ଡକାଯାଇଥିଲା, କିନ୍ତୁ ନ ଆସିବାରୁ ସନ୍ଦିଗ୍ଧ ଜଣକ ବାଇ୍‌ରେ ଆସି ଏମ୍‌କେସିଜି କରୋନ ଓ୍ବାର୍ଡରେ ଭର୍ତ୍ତି ହୋଇଛନ୍ତି ।

ସୂଚନାଯୋଗ୍ୟ, ପୁରୀ କୃଷ୍ଣପ୍ରସାଦ ଅଂଚଳର ପ୍ରଭାତ କୁମାର ପଲାଇ (୨୪)ଙ୍କୁ ଥଣ୍ଡା, କାଶ ତଥା କରୋନା ଲକ୍ଷଣ ଦେଖାଯିବା ପରେ ବ୍ରହ୍ମପୁର ଏମ୍‌କେସିଜି ଅନ୍ତଃବିଭାଗର ଆଇସୋଲେସନ୍ ୱାର୍ଡ଼ରେ ରଖାଯାଇ ତାଙ୍କ ନମୁନା ଭୁବନେଶ୍ୱରକୁ ପଠାଯାଇଥିଲା । ଗତକାଲି ସେ ମେଡ଼ିକାଲ୍‌ରୁ କାହାରିକୁ କିଛି ନ ଜଣାଇ କେଉଁଆଡ଼େ ଚମ୍ପଟ ମାରିଛନ୍ତି । ଏନେଇ ଏମ୍‌କେସିଜି ମେଡ଼ିକାଲ୍ ସୁପରିଟେଣ୍ଡେଣ୍ଟ ବୈଦ୍ୟନାଥପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

Related posts