ଆଇସୋଲେସନ ୱାର୍ଡ ତଦାରଖ କରିବା ପାଇଁ ଏସଏସଜି ହସପିଟାଲ ଗଲେ ଜିଲ୍ଲାପାଳ ଶାଳିନୀ ଅଗ୍ରୱାଲା

Published: Mar 17, 2020, 11:45 pm IST

ଗୁଜୁରାଟ, ବରୋଦା ଜିଲ୍ଲାର ଜିଲ୍ଲାପାଳଙ୍କ ୱାର୍ଡ ତଦାରଖ ନେଇ ବର୍ତ୍ତମାନ ଚାରିଆଡେ ଚର୍ଚ୍ଚା ଚାଲିଛି। ବିଭିନ୍ନ ସମୟରେ ସେ ଭିନ୍ନ ଭିନ୍ନ ପଦକ୍ଷେପ ନେଇ ଚର୍ଚ୍ଚାରେ ରହିଆସିଛନ୍ତି। ବର୍ତ୍ତମାନ କୋରୋନା ଭାଇରସ ନେଇ ଚାରିଆଡେ ଆତଙ୍କ ଖେଳିଯାଇଥିବା ବେଳେ ବରୋଦା ଜିଲ୍ଲାପାଳ ଶାଳିନୀ ଅଗ୍ରୱାଲାଙ୍କ କାମକୁ ନେଇ ସମସ୍ତେ ପ୍ରଶଂସା କରିବାରେ ଲାଗିଛନ୍ତି।

ଶାଳିନୀ ବରୋଦାରେ ଥିବା ଏସଏସଜି ହସପିଟାଲ ଯାଇ ସେଠାରେ କରାଯାଇଥିବା ସ୍ବତନ୍ତ୍ର ଆଇସୋଲେସନ ୱାର୍ଡ ତଦାରଖ କରିଥିଲେ। ହସପିଟାଲ ସୁପରିଟେଣ୍ଡେନଣ୍ଟଙ୍କୁ କଣ କଣ ବ୍ୟବସ୍ଥା ହୋଇଛି ତାହା ଟିକିନିଖି ପଚାରି ବୁଝିଥିଲେ। ସେଠାରେ ହସିପାଟଲ କର୍ତ୍ତୁପକ୍ଷଙ୍କୁ ତୁରନ୍ତ ଥଣ୍ଡାକାସ ପାଇଁ ଏକ ସ୍ବତନ୍ତ୍ର ଚିକିତ୍ସା ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ଜିଲ୍ଲାପାଳ ଡାକ୍ତରମାନେ ବ୍ୟବହାର କରିବାକୁ ଥିବା ସ୍ବତନ୍ତ୍ର ପୋଷାକର ସ୍ଥିତି ମଧ୍ୟ ପରିଖିଥିଲେ। କୋରୋନା ପ୍ରତିରୋଧ ନେଇ ଶାଳିନୀ ପୁରା ଜିଲ୍ଲା ପ୍ରଶାସନକୁ କାମରେ ଲଗାଇ ଦେଇଛନ୍ତି।

ବର୍ତ୍ତମାନ ଗୁଜୁରାଟରେ ଏକ ଶହ ଲୋକଙ୍କୁ ଆଇସୋଲେସନରେ ରଖାଯାଇଛି। ତେବେ ସେମାନଙ୍କ ମଧ୍ୟରୁ 53 ଜଣଙ୍କ ମଧ୍ୟ କିଛି ଲକ୍ଷଣ ଦେଖା ନ ଯିବାରୁ ଛାଡି ଦିଆଯାଇଛି। ଅନ୍ୟମାନଙ୍କୁ ବର୍ତ୍ତମାନ ସୁଦ୍ଧା ଆଇସୋଲେସନରେ ରଖାଯାଇଛି।

Related posts