ଭାରତରେ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା : ଭାରତୀୟ ସେନାରେ ଜଣେ ଯବାନ ମଧ୍ୟ କରୋନାରେ ଆକ୍ରାନ୍ତ

Published: Mar 18, 2020, 9:40 am IST

ନୂଆଦିଲ୍ଲୀ : କରୋନାକୁ ନେଇ ଏବେ ସାରା ବିଶ୍ବ ଚିନ୍ତିତ ଥିବାବେଳେ ଭାରତରେ ମଧ୍ୟ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ଆଜି 10ଟି ନୂତନ ମାମଲା ସାମ୍ନାକୁ ଆସିଛି । ଭାରତରେ ମୋଟ କରୋନ ପୀଡ଼ିତଙ୍କ ସଂଖ୍ୟା 147ରେ ପହଞ୍ଚିଛି ।  ସେହିପରି ପ୍ରଥମ ଥର ପାଇଁ ଭାରତୀୟ ସେନାବାହିନୀରୁ ଏପରି ମାମଲା ସାମ୍ନାକୁ ଆସିଛି। ଲଦାଖରେ ଭାରତୀୟ ସେନାର ଜଣେ ଯବାନ କରୋନା ଭାଇରସ୍‌ରେ ଆକ୍ରାନ୍ତ ହୋଇଥିବାର ସୂଚନା ମିଳିଛି। ତାଙ୍କୁ ଲଦାଖର ଏକ ଡାକ୍ତରଖାନାରେ ଏକ ବିଚ୍ଛିନ୍ନ ୱାର୍ଡରେ ରଖାଯାଇଛି ବୋଲି ସେନାର ସୂତ୍ରରୁ ପ୍ରକାଶ। ସେ ଓ ତାଙ୍କ ପିତା ନିକଟରେ ଇରାନ ଯାତ୍ରା କରିଥିବାର ସୂଚନା ରହିଛି । ସମ୍ପୃକ୍ତ ଯବାନଙ୍କର ପିତା ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିବାର ସୂଚନା ରହିଛି। ଉଭୟଙ୍କୁ ହସ୍ପିଟାଲରେ ରଖି ଚିକିତ୍ସା କରାଯାଉଥିବାବେଳେ ତାଙ୍କ ପରିବାରକୁ ଲଦାଖରେ କ୍ବାରେଣ୍ଟାଇନରେ ରଖାଯାଇଛି।

Related posts