ହୋମ ଆଇସୋଲେନ୍‌ରେ ବିଜେପି ସାଂସଦ ସୁରେଶ ପ୍ରଭୁ

Published: Mar 18, 2020, 10:19 am IST

ନୂଆଦିଲ୍ଲୀ : ସାର ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ବଢୁଥିବାବେଳେ ଏବେ ଭାରତରେ ସର୍ବମୋଟ 147ଜଣ ଏହି ରୋଗରେ ଆକ୍ରାନ୍ତ ବୋଲି ସୂଚନା ମିଳିଛି । କରୋନା ପାଇଁ ସରକାର ବେଶ୍‌ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରୁଛନ୍ତି । ମୋଦି ସରକାରରେ ମନ୍ତ୍ରୀ ଥିବା ତଥା ଭାରତୀୟ ଜନତା ପାର୍ଟିର ସାଂସଦ ସୁରେଶ ପ୍ରଭୁ ନିଜ ଆଇସୋଲେଟ୍‌ କରିଛନ୍ତି । ଏହା ପୂର୍ବରୁ କେନ୍ଦ୍ରୀୟ ସଂସଦୀୟ କାର୍ଯ୍ୟ ରାଜ୍ୟ ମନ୍ତ୍ରୀ ବି. ମୂରଲୀଧରନ ମଧ୍ୟ ନିଜକୁ ହୋମ୍‌ କ୍ବାରେଣ୍ଟାଇନ୍‌ ରଖିଥିଲେ ।

ସୂଚନାଯୋଗ୍ୟ, ଯେ, ବିଜେପି ସାଂସଦ ସୁରେଶ ପ୍ରଭୁ ମାର୍ଚ୍ଚ 10 ତାରିଖରେ ସାଉଦି ଆରବ ଯାଇଥିଲେ । ଏହା ପରେ ଭାରତ ପ୍ରତ୍ୟାବର୍ତ୍ତନ କରି କରୋନା ଯାଞ୍ଚ କରିଥିଲେ । ରିପୋର୍ଟ ନେଗେଟିଭ୍‌ ଆସିବା ପରେ ବି ନିଜକୁ 14 ଦିନ ପର୍ଯ୍ୟନ୍ତ ଆଇସୋଲେସନ୍‌ରେ ରଖିଛନ୍ତି ସୁରେଶ ପ୍ରଭୁ । କରୋନା ଭାଇରସକୁ ନେଇ ସାଧାରଣରେ ମଧ୍ୟ ବେଶ୍‌ ସତର୍କତା ଅବଲମ୍ବନ କରାଯାଉଛି । (ଏଜେନ୍ସି)

Related posts