କରୋନା ପାଇଁ ରାଜ୍ୟସଭା ନିର୍ବାଚନ ସ୍ଥଗିତ

Published: Mar 24, 2020, 12:32 pm IST
Rajya Sabha bye_election date announce

ନୂଆଦିଲ୍ଲୀ : ରାଜ୍ୟସଭା ନିର୍ବାଚନକୁ ସ୍ଥଗିତ କଲେ ଭାରତୀୟ ନିର୍ବାଚନ କମିଶନ। ଆସନ୍ତା 26ରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନକୁ ସ୍ଥଗିତ ରଖିଛନ୍ତି ନିର୍ବାଚନ କମିଶନ। 17ଟି ରାଜ୍ୟର 55 ଟି ଆସନ ପାଇଁ  ନିର୍ବାଚନ ଅନୁଷ୍ଠିତ ହୋଇଥାନ୍ତା। ଏହି  ରାଜ୍ୟ ମଧ୍ୟରେ ଓଡ଼ିଶା ସମେତ ମହାରାଷ୍ଟ୍ର, ତାମିଲନାଡୁ, ପଶ୍ଚିମବଙ୍ଗ, ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, ଆସାମ, ବିହାର, ଛତିଶଗଡ଼, ଗୁଜରାଟ, ହରିୟାଣା, ହିମାଚଳ ପ୍ରଦେଶ, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ମଣିପୁର, ରାଜସ୍ଥାନ ଏବଂ ମେଘାଳୟ ଆଦି ରହିଥିଲା।

ତେବେ କରୋନା ସ୍ଥିତିକୁ ଦେଖି ନିର୍ବାଚନ କମିଶନ ରାଜ୍ୟସଭା ନିର୍ବାଚନକୁ ସ୍ଥଗିତ ରଖିଛନ୍ତି। ଓଡ଼ିଶାର 4ଟି ରାଜ୍ୟସଭା ଆସନ ପାଇଁ ସୁବାସ ସିଂ, ମୁନ୍ନା ଖାଁ, ସୁଜିତ୍‌ କୁମାର ଓ ମମତା ମହନ୍ତ ପ୍ରାର୍ଥୀ ରହିଛନ୍ତି।

Related posts