ପୁଣି ଆଉ ଏକ ମୁଣ୍ଡ ନେଲା କରୋନା : ଆକ୍ରାନ୍ତଙ୍କ ସଂଖ୍ୟା 500 ଟପିଲା

Published: Mar 24, 2020, 1:35 pm IST

ନୂଆଦିଲ୍ଲୀ : ଭାରତରେ ମହାମାରୀ କରୋନା ବେଶ୍‌ ସକ୍ରିୟ ରହିଛି। ପୁଣି ଆଉ ଏକ ମୁଣ୍ଡ ନେଇଛି କରୋନା। ମହାରାଷ୍ଟ୍ରର 65 ବୟସ୍କ ଜଣେ ରୋଗୀ ମୁମ୍ବାଇର କସ୍ତୁରବା ହସ୍ପିଟାଲ୍‌ରେ ମୃତ୍ୟୁବରଣ କରିଛନ୍ତି। ମୃତକ ଜଣକ ନିକଟରେ ୟୁଏଇରୁ ଫେରିଥିଲେ। ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା 500 ଟପିଥିବାବେଳେ ସର୍ବାଧିକ ମହାରାଷ୍ଟ୍ରରେ ରହିଛନ୍ତି। ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା 103ରେ ପହଞ୍ଚିଛି। ଦେଶରେ ସର୍ବମୋଟ ମୃତ୍ୟୁ ସଂଖ୍ୟା 11କୁ ବୃଦ୍ଧି ପାଇଛି। ଏମାନଙ୍କ ମଧ୍ୟରୁ ଜଣେ ବିଦେଶୀ ନାଗରିକ ରହିଛନ୍ତି। ମୁମ୍ବାଇ ପଛକୁ କେରଳରେ ମଧ୍ୟ ଅଧିକ ଆକ୍ରାନ୍ତ ରହିଛନ୍ତି । କେରଳରେ 95 ଜଣ ଆକ୍ରାନ୍ତ ରହିଛନ୍ତି ବୋଲି ସୂଚନା ରହିଛି।

ଭାରତ ସରକାର କରୋନା ମୁକାବିଲା ପାଇଁ 30ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳକୁ ଲକ୍‌ ଡାଉନ୍‌ର ଘୋଷଣା କରିଛନ୍ତି । ସାମାଜିକ ଦୂରତ୍ବ ହିଁ ଏହି ସଂକ୍ରମଣରୁ ବର୍ତ୍ତିବାର ଏକମାତ୍ର ଉପାୟ ହୋଇଥିବାରୁ ଏନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବେଶ୍‌ କଡା ପଦକ୍ଷେପ ଗ୍ରହଣ କରୁଛନ୍ତି ।

ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା :

 

Related posts