ପାକିସ୍ତାନର ଡେପୁଟି ହାଇ କମିଶନରଙ୍କୁ ସମନ୍‌

Published: Feb 27, 2019, 7:39 pm IST
pakistan deputy high commissioner summoned by foreign secy.

ପାକିସ୍ତାନ ସେନା ଭାରତୀୟ ବାୟୁସୀମାକୁ ଉଲ୍ଲଙ୍ଘନ କରିଛି। ପାକିସ୍ତାନ ଯୁଦ୍ଧ ବିମାନ ଭାରତୀୟ ସୀମାରେ ପ୍ରବେଶ କରିଥିବା ବେଳେ ଏଥି ମଧ୍ୟରୁ ଗୋଟିଏ ଏଫ୍‌-୧୬କୁ ଭାରତୀୟ ବାୟୁସେନା ଖସାଇ ଦେଇଛନ୍ତି। ପାକିସ୍ତାନର ଏଭଳି ସୀମା ଉଲ୍ଲଙ୍ଘନକୁ ବିରୋଧ କରି ଆଜି ଭାରତ ସରକାର ପାକ୍‌ ଡେପୁଟି ହାଇକମିଶନରଙ୍କୁ ସମନ୍‌ କରିଛନ୍ତି। ଭାରତର ସମନ ପରେ ପାକ୍‌ର ଡେପୁଟି ହାଇକମିଶନର ସୟିଦ ହାଇଦର ଶାହ ବୈଦେଶିକ ମନ୍ତ୍ରଣାଳୟ ନିକଟରେ ହାଜର ହୋଇଛନ୍ତି।  ବୈଦେଶିକ ମନ୍ତ୍ରଣାଳୟରେ ଶାହ ହାଜର ହେବା ପରେ ଭାରତ ନିଜର ପ୍ରତିବାଦ ତାଙ୍କୁ ଜଣାଇଛି। ସେହିପରି ନିଖୋଜ ଥିବା ଭାରତୀୟ ବାୟୁସେନା ପାଇଲଟ୍‌ ଅଭିନନ୍ଦନଙ୍କୁ ପାକିସ୍ତାନ ରଖିଛି ବୋଲି ଦାବି କରିଥିଲା, ସେ ସମ୍ପର୍କରେ ମଧ୍ୟ ଶାହାଙ୍କ ସହ ବୈଦେଶିକ ମନ୍ତ୍ରଣାଳୟ ଆଲୋଚନା ଜାରି ରଖିଛି ।

Related posts