ଅନ୍ୟ ରାଜ୍ୟରେ ଫଶି ରହିଥିବା ଓଡ଼ିଆଙ୍କ ପାଇଁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

Published: Mar 26, 2020, 4:41 pm IST

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର : ଲକ୍‌ଡାଉନ୍‌ ଯୋଗୁଁ ଫସି ରହିଥିବା ଓଡ଼ିଆଙ୍କୁ ସହାୟତା ପାଇଁ ମୁଖ୍ୟମନ୍ତ୍ରୀ ଉଦ୍ୟମ ଆରମ୍ଭ କରିଛନ୍ତି। ବିଭିନ୍ନ ରାଜ୍ୟରେ ଫସି ରହିଥିବା ଓଡ଼ିଆଙ୍କ ପାଇଁ ମୁଖ୍ୟମନ୍ତ୍ରୀ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ବିଭିନ୍ନ କାରଣ ନେଇ ଫସିଥିବା ଓଡ଼ିଶା ଲୋକଙ୍କୁ ସହାୟତା ପାଇଁ ନିବେଦନ କରିଛନ୍ତି। ସେମାନଙ୍କର ରହିବା, ଖାଇବା ବନ୍ଦୋବସ୍ତ କରିବାକୁ ନିବେଦନ କରିଛନ୍ତି। ସେଥିପାଇଁ ସମସ୍ତ ଖର୍ଚ୍ଚ ଓଡ଼ିଶା ସରକାର ବହନ କରିବେ ବୋଲି କହିଛନ୍ତି ନବୀନ। ବାହାର ରାଜ୍ୟରୁ ଆସି ଓଡ଼ିଶାରେ ଥିବା ଲୋକଙ୍କୁ ସହାୟତା କରାଯାଉଛି। ସେମାନଙ୍କ ସମସ୍ତ ଆନୁଷଙ୍ଗିକ ଖର୍ଚ୍ଚ ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠି ବହନ କରୁଛି। ସେହିପରି କେହି ଯଦି ଓଡ଼ିଶାରେ ଫଶି ରହିଛନ୍ତି, କେହି ଶୁଣୁନାହାନ୍ତି, ତେବେ ସିଧାସଳଖ ତାଙ୍କୁ ଜଣାଇବାକୁ ନବୀନ କହିଛନ୍ତି।

Related posts