ମାସୁଦ୍‌ ଆଝାରକୁ ବିଶ୍ୱସ୍ତରୀୟ ଆତଙ୍କବାଦୀ ଘୋଷଣା କରିବା ଲାଗି  ପ୍ରସ୍ତାବ ଦେଲେ ଆମେରିକା, ବ୍ରିଟେନ ଓ ଫ୍ରାନ୍‌ସ

Published: Feb 28, 2019, 11:53 am IST

ଜୈସ ଏ ମହମ୍ମଦ୍‌ ଆତଙ୍କବାଦୀ ସଂଗଠନର ମୁଖ୍ୟ ମସୁଦ୍‌ ଅଜହରକୁ ବିଶ୍ୱସ୍ତରୀୟ ଆତଙ୍କବାଦୀ ଘୋଷଣା କରିବା ଲାଗି ଯୁକ୍ତରାଷ୍ଟ୍ର ଆମେରିକା, ବ୍ରିଟେନ୍‌ ଓ ଫ୍ରାନ୍‌ସ ପୁଣିଥରେ ସଂଯୁକ୍ତ ସୁରକ୍ଷା ପରିଷଦକୁ ନୂଆ ପ୍ରସ୍ତାବ ଦେଇଛନ୍ତି। ଏଥିରେ ପାକିସ୍ତାନୀ ଆତଙ୍କବାଦୀ ମାସୁଦ୍‌ ଆଝାରକୁ ବିଶ୍ୱରେ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଯିବା ସହ ତା’ର ସଂପତ୍ତି ଓ ଅସ୍ତ୍ରଶସ୍ତ୍ରକୁ ମଧ୍ୟ ଅଚଳ କରିବାକୁ ଦାବି କରାଯାଇଛି। ଆଝାରକୁ ବିଶ୍ୱସ୍ତରୀୟ ଆତଙ୍କବାଦୀ ଘୋଷିତ କରିବା ଲାଗି ଗତ ୧୦ ବର୍ଷ ହେବ ଉଦ୍ୟମ ଜାରି ରହିଛି। ୨୦୦୯ରେ ଭାରତବର୍ଷ ଜୈସ ଏ ମହମ୍ମଦ୍‌ ମୁଖ୍ୟ ଆଝାରକୁ ଏଭଳି ଘୋଷଣା କରିବା ଲାଗି ଦାବି କରିଥିଲା। କିନ୍ତୁ ଚୀନ୍‌ ନିଜର ଭିଟୋ ପ୍ରୟୋଗ କରି ଏଥିରେ ପ୍ରତିବନ୍ଧକ ସୃଷ୍ଟି କରିଥିଲା।

Related posts