ଯୁକ୍ତ ଦୁଇ ପରୀକ୍ଷାର୍ଥୀଙ୍କ ପାଇଁ କଡ଼ା ନିୟମ : ପ୍ରଶ୍ନପତ୍ରରେ ରହିବ ପରୀକ୍ଷାର୍ଥୀଙ୍କ ରୋଲ୍‌ନମ୍ବର

Published: Feb 28, 2019, 3:25 pm IST
+2 exam rules are now tougher

ମ୍ୟାଟ୍ରିକ୍ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ଘଟଣାକୁ ଦୃଷ୍ଟିରେ ରଖି ମାର୍ଚ୍ଚ ୭ରୁ ହେବାକୁ ଥିବା ଯୁକ୍ତ ୨ ପରୀକ୍ଷା ପାଇଁ କଡ଼ାକଡ଼ି ନିୟମ କରିଛନ୍ତି ସରକାର। ପରୀକ୍ଷାର୍ଥୀମାନେ ପରୀକ୍ଷା ହଲ୍‌କୁ ଯିବା କ୍ଷେତ୍ରରେ କଟକଣା ଜାରି କରାଯାଇଛି। ହାତଘଣ୍ଟା ଓ ମୋବାଇଲ୍‌ ଆଦି ନେବାକୁ ବାରଣ କରାଯାଇଛି। ଆଜି ଗଣଶିକ୍ଷା ସଚିବ ପ୍ରଦୀପ୍ତ ମହାପାତ୍ର ଏହି ସୂଚନା ଦେଇ କହିଛନ୍ତି ଯେ, ଯୁକ୍ତ ଦୁଇ ପରୀକ୍ଷା ମାର୍ଚ୍ଚ ୭ ତାରିଖରୁ ଆରମ୍ଭ ହେବ ଓ ମାର୍ଚ୍ଚ ୩୦ ତାରିଖରେ ସରିବ। ଏଥିପାଇଁ ସବୁ ପ୍ରସ୍ତୁତି ସରିଛି। ହାଇସ୍କୁଲ ପରୀକ୍ଷାରେ ୩୦୪ଟି ହବ୍‌ କରାଯାଇଥିଲା। ସେହିପରି ଯୁକ୍ତ ୨ ପରୀକ୍ଷା ପାଇଁ ୨୦୨ଟି ହବ୍‌ କରାଯାଇଛି। ପରୀକ୍ଷା କେନ୍ଦ୍ରରେ ସିସିଟିଭି କ୍ୟାମେରା ଲାଗିବ। ବର୍ତ୍ତମାନ ସୁଦ୍ଧା ୯୩୭ ସେଣ୍ଟରରେ ସିସି କ୍ୟାମେରା ଲଗାଯାଇ ସାରିଛି।” ଚଳିତ ବର୍ଷ ୧୦୯୧ଟି କେନ୍ଦ୍ରରେ ଯୁକ୍ତ ୨ ପରୀକ୍ଷା ହେବ। ପରୀକ୍ଷାର୍ଥୀ ପ୍ରଶ୍ନପତ୍ରରେ ସେମାନଙ୍କର ରୋଲ ନମ୍ବର ଲେଖିବେ। ୩ ଲକ୍ଷ ୬୯ ହଜାର ଛାତ୍ରୀଛାତ୍ର ଯୁକ୍ତ ୨ ପରୀକ୍ଷା ଦେବେ।

Related posts