Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜଗତସିଂହପୁରରେ କରୋନା କଟକଣାକୁ ମାନୁନାହାଁନ୍ତି ଲୋକେ: ପୁଣି ସାପ୍ତାହିକ ହାଟରେ ଏକତ୍ରିତ ହେଲେ ହଜାର ହଜାର ଲୋକ
ଆଜିର ଖବର

ଜଗତସିଂହପୁରରେ କରୋନା କଟକଣାକୁ ମାନୁନାହାଁନ୍ତି ଲୋକେ: ପୁଣି ସାପ୍ତାହିକ ହାଟରେ ଏକତ୍ରିତ ହେଲେ ହଜାର ହଜାର ଲୋକ

March 31, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରମେଶ ମହାନ୍ତି

ଜଗତସିଂହପୁର: ଗତ ମଙ୍ଗଳବାର ଦିନ ତିର୍ତ୍ତୋଲ ନେହେରୁ ପଡିଆ ସାପ୍ତାହିକ ହାଟରେ ଏକତ୍ରିତ ହୋଇଥିଲେ ଶତାଧିକ ଲୋକ। ପୁଣି ଜଗତସିଂହପୁର ସୋମନାଥ ହାଟରେ  ଏକତ୍ରିତ ହେଲେ ହଜାର ହଜାର ଲୋକ। କରୋନା ଭୂତାଣୁ ସଂକ୍ରମଣକୁ ନେଇ ରାଜ୍ୟର ସମସ୍ତ ଜିଲ୍ଲାରେ ଲକ ଡାଉନ ଘୋଷଣା କରାଯାଇଥିବା ବେଳେ ଲୋକଙ୍କୁ ଘରୁ ନବାହାରିବାକୁ ପରାମର୍ଶ ଦିଆଯାଇଛି। ହେଲେ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ବାହାନାରେ ଗୋଟିଏ ସ୍ଥାନରେ ଶତାଧିକ ଲୋକ ରୁଣ୍ଡ ହେଉଥିଲେ ମଧ୍ୟ ପ୍ରଶାସନିକ ତତ୍ପରତାର ଅଭାବ ଓ ଜିଲ୍ଲା ପୋଲିସ୍ ର କୋହଳ ମନୋଭାବ ମୁଣ୍ଡବିନ୍ଧାର କାରଣ ସାଜିଛି।

ଏପରିକି ଗତ ମଙ୍ଗଳବାର ଦିନ ତିର୍ତ୍ତୋଲର ସାପ୍ତାହିକ ନେହେରୁ ହାଟରେ ଶତାଧିକ ଲୋକ ଏକତ୍ରିତ ହୋଇଥିବାର ଦୃଶ୍ୟ ଖବର ପ୍ରସାରଣ ହେବା ପରେ ମଧ୍ୟ ଏଥିପ୍ରତି ନିଘାନାହିଁ ଜିଲ୍ଲା ପ୍ରଶାସନର। ପୁଣି ଜଗତସିଂହପୁର ସାପ୍ତାହିକ ସୋମନାଥ ହାଟରେ ଏକ୍ରତିତ ହୋଇଛନ୍ତି ହଜାର ହଜାର ଲୋକ। ଜଗତସିଂହପୁର ପୋଲିସ୍ ଉପସ୍ଥିତିରେ କରୋନା କଟକଣାକୁ ନମାନି ଏତେ ସଂଖ୍ୟାରେ ଲୋକ ଏକତ୍ରୀତ ହେବାଭଳି ଅଭାବନୀୟ ଦୃଶ୍ୟ ସାଧାରଣରେ ଚକିତ କରିଛି। ପୋଲିସ୍ ଉପସ୍ଥିତିରେ ହଜାର ହଜାର ଲୋକ ଏକାଠି ହେବା ପୋଲିସ୍ ର କୋହଳ ମନୋଭାବ ବୋଲି କୁହାଯାଉଛି।

ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ବାହାନାରେ ଗୋଟିଏ ସ୍ଥାନରେ ଏକାଠି ହୋଇଛନ୍ତି ହଜାର ହଜାର ଲୋକ। ବେପରୁଆ ଢଙ୍ଗରେ ଚାଲିଛି କିଣାବିକା। କରୋନା ସଂକ୍ରମଣ ନେଇ ସରକାର କଟକଣା ଜାରି କରିଥିଲେ ମଧ୍ୟ ମାନୁନାହାଁନ୍ତି ଲୋକେ। ଜିଲ୍ଲାର ସବୁଠୁ ବଡ ସାପ୍ତାହିକ ହାଟ କୁହାଯାଉଥିବା ଏହି ସୋମନାଥ ହାଟ ଆଜି ସକାଳୁ ଆରମ୍ଭ ହୋଇଥିବା ବେଳେ ପୋଲିସ୍ ଉପସ୍ଥିତିରେ କଟକଣାକୁ ନମାନି ହଜାର ହଜାର ଲୋକ ଗୋଟିଏ ସ୍ଥାନରେ ଏକତ୍ରିତ ହୋଇଥିବା ଖବର ପାଇ ଜିଲ୍ଲାପାଳ ଦିନପ୍ରାୟ ୧୧ଟା ବେଳେ ଉକ୍ତ ହାଟରେ ପହଂଚି ଲୋକମାନଙ୍କୁ ଏକତ୍ରିତ ନହେବାକୁ ବୁଝାଇଥିଲେ ବୋଲି ଜଣାପଡିଛି। ପୋଲିସ୍ ଉପସ୍ଥିତିରେ ଲୋକଙ୍କ ବେପରୁଆ ଢଙ୍ଗ ଅନ୍ୟମାନଙ୍କ ପାଇଁ ମରଣର କାରଣ ହୋଇପାରେ ବୋଲି କୁହାଯାଉଛି।

ଜଗତସିଂହପୁର ସାପ୍ତାହିକ ହାଟ
Share. Facebook Twitter LinkedIn Email WhatsApp Copy Link

Related Posts

ବାଙ୍କିପୁର ସମେତ ଦୁଇ ଆସନରେ ପରାଜୟ ପରେ ଆସିଲା ବିଜେପିର ପ୍ରଥମ ପ୍ରତିକ୍ରିୟା

August 3, 2026

ପେଟ୍ରୋଲ ଓ ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ୍ ଟ୍ୟାକ୍ସ, ଘରୋଇ ଦର ଅପରିବର୍ତ୍ତିତ

August 3, 2026

ବିକେପିପିଇଆର୍ ପ୍ରକଳ୍ପ ପ୍ରସ୍ତାବକୁ ରାଜ୍ୟସ୍ତରୀୟ କମିଟିର ଅନୁମୋଦନ

August 3, 2026

ଏମ୍ସ ଭୁବନେଶ୍ୱରର ଚମକ “ଅଙ୍ଗ ପ୍ରତିରୋପଣରେ ଉଦୀୟମାନ ସରକାରୀ ପ୍ରତିଷ୍ଠାନ” ଭାବରେ ସମ୍ମାନିତ

August 3, 2026
Latest News

ବାଙ୍କିପୁର ସମେତ ଦୁଇ ଆସନରେ ପରାଜୟ ପରେ ଆସିଲା ବିଜେପିର ପ୍ରଥମ ପ୍ରତିକ୍ରିୟା

August 3, 2026

ପେଟ୍ରୋଲ ଓ ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ୍ ଟ୍ୟାକ୍ସ, ଘରୋଇ ଦର ଅପରିବର୍ତ୍ତିତ

August 3, 2026

ବିକେପିପିଇଆର୍ ପ୍ରକଳ୍ପ ପ୍ରସ୍ତାବକୁ ରାଜ୍ୟସ୍ତରୀୟ କମିଟିର ଅନୁମୋଦନ

August 3, 2026

ଏମ୍ସ ଭୁବନେଶ୍ୱରର ଚମକ “ଅଙ୍ଗ ପ୍ରତିରୋପଣରେ ଉଦୀୟମାନ ସରକାରୀ ପ୍ରତିଷ୍ଠାନ” ଭାବରେ ସମ୍ମାନିତ

August 3, 2026

ବନ୍ୟା ସହାୟତା ଘୋଷଣା, ପ୍ରଥମ ପର୍ଯ୍ୟାୟରେ ୧୧୦ କୋଟି ଟଙ୍କା, ଜାଣନ୍ତୁ କାହାକୁ ଦିଆଯିବ କେତେ 

August 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.