ଓଡିଶା ଜୁନିୟର ହକି ଟିମର ଦମଦାର ପ୍ରଦର୍ଶନ, ଉତ୍ତରପ୍ରଦେଶକୁ ହରାଇ ଟିମ ଚାମ୍ପିୟନ

Published: Mar 1, 2019, 11:49 am IST
odisha junior hockey team played well, won the title.

ମହାରାଷ୍ଟ୍ରର ଔରଙ୍ଗବାଦରେ ଚାଲିଥିବା ନବମ ଜାତୀୟ ହକି  ଜୁନିୟର ବାଳକ ହକି ଚାମ୍ପିୟନଶିପରେ ଓଡିଶା ଦଳ ଉତ୍ତରପ୍ରଦେଶ ଦଳକୁ ପରାଜିତ କରି ଚାମ୍ପିୟନ ହୋଇଛି। ଗୁରୁବାର ଖେଳାଯାଇଥିବା ଏହି ମ୍ୟାଚ୍‌ରେ ପେନାଲିଟ୍‌ ସୁଟ୍‌ଆଉଟ୍‌ ଟାଇବ୍ରେକରେ ଓଡ଼ିଶା ୪-୩ ଗୋଲ୍‌ରେ ଉତ୍ତରପ୍ରଦେଶକୁ ପରାସ୍ତ କରିଛି । ଓଡ଼ିଶା ପାଇଁ ପ୍ରକାଶ ଧୀର, ସୁଶୀଲ୍‌ ଧନୱର, ଲବଣ ଲୁଗୁନ୍‌ ଓ ଅଧିନାୟକ କ୍ରିଷ୍ଣା ତିର୍କି ପେନାଲ୍‌ଟି ସୁଟ୍‌ଆଉଟ୍‌ରେ ଗୋଲ୍‌ ଦେଇଥିଲେ । ୩୦ ମିନିଟ୍‌ର ଓଡ଼ିଶାର ସୁଶାନ୍ତ ଟପ୍ପୋ ଏକ ଫିଲଡ୍‌ ଗୋଲ୍‌ ଦେଇ ଓଡ଼ିଶାକୁ ଆଗୁଆ କରିଥିଲେ । ତେବେ ୪୪ ମିନିଟ୍‌ରେ ଉତ୍ତରପ୍ରଦେଶର ଆନନ୍ଦ ଶିବମ୍‌ ଗୋଲ୍‌ ସୁଝାଇ ଦେଇଥିଲେ । ୬୦ ମିନିଟର ନିର୍ଦ୍ଧାରିତ ସମୟରେ ସ୍କୋର ୧-୧ ଗୋଲ୍‌ ସ୍ଥିତି ରହିଥିବାରୁ ପେନାଲଟି ସୁଟ୍ଆଉଟ୍‌ ଟାଇେବ୍ରକର୍‌ ହୋଇଥିଲା । ଏଥିରେ ଓଡ଼ିଶା ୪-୩ ଗୋଲରେ ଜିତି ଟ୍ରଫି ହାତେଇ ପାରିଥିଲେ ।

Related posts