ଜୈଶ ମୁଖ୍ୟ ମାସୁଦ୍‌ ପାକିସ୍ତାନରେ ଲୁଚିଥିବା ସ୍ପଷ୍ଟ କଲେ ପାକ୍ ବୈଦେଶିକ ମନ୍ତ୍ରୀ

Published: Mar 1, 2019, 12:34 pm IST
jem chief azahar mehamood hide in pakistan, said pak minister kyureshi

ପୁଲୱାମା ଆକ୍ରମଣର ମାଷ୍ଟରମାଇଣ୍ଡ ମସୁଦ ଅଜହର ପାକିସ୍ତାନରେ ଅଛି ବୋଲି ସ୍ୱୀକାର କଲେ ପାକ୍ ବୈଦେଶିକ ମନ୍ତ୍ରୀ ଶାହା ମହମ୍ମଦ କୁରେସୀ । ତେବେ ମସୁଦ ଅଜହରର ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ସେ ଘରୁ ବାହାରି ପାରୁନଥିବା ପ୍ରକାଶ କରିଛନ୍ତି ପାକ୍ ବୈଦେଶିକ ମନ୍ତ୍ରୀ । ପ୍ରବଳ ଅନ୍ତର୍ଜାତୀୟ ଚାପ ଯୋଗୁ ପାକିସ୍ତାନ ଏହା ମାନିଥିବା କୁହାଯାଉଛି । ପୁଲୱାମା ଆକ୍ରମଣରେ ଜୈସ-ଏ-ମହମ୍ମଦ ଆତଙ୍କୀ ସଂଗଠନର ସମ୍ପୃକ୍ତି ନେଇ ପାକିସ୍ତାନକୁ ଗତକାଲି ଡୋସିୟର ଦେଇଛି ଭାରତ । ଅନ୍ୟପଟେ ମସୁଦ୍ ଓ ତାର ସଂଗଠନକୁ କଳାତାଲିକାଭୁକ୍ତ କରିବାକୁ ଆମେରିକା, ବ୍ରିଟେନ୍‌, ଫ୍ରାନ୍ସ ମିଳିତ ଜାତିସଂଘରେ ପ୍ରସ୍ତାବ ଆଣିଥିଲେ । ଅନ୍ତର୍ଜାତୀୟ ପ୍ରସ୍ତାବ ତଥା ଆତଙ୍କବାଦ ପାଇଁ ପାକିସ୍ତାନକୁ ଏକଘରିକିଆ କରିଦେବା ଚାପ ପାକିସ୍ତାନକୁ ଅଡୁଆରେ ପକାଇଛି । ପୁଲୱମା ଆତ୍ମଘାତୀ ଆକ୍ରମଣ ପାଇଁ ଜୈଶ୍‌ ନିଜକୁ ଦାୟୀ କରିଥିଲା ।

Related posts