ଓଡିଶାରେ ଆଜି ଚିହ୍ନଟ ହେଲା 16 ପଜିଟିଭ୍, ସମସ୍ତେ ହେଉଛନ୍ତି ଭୁବନେଶ୍ବରର, ଆକ୍ରାନ୍ତ ସଂଖ୍ୟା 39କୁ ବୃଦ୍ଧି

Published: Apr 5, 2020, 9:44 pm IST

ଭୁବନେଶ୍ବର, ଆଜି ଏକଥରକେ 16 ଜଣଙ୍କଠାରେ କୋଭିଡ ପଜେଟିଭ୍ ଚିହ୍ନଟ ହୋଇଛି। ଏମାନେ ସମସ୍ତେ ଭୁବନେଶ୍ବରର ଅଞ୍ଚଳର। ଏତେ ସଂଖ୍ୟାରେ ଆକ୍ରାନ୍ତ ମିଳିବା ପରେ ବର୍ତ୍ତମାନ ଓଡିଶାରେ ଏହି କରୋନା ରୋଗୀ ସଂଖ୍ୟା 39ରେ ପହଁଚିଛି। ଗତ ତିନି ତାରିଖରେ ଏକଥରକେ 15 ଜଣଙ୍କଠାରେ କୋଭିଡ ପଜେଟିଭ୍ ଥିବାର ଜଣାପଡିଥିଲା। ବର୍ତ୍ତମାନ ଧିରେ ଧିରେ ଏହି ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି।

ତେବେ ଏହି 16 ଜଣ ଭୁବନେଶ୍ବରର ହୋଇଥିଲେ ମଧ୍ୟ ସେମାନେ କେଉଁ ଅଞ୍ଚଳର ଏବଂ ସେମାନଙ୍କ ଭ୍ରମଣ ତଥ୍ୟ କଣ ତାହା ସ୍ବାସ୍ଥ୍ୟ ବିଭାଗ ତରଫରୁ କିଛି କୁହାଯାଇ ନାହିଁ।

Related posts