ପୁଲୱାମା ଆତଙ୍କୀ ଆକ୍ରମଣ : ଇମ୍ରାନ୍‌ଙ୍କ ମୌନ ରହିବା ଉପରେ ଅମିତ୍‌ ଲଗାଇଲେ ପ୍ରଶ୍ନବାଚୀ

Published: Mar 1, 2019, 2:46 pm IST

ଭାରତୀୟ ଜନତା ପାର୍ଟିର ଅଧ୍ୟକ୍ଷ ଅମିତ୍‌ ଶାହା ପୁଲୱାମା ଆକ୍ରମଣରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ମୌନ ରହିବା ଘଟଣାକୁ ନେଇ ପ୍ରଶ୍ନ କରିଛନ୍ତି । ଅମିତ୍‌ ଶାହା ଇମ୍ରାନ୍‌ ଖାନ୍‌ଙ୍କୁ ସମାଲୋଚନା କରି କହିଛନ୍ତି ଯେ, କେଉଁ ପରିସ୍ଥିତିରେ ଇମ୍ରାନ୍‌ ଏହି ଘଟଣାରେ ଚୁପ୍‌ ରହିଲେ ଏହିଭଳି ଏକ ଜଘନ୍ୟ ଘଟଣାର ଥରେ ମାତ୍ର ନିନ୍ଦା କରିଲେ ନାହିଁ ।  ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଅମିତ୍‌ ଶାହା ୧୪ ଫେବୃଆରୀର ପାକିସ୍ତାନର ଜୈଶ୍‌-ଏ- ମହମ୍ମଦ ଦ୍ଵାରା ଆତ୍ମଘାତୀ ଆକ୍ରମଣରେ ଭାରତୀୟ ୪୦ ଯବାନଙ୍କ ଶହୀଦ ହେବା ଘଟଣା ବିଷୟରେ ଚର୍ଚ୍ଚା କରି ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କୁ ଘେରିଛନ୍ତି । ଏହି ସମୟରେ ଭାରତ ଇମ୍ରାନ୍‌ ଖାନ୍‌ଙ୍କୁ କିପରି ବିଶ୍ଵାସ କରିବ, ସେ କେବଳ କହିବେ, ଆମେ କ’ଣ ଶୁଣିବା । ଆମେ ଜାଣିଛୁ ଯେ, ପାକିସ୍ତାନ ସରକାର ତାଙ୍କ ହାତରେ ନାହିଁ । କିନ୍ତୁ ଆତଙ୍କବାଦ ବିରୋଧରେ ପଦୁଟିଏ କହିବା ନିହାତି ଦରକାର ଥିଲା ।  ଯଦି ପାକିସ୍ତାନ ଆତଙ୍କବାଦର ବିନାଶ ଚାହୁଁଛି, ତେବେ ଆଗକୁ ଆସି ଏହି ଉପରେ ପଦକ୍ଷେପ ନେବା ଦରକାର ।  ଆଜି ପାକିସ୍ତାନ ସମ୍ପୂର୍ଣ୍ଣ ଦୁନିଆରେ ଅଲଗା ହୋଇଯାଇଛି । ଏହା ଭାରତର ବହୁତ ବଡ କୂଟନୈତିକ ବିଜୟ । ପ୍ରଥମେ ଆମେ ଶାନ୍ତି ପାଇଁ ପାକିସ୍ତାନ ସହ କଥା ହୋଇଥିଲୁ । କିନ୍ତୁ ସେ ସୁଧୁରି ନଥିଲା । ତେଣୁ ମୋଦୀ ଏବଂ ଆମ ବୀର ଯବାନ ଆତଙ୍କବାଦର କଡା ଜବାବ ଦେଇଛନ୍ତି ।

 

Related posts