ଆସନ୍ତା ୨୨ରେ ଚୀନ୍‌ରେ ରିଲିଜ୍‌ ହେବ ‘ମମ୍‌’ : ଶ୍ରୀଦେବୀଙ୍କ ଏହା ଥିଲା ଅନ୍ତିମ ଫିଲ୍ମ

Published: Mar 1, 2019, 6:39 pm IST
"mom" the bollywood movie is set to release in china on 22nd march

ଲୋକପ୍ରିୟ ଅଭିନେତ୍ରୀ ଶ୍ରୀଦେବୀଙ୍କ ଅନ୍ତିମ ଫିଲ୍ମ ‘ମମ୍’ ଚୀନ୍‌ରେ ରିଲିଜ୍‌ ହେବ ।  ଆସନ୍ତା  ୨୨ ତାରିଖ ‘ମମ’ ଚୀନରେ ରିଲିଜ୍ ହେବାକୁ ଯାଉଛି। ଗତ ୨୪ ତାରିଖ ଶ୍ରୀଦେବୀଙ୍କ ଶ୍ରାଦ୍ଧବାର୍ଷିକୀ ପାଳନ କରାଯାଇଛି । ଫିଲ୍ମଟି ୨୦୧୭ ଜୁଲାଇ ୭ ତାରିଖରେ ରିଲିଜ ହୋଇଥିଲା। ପୂର୍ବରୁ ଏହି ଫିଲ୍ମଟି ପୋଲାଣ୍ଡ, ଋଷିଆ, ୟୁକେ, ସିଙ୍ଗାପୁର ଆଦି ଦେଶରେ ରିଲିଜ ହୋଇସାରିଛି। ଏହି ଫିଲ୍ମ ପାଇଁ ଶ୍ରୀଦେବୀ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମଧ୍ୟ ପାଇଛନ୍ତି। ଏଥିରେ ଅଭିନେତ୍ରୀ ଶ୍ରୀଦେବୀଙ୍କ ସହ ଅକ୍ଷୟ ଖନ୍ନା ଓ ନୱାଜୁଦ୍ଦୀନ୍‌ ସିଦ୍ଧିକି ଓ ପାକିସ୍ତାନୀ ଅଭିନେତ୍ରୀ ସଜଲ୍‌ ଅଲ୍ଲୀ ନଜର ଆସିଥିଲେ। ଜଣେ ମା’ କିପରି ନିଜ ଝିଅର ବଳାତ୍କାରୀଙ୍କୁ ଦଣ୍ଡ ଦେଉଛନ୍ତି ତାହା ଥିଲା ଫିଲ୍ମର କାହାଣୀ। ଫିଲ୍ମକୁ ଦର୍ଶକ ମଧ୍ୟ ବେଶ୍ ପସନ୍ଦ କରିଥିଲେ । ୨୦୧୮ ଫେବୃଆରୀ ୨୪ରେ ଦୁବାଇର ଗୋଟେ ହୋଟେଲ୍‌ରେ ଶ୍ରୀଦେବୀଙ୍କ ଆକସ୍ମିକ ମୃତ୍ୟୁ ଘଟିଥିଲା ।

Related posts