ରାଉରକେଲା ଚାଷୀ ମହାସମାବେଶରେ ନବୀନ :  ୩୩୬.୬୧ କୋଟିଟଙ୍କାର ପ୍ରକଳ୍ପର ଲୋକାର୍ପଣ ଓ ଉଦ୍‌ଘାଟନ

Published: Mar 1, 2019, 7:01 pm IST
Odisha Chief Minister Naveen Patnaik at Raurkela

ରାଉରକେଲାର ସେକ୍ଟର-୧୩ସ୍ଥିତ ଏୟାରପୋର୍ଟ ପଡ଼ିଆରେ ଅନୁଷ୍ଠିତ ଚାଷୀ ମହା ସମାବେଶରେ ଚାଷୀ ସମାବେଶକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ରାଜ୍ୟ ସରକାରଙ୍କ ‘କାଳିଆ’ ଯୋଜନାରେ ଏଯାଏଁ ୩୦ ଲକ୍ଷ ଚାଷୀ ଉପକୃତ ହୋଇଛନ୍ତି। ଆଗାମୀ ଦିନରେ ଆହୁରି ୧୦ ଲକ୍ଷ ଚାଷୀ ଉପକୃତ ହେବେ । ଏହି ଯୋଜନାରୁ ଯେପରିକି ଜଣେ ବି ଚାଷୀ ବାଦ୍‌ ନ ପଡ଼ନ୍ତି, ସେଥିପାଇଁ ସରକାର ନଜର ରଖିଛନ୍ତି। ବ୍ୟକ୍ତିଗତ ଭାବରେ ସେ ଏଥି ପ୍ରତି ନଜର ରଖିଛନ୍ତି ବୋଲି ନବୀନ କହିଛନ୍ତି ।  ‘କାଳିଆ ଛାତ୍ରବୃତ୍ତି’ ଯୋଜନାରେ ରାଜ୍ୟର ବହୁ ଛାତ୍ରଛାତ୍ରୀ ଉପକୃତ ହେବେ। ଆର୍ଥିକ ସମସ୍ୟା ଯୋଗୁଁ ଉଚ୍ଚ ଶିକ୍ଷା ଗ୍ରହଣ କରିପାରୁ ନଥିବା ଚାଷୀ ଘରର ମେଧାବୀ ଛାତ୍ରଛାତ୍ରୀଙ୍କୁ ଏହି ଯୋଜନାରୁ ଲାଭ ମିଳିବ ବୋଲି ନବୀନ କହିଛନ୍ତି । ଏହି ଅବସରରେ  ୩୩୬.୬୧ କୋଟି ଟଙ୍କାରେ ନିର୍ମିତ ୨୩ଟି ପ୍ରକଳ୍ପକୁ ଲୋକାର୍ପଣ ଓ ଉଦ୍‌ଘାଟନ କରିଛନ୍ତି। ସେହିପରି ସେ ୩୦୯.୭୮ କୋଟି ଟଙ୍କାରେ ନିର୍ମାଣ ହେବାକୁ ଥିବା ୧୯ଟି ପ୍ରକଳ୍ପ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି। ରାଉରକେଲା ଠାରେ ଏସ୍‌ଟିଆଇ ଓଭର ବ୍ରିଜ ଉଦ୍‌ଘାଟନ ସହ ବିଜୁ ପଟ୍ଟନାୟକ ୟୁନିଭରସିଟି ଅଫ୍‌ ଟେକ୍ନୋଲୋଜୀ ପରିସରରେ ଷ୍ଟ୍ରୀଟ ଲାଇଟ, ଛାତ୍ରାବାସ, ଅତିଥି ଗୃହ ଉଦ୍‌ଘାଟନ କରିଛନ୍ତି। ନବୀନ କୋଏଲ ନଗରରେ ମାର୍କେଟ ପରିସରକୁ ମଧ୍ୟ ଉଦ୍‌ଘାଟନ କରିଛନ୍ତି।

Related posts