ସର୍ବସାଧାରଣ ସ୍ଥାନରେ ଛେପ ପକାଇବା ଉପରେ ଲାଗିଲା ପ୍ରତିବନ୍ଧକ

Published: Apr 10, 2020, 10:46 am IST

ତେଲେଙ୍ଗାନା : ଚୀନ୍‌ର ବୁହାନ ସହରରୁ ସୃଷ୍ଟି ହୋଇଥିବା କରୋନା ଏବେ ସାରା ବିଶ୍ବକୁ କବଳିତ କରିଛି । ଭାରତରେ ବି ଏହି କରୋନା ତା’ର ପ୍ରକୋପ ଜାରି ରଖିଛି ।ଭାରତରେ ଏହି କରୋନା ଯୋଗୁଁ 199ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଛଅ ହଜାରରୁ ଅଧିକ ଲୋକେ ସଂକ୍ରମିତ ହୋଇଛନ୍ତି । ତେଲେଙ୍ଗାନାରେ ମଧ୍ୟ ଏହି ଭାଇରସ୍‌ କବଳରୁ ବର୍ତ୍ତି ପାରିନାହିଁ । ଗୁରୁବାର ଦିନ ତେଲେଙ୍ଗାନାରେ 18ଟି ନୂଆ ମାମଲା ସାମ୍ନାକୁ ଆସିଥିବାବେଳେ ଜଣଙ୍କର ମୃତ୍ୟୁ ହୋଇଛି ।  ରାଜ୍ୟରେ 12ଜଣଙ୍କର ମୃତ୍ୟୁ ହୋଇଛି । ରାଜ୍ୟରେ କରୋନା ଭାଇରସ୍‌କୁ ଦୃଷ୍ଟିରେ ରକି ହାଇଦ୍ରାବାଦଠାରେ ସାର୍ବଜନିକ ସ୍ଥାନରେ ଛେପ ପକାଇବା ଉପରେ ପ୍ରତିବନ୍ଧକ ଲଗାଯାଇଛି ।

ହାଇଦ୍ରାବାଦ ପୋଲିସ୍‌ କମିଶନର ଆଇପିଏସ୍‌ ଅଞ୍ଜନୀ କୁମାର ଏହାକୁ ନେଇ ଟୁଇଟ୍‌ କରିଛନ୍ତି । ସଂକ୍ରାମକ ବେମାରୀ କୋଭିଡ୍‌ -19କୁ ନଜରରେ ରଖି ସାର୍ବଜନିକ ସ୍ଥାନ ଉପରେ ଛେପ ପକାଇବା ପାଇଁ ପ୍ରତିବନ୍ଧକ ଲଗାଇଥିଲେ । ଏହି ନିୟମକୁ ଯଦି କେହି ଉଲ୍ଲଂଘନ କରନ୍ତି ତେବେ ୟୁ/ଏସ୍‌ 188 ଆଇପିଏସ୍‌ ଓ 269 ଆଇପିସି ଅନ୍ତର୍ଗତ ଦଣ୍ଡ ବିଧାନ କରାଯିବ। ଫଟୋଗ୍ରାଫି, ଭିଡିଓ ଗ୍ରାଫି, ସିସିଟିଭି ଫୁଟେଜ୍‌  ଅବା ସାକ୍ଷୀଙ୍କ ଆଧାରରେ ଏହି ଅପରାଧକୁ ବିବେଚନା କରାଯିବ ।

ତେଲେଙ୍ଗାନାର ସ୍ବାସ୍ଥ୍ୟ ମନ୍ତ୍ରୀ ରାଜେନ୍ଦ୍ରଙ୍କ କହିବାନୁସାରେ ଯଦି ତବଲିଗି ଜମାତ ହୋଇନଥାନ୍ତା ତେବେ ତେଲେଙ୍ଗାନାରେ କରୋନା କବଳରୁ ମୁକ୍ତ ହୋଇପାରିଥାନ୍ତା । ରାଜ୍ୟରେ କୌଣସି ପ୍ରକାରର ଗୋଷ୍ଠୀ ସଂକ୍ରମଣର ମାମଲା ଆସିନାହିଁ ବୋଲି କହିଛନ୍ତି ।ସେହିପରି ରାଜ୍ୟରେ 12ଟି କ୍ଲଷ୍ଟର ରହିଛି । ଏହି କ୍ଷେତ୍ରରେ ଜନସଂଖ୍ୟାର ଘନତ୍ବ ସବୁଠୁ ଅଧିକ । ଏହି ଅଞ୍ଚଳଗୁଡିକ ଉପରେ ବିଶେଷ ଧ୍ୟାନ ଦିଆଯାଉଛି ବୋଲି କହିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ। ସେହିପରି ପ୍ରଧାନମନ୍ତ୍ରୀଙ୍କ ସହ 11ତାରିଖ ଦିନ ଭିଡିଓ କନଫରେନ୍ସିଂରେ ଆଲୋଚନା ପରେ ଲକ୍‌ ଡାଉନ୍‌କୁ ନେଇ କିଛି ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ।

Related posts