Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ପୃଥିବୀର ଲକ୍ଷେ ମୁଣ୍ଡ ନେଲା କରୋନା, ୧୬ ଲକ୍ଷ ୬୭ ହଜାର ଆକ୍ରାନ୍ତ ଓ ୩ ଲକ୍ଷ ୭୨ ହଜାର କରୋନା ମୁକ୍ତ
ଅନ୍ତରାଷ୍ଟ୍ରୀୟ

ପୃଥିବୀର ଲକ୍ଷେ ମୁଣ୍ଡ ନେଲା କରୋନା, ୧୬ ଲକ୍ଷ ୬୭ ହଜାର ଆକ୍ରାନ୍ତ ଓ ୩ ଲକ୍ଷ ୭୨ ହଜାର କରୋନା ମୁକ୍ତ

April 11, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link
Coronavirus.

(ସମୀକ୍ଷା ବ୍ୟୁରୋ) ମାତ୍ର ଶହେ ଦିନ ଭିତରେ କରୋନା ଭୂତାଣୁ ପୃଥିବୀର ଲକ୍ଷେ ଲୋକଙ୍କର ପ୍ରାଣ ନେଇଛି। ଗତ ଦୁଇ ସପ୍ତାହ ଭିତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଗୁଣ ରୁ ଅଧିକ ବଢିଥିବା ବେଳେ ମୃତ୍ୟୁ ସଂଖ୍ୟା ଅସମ୍ଭବ ଭାବେ ବଢି ଚାଲିଛି। ଚୀନରେ ଏହା ଆରମ୍ଭ ହୋଇଥିଲେ ମଧ୍ୟ ସେଠିକାର ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ଆଜିର ୟୁରୋପ ଏବଂ ଆମେରିକା ତୁଳନାରେ ଯଥେଷ୍ଟ କମ। ଆଜି ରାତି ୧୨ ତା ସୁଦ୍ଧା କରୋନା ଭୂତାଣୁରେ ଆକ୍ରାନ୍ତଙ୍କ ସଂଖ୍ୟା ୧,୬୭,୬୫,୩୨ରେ ପହଞ୍ଚିଛି। ଏହି ଭୟଙ୍କର ଭୂତାଣୁର ଶିକାର ହୋଇ ପୃଥିବୀର ୧୦୧,୫୫୧ ବ୍ୟକ୍ତି ପ୍ରାଣ ହରାଇଲେଣି। ଏହା ସହିତ ୩୭୨,୨୫୩ ଏହି ଭୂତାଣୁ କବଳରୁ ମୁକ୍ତି ପାଇ ଆରୋଗ୍ୟ ଲାଭ କରିଛନ୍ତି।

ସମ୍ପ୍ରତି ସର୍ବାଧିକ କରୋନା ଆକ୍ରାନ୍ତ ଯୁକ୍ତରାଷ୍ଟ୍ର ଆମେରିକାରେ ରହିଛନ୍ତି। ଆଜି ସୁଦ୍ଧା ଆମେରିକାରେ ସର୍ବାଧିକ ୪୮୮,୯୮୦ ଆକ୍ରାନ୍ତ ରହିଥିବା ବେଳେ ୧୮୦୦୯ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ଆସନ୍ତା କାଲି ହୁଏତ କରୋନା ଜନିତ ମୃତ୍ୟୁ ସଂଖ୍ୟାରେ ଆମେରିକା ଇଟାଲି ଓ ସ୍ପେନକୁ ଟପି ଯାଇପାରେ। ବର୍ତ୍ତମାନ ସ୍ପେନ ରେ ୧୫୭,୦୫୩ ଆକ୍ରାନ୍ତ ଓ ୧୫,୯୭୦ ମୃତ ବୋଲି ସୂଚନା ରହିଛି। ଇଟାଲୀ ରେ ୧୪୭,୫୭୭ ଆକ୍ରାନ୍ତ ୧୮,୮୪୯ ମୃତ, ଫ୍ରାନ୍ସରେ ୧୨୪, ୮୬୯ ଆକ୍ରାନ୍ତ ଓ ୧୩,୧୯୭ ମୃତ, ଜର୍ମାନୀରେ ୧୧୯,୬୨୪ ଆକ୍ରାନ୍ତ ଓ ୨୬୦୭ ମୃତ, ଚୀନରେ ୮୧,୯୦୭ ଆକ୍ରାନ୍ତ ଓ ୩୩୩୬ ମୃତ, ଇଂଲଣ୍ଡରେ ୭୩,୭୫୮ ଆକ୍ରାନ୍ତ ଓ ୮୯୫୮ ମୃତ, ଇରାନରେ ୬୮,୧୯୨ ଆକ୍ରାନ୍ତ ଓ ୪୨୩୨ ମୃତ। ପୃଥିବୀର ୨୧୦ ରେ କରୋନା ଭୂତାଣୁର ମୃତ୍ୟୁ ଲୀଳା ଅବ୍ୟାହତ ରହିଛି।

ଦକ୍ଷିଣ ଏସିଆରେ ୟୁରୋପ ଏବଂ ଆମେରିକା ତୁଳନାରେ କରୋନାର ପ୍ରକୋପ ଆପାତତଃ କମ ରହିଛି। ଭାରତରେ ୭୫୯୮ ଆକ୍ରାନ୍ତ ଓ ୨୪୮ ମୃତ ବୋଲି କୋଭିଡ ଟ୍ରାକର ଇଣ୍ଡିଆ ସୂଚନା ଦେଇଛି। ପାକିସ୍ତାନରେ ୪୬୯୫ ଆକ୍ରାନ୍ତ ଓ ୬୬ ମୃତ, ଶ୍ରୀଲଙ୍କାରେ ୧୯୦ ଆକ୍ରାନ୍ତ ଓ ୭ ମୃତ, ବାଂଲାଦେଶରେ ୪୨୪ ଆକ୍ରାନ୍ତ ଓ ୨୭ ମୃତ, ନେପାଲ ରେ ୯ ଆକ୍ରାନ୍ତ, ମାଲଡେଭିସରେ ୧୯ ଆକ୍ରାନ୍ତ ଓ ଆଫଗାନିସ୍ତାନରେ ୫୨୧ ଆକ୍ରାନ୍ତ ଓ ୧୯ ମୃତ ବୋଲି ସୂଚନା ମିଳୁଛି।

 

Share. Facebook Twitter LinkedIn Email WhatsApp Copy Link

Related Posts

ଲାଲ କରିଡରରୁ ନକ୍ସଲମୁକ୍ତ ଭାରତ ପର୍ଯ୍ୟନ୍ତ: 126 ରୁ 11 କୁ ଖସିଲା ନକ୍ସଲ ପ୍ରଭାବିତ ଜିଲ୍ଲା ସଂଖ୍ୟା

December 15, 2025

Visas From Bhubaneswar: ଭୁବନେଶ୍ବରରୁ ମିଳିବ ଭିସା, ସ୍ଥାପନ ହେବ ‘ଗ୍ଲୋବାଲ ଭିସା ଆପ୍ଲିକେସନ ସେଣ୍ଟର’

December 15, 2025

ବଢିଲା ଆୟୁର୍ବେଦିକ୍ ଓ ହୋମିଓପାଥିକ୍ ମେଡିକାଲ କଲେଜ ପିଜି ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡ, ଜାଣନ୍ତୁ କେତେ

December 15, 2025

ବ୍ରିଟେନରୁ ବିତାଡିତ ହେବେ ଲକ୍ଷ ଲକ୍ଷ ମୁସଲମାନ!: ଭାରତ କିପରି ସବୁଠାରୁ ଅଧିକ ପ୍ରଭାବିତ ହେବ?

December 15, 2025
Latest News

ଐତିହାସିକ ମାଇଲଖୁଣ୍ଟ ହାସଲ: ୧୫,୦୦୦ ତମ କୋଚ୍ ନିର୍ମାଣ କଲା ଏମସିଏଫ୍

December 16, 2025

ଏପ୍ରିଲ ୨୦୨୫ ପରଠାରୁ ସର୍ବନିମ୍ନ ସ୍ତରରେ ବେକାରୀ ହାର

December 16, 2025

ସାଗରମାଲା କାର୍ଯ୍ୟକ୍ରମ ଅଧିନରେ ନିର୍ମାଣାଧୀନ ରହିଛି ୫.୮ ଲକ୍ଷ କୋଟି ମୂଲ୍ୟର ୮୪୦ଟି ପ୍ରକଳ୍ପ 

December 16, 2025

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପହିଲି ଭୋଗ ନୀତି ସ୍ୱତନ୍ତ୍ର: ଜାଣନ୍ତୁ କ’ଣ ରହିଛି ଏହାର ପରମ୍ପରା?

December 16, 2025

ଆଜି ୧୬ ତାରିଖ ମଙ୍ଗଳବାରରେ ସାତୋଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

December 16, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.