ବିହାର : କରୋନା ଭାଇରସ୍ ପାଇଁ ସାରା ଦେଶରେ ଲକ୍ଡାଉନ୍ ଜାରି ହୋଇଛି । ଏହି ଲକ୍ ଡାଉନ୍ ଜନତାଙ୍କ ଜୀବନ ବଞ୍ଚାଇବାକୁ ଏହି ପଦକ୍ଷେପ ନିଆଯାଇଥିବାବେଳେ ଏଥିପାଇଁ ମଧ୍ୟ ଜୀବନ ଚାଲିଯାଉଛି । ଏହି ପରି ଏକ ହୃଦୟ ବିଦାରକ ଘଟଣା ବିହାର ଅଞ୍ଚଳରେ ଦେଖିବାକୁ ମିଳିଛି ।
ବିହାରର ଜହାନାବାଦଠାରେ କରୋନା ସଂକଟ ସମୟରେ ତିନି ବର୍ଷର ପୁଅ ପାଇଁ ଆମ୍ବୁଲାନ୍ସର ଅପେକ୍ଷା ଅପେକ୍ଷା କରି କରି ମା’ କୋଳରେ ଜୀବନ ହାରିଦେଲା ପୁଅଟି । ମିଳିଥିବା ସୂଚନା ଅନୁସାରେ ଏହି ପୁଅଟି କିଛି ଦିନ ହେବ ରୋଗରେ ପଡିଥିଲା । ପୁଅକୁ ନେଇ ମା’ଟି ବହୁ ଯାଗା ବୁଲି ବୁଲି ଜାହାନାବାଦ ସରକାରୀ ହସ୍ପିଟାଲରେ ପହଞ୍ଚିଥିଲେ । କିନ୍ତୁ ଡାକ୍ତର ପୁଅକୁ ପରୀକ୍ଷା କରିଥିଲେ । ମାତ୍ର ଶିଶୁଟିର ଅବସ୍ଥା ବେଶ୍ ଗୁରୁତର ଥିବାରୁ ତାଙ୍କୁ ପାଟନା ରେଫର୍ କରିଦେଇଥିଲେ । କିନ୍ତୁ ପାଟନା ହସ୍ପିଟାଲ ନେବାକୁ ଶିଶୁଟିର ମାତା ପିତା ଏକ ଆମ୍ବୁଲାନ୍ସର ଯୋଗାଡ କରିପାରିନଥିଲେ ।
ଜାହାନବାଦଠାରୁ ପାଟନ 50 କିଲୋମିଟର ଦୂର । ପୁଅଟିକୁ ପାଟନା ହସ୍ପିଟାଲ ନେବା ପାଇଁ ସମ୍ପର୍କୀୟ ମାନେ ଦୁଇ ଘଣ୍ଟା ପର୍ଯ୍ୟନ୍ତ ଆମ୍ବୁଲାନ୍ସର ବ୍ୟବସ୍ଥା କରିପାରିନଥିଲେ । ଦୁଇ ଘଣ୍ଟା ପର୍ଯ୍ୟନ୍ତ ଆମ୍ବୁଲାନ୍ସ ପାଇଁ ଅପେକ୍ଷା କରି କରି ଶେଷରେ ମା’ କୋଳରେ ପୁଅଟି ଜୀବନ ହାରି ଦେଇଛି । ମା’ଟି କାନ୍ଦି କାନ୍ଦି ଛୁଆଟାକୁ ବଞ୍ଚାଇବାକୁ ଆକୁଳ ନିବେଦନ କରି ଚାଲିଥିବାବେଳେ ଆମ୍ବୁଲାନ୍ସର ବ୍ୟବସ୍ଥା ହୋଇପାରିନଥିଲା ।
ପିଲାଟିର ମୃତ୍ୟୁ ହେବା ପରେ ବି ପିଲାଟିର ମରଶରୀର ନେବା ପାଇଁ ହସ୍ପିଟାଲ ତରଫରୁ ତାଙ୍କୁ କୌଣସି ସୁବିଧା ମିଳିପାରିନଥିଲା । ସରକାର ଦେଶର ଜନତାଙ୍କୁ ବଞ୍ଚାଇବା ପାଇଁ ଲକ୍ ଡାଉନ୍ ପରି ନିଷ୍ପତ୍ତି ନେଇଛନ୍ତି । କିନ୍ତୁ ଲକ୍ ଡାଉନ୍ ସମୟରେ ବିହାରର ଏହି ମା’ଟି ପରି ଅନେକ ମା’ ଏପରି ଦୁଃଖ ଦୁର୍ଦ୍ଦଶା ଭୋଗ କରୁଛନ୍ତି । ଲକ୍ଡାଉନ୍ ସମୟରେ ରୋଗୀମାନଙ୍କ ପାଇଁ ଅତ୍ୟାବଶ୍ୟକ ସୁବିଧା ରହିବା ନିତାନ୍ତ ଆବଶ୍ୟକ ।