Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭଦ୍ରକରେ ମୁଖ୍ୟମନ୍ତ୍ରୀ :  ୩୯୬ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ୧୬ଟି ପ୍ରକଳ୍ପର ଉଦ୍‌ଘାଟନ
ଆଜିର ଖବର

ଭଦ୍ରକରେ ମୁଖ୍ୟମନ୍ତ୍ରୀ :  ୩୯୬ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ୧୬ଟି ପ୍ରକଳ୍ପର ଉଦ୍‌ଘାଟନ

March 2, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
cm visits bhadrak, inagurates and lays foundation stones for a slew of project
cm visits bhadrak, inagurates and lays foundation stones for a slew of project

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭଦ୍ରକ ଜିଲା ଚାନ୍ଦବାଲି ଗସ୍ତ କରିଛନ୍ତି। ଚାନ୍ଦବାଲି ଦୁର୍ଗାପଡ଼ିଆଠାରେ ଅନୁଷ୍ଠିତ ସଭାସ୍ଥଳୀରେ ଯୋଗଦେଇ ୩୬ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମ ପରେ ସାଧାରଣ ସଭାରେ ଉଦ୍‌ବୋଧନ ଦେଇ କାଳିଆ ଯୋଜନାକୁ ଏକ ଐତିହାସିକ ଯୋଜନା ବୋଲି ସେ ଆଖ୍ୟା ଦେଇଛନ୍ତି। ‘କାଳିଆ’ ଯୋଜନା ଯୋଗୁଁ ଚାଷୀମାନେ ବିଶେଷ ଉପକୃତ ହେଉଛନ୍ତି। କ୍ଷୁଦ୍ର ଓ ନାମମାତ୍ର ଚାଷୀମାନଙ୍କୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଉଛି ବୋଲି କହିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଭଦ୍ରକ-ଚାନ୍ଦବାଲି ଉନ୍ନତିକୃତ ରାସ୍ତା, ପାଇକରାପୁର ୧୩୨/୩୩ କେ. ଭି. ଗ୍ରିଡ୍‌ ସବ୍‌ଷ୍ଟେସନ୍‌, ଗଦି ଏବଂ ମତୋ ୩୩/୧୧ କେ. ଭି. ସବ୍‌ଷ୍ଟେସନ୍‌, ଚାନ୍ଦବାଲି ପାଓ୍ଵାର୍‌ ଗ୍ରିଡ୍‌, ଧାମରା ମତ୍ସ୍ୟ ପ୍ରାକ୍‌-ପ୍ରକ୍ରିୟାକରଣ କେନ୍ଦ୍ର, ଧାମରା ଦକ୍ଷତା ବିକାଶ କେନ୍ଦ୍ର, ଚାନ୍ଦବାଲି ମିନିଷ୍ଟାଡିୟମ୍‌, ନବନିର୍ମିତ ଭଦ୍ରକ ପାନ୍ଥନିବାସ ଓ ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟ, ନବନିର୍ମିତ ଭଦ୍ରକ ସରକାରୀ ପଲିଟେକ୍‌ନିକ୍‌ ଏବଂ ଅନ୍ୟାନ୍ୟ ପ୍ରକଳ୍ପ ପ୍ରଭୃତି ୩୯୬ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ୧୬ଟି ପ୍ରକଳ୍ପର ଉଦ୍‌ଘାଟନ କରିଛନ୍ତି। ଏହା ବ୍ୟତିରେକେ, ସେ ଚାନ୍ଦବାଲି, ବାସୁଦେବପୁର, ତିହିଡ଼ି ଏବଂ ଧାମନଗର ବ୍ଲକ୍‌ର ଲୁଣିପାଣି ପ୍ରଭାବିତ ଅଞ୍ଚଳ ପାଇଁ ମେଗା ପାନୀୟ ଜଳଯୋଗାଣ ପ୍ରକଳ୍ପ, ଜାମୁଝାଡ଼ି-ବାସୁଦେବପୁର-ଧାମରା ରାସ୍ତା, ଗୋବିନ୍ଦପୁର-ନନ୍ଦପୁର ରାସ୍ତାରେ ଗେଙ୍ଗୁଟି ନଦୀ ସେତୁ, ବାରସର-ହେଙ୍ଗୁପତି ରାସ୍ତାରେ ସାଳନ୍ଦୀ ସେତୁ, ୮ଟି ସଡ଼କ ନିର୍ମାଣ ପ୍ରକଳ୍ପ, ରାଇପୁର ଏବଂ ମହୁଲିଆ ପାନୀୟ ଜଳଯୋଗାଣ ପ୍ରକଳ୍ପ, ନବନିର୍ମିତ ଚାନ୍ଦବାଲି ତହସିଲ୍‌ କାର୍ଯ୍ୟାଳୟ, ଭଦ୍ରକ ସର୍କିଟ୍‌ ହାଉସ୍‌ ଆଦି ୧୧୮୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ୧୯ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।

thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

‘ପ୍ରହାର-ସିଟି ନୀତି ଏବଂ ରଣନୀତି’ ଉପରେ ଏକ ସମ୍ମିଳନୀକୁ ଉଦଘାଟନ କଲେ ଅମିତ ଶାହ

September 29, 2026

‘ଇଣ୍ଡିଆ ଏନର୍ଜି ୱିକ୍ ୨୦୨୭’ ର ପ୍ରାରମ୍ଭିକ କାର୍ଯ୍ୟକ୍ରମ ଅନୁଷ୍ଠିତ

September 29, 2026

ସେପ୍ଟେମ୍ବର ୨୯ ତାରିଖରେ ଏହି ପାଞ୍ଚୋଟି ରାଶିର ଚମକିବ ଭାଗ୍ୟ

September 29, 2026

ମାଡ଼ି ଆସୁଛି ବନ୍ୟାଜଳ, ମହାନଦୀ ଦେଖାଉଛି କରାଳ ରୂପ

September 28, 2026
Latest News

‘ପ୍ରହାର-ସିଟି ନୀତି ଏବଂ ରଣନୀତି’ ଉପରେ ଏକ ସମ୍ମିଳନୀକୁ ଉଦଘାଟନ କଲେ ଅମିତ ଶାହ

September 29, 2026

‘ଇଣ୍ଡିଆ ଏନର୍ଜି ୱିକ୍ ୨୦୨୭’ ର ପ୍ରାରମ୍ଭିକ କାର୍ଯ୍ୟକ୍ରମ ଅନୁଷ୍ଠିତ

September 29, 2026

ସେପ୍ଟେମ୍ବର ୨୯ ତାରିଖରେ ଏହି ପାଞ୍ଚୋଟି ରାଶିର ଚମକିବ ଭାଗ୍ୟ

September 29, 2026

MMDR Act କୁ ବିରୋଧ କରି ରାଜ ରାସ୍ତାରେ ଗର୍ଜ୍ଜନ କଲା ବିଜେଡି, ଯୋଗ ଦେଲେ ନବୀନ

September 28, 2026

ମାଡ଼ି ଆସୁଛି ବନ୍ୟାଜଳ, ମହାନଦୀ ଦେଖାଉଛି କରାଳ ରୂପ

September 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.