Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ହୋ ଟିଭି ସାମ୍ବାଦିକମାନେ!! ଘରେ ଥିବା ସେଲେବ୍ରିଟିଙ୍କ କଥା ତ ରୋଜ କହୁଛ, ଘର ନଥିବା ଲୋକଙ୍କ କଥା କହିବ କେବେ??
ବିଶେଷ ଖବର

ହୋ ଟିଭି ସାମ୍ବାଦିକମାନେ!! ଘରେ ଥିବା ସେଲେବ୍ରିଟିଙ୍କ କଥା ତ ରୋଜ କହୁଛ, ଘର ନଥିବା ଲୋକଙ୍କ କଥା କହିବ କେବେ??

April 12, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଏବେ ଟେଲିଭିଜନ ଖୋଲିଲେ କରୋନା ଖବର ଛଡା କିଛି ନାଇଁ। ଅବଶ୍ୟ ଆଜିର ତାରିଖରେ ଖବର ବା ଆଉ କାହିଁ! ସେଇ କରୋନା ଇ ଆମକୁ ମାରି ସାରିଛି। ତେଣୁ କରୋନା ବ୍ୟତୀତ ଅଲଗା ଖବର ନ ରହିବା ସ୍ଵାଭାବିକ। ହେଲେ ଏ ସମୟରେ ସବୁଠୁ ଭୟଙ୍କର ଦୃଶ୍ୟ ହେଉଛି, ଘରେ ବସିଥିବା ସେଲେବ୍ରିଟିଙ୍କୁ ନେଇ ଆମ ଗଣମାଧ୍ୟମ, ବିଶେଷ କରି ନ୍ୟୁଜ ଚାନେଲମାନଙ୍କର ବିଶେଷ ଆଗ୍ରହ। ଭିଡିଓ କନଫରେଂସିଙ୍ଗ ଜରିଆରେ କେଉଁ ଟିଭି/ସିନେମା ତାରକା ଘର ଓଳାଉଛନ୍ତି, କିଏ ଗୀତ ଗାଉଛନ୍ତି, କିଏ ରୋଷେଇ କରୁଛନ୍ତି, ବଗିଚା କାମ କରୁଛନ୍ତି, ମାସ୍କ ତିଆରି କରୁଛନ୍ତି,  କିଏ ବା ନାଚୁଛନ୍ତି, ଏହାକୁ ଦେଖି ଦେଖି ଲାଗୁଛି, ସତେକି ସାଢେ ଚାରି କୋଟି ଓଡିଆଙ୍କର ଏମାନେ ବିଳାସୀ ପ୍ରତିନିଧି। ଏମାନେ ବଡ ଆନନ୍ଦରେ ନିଜ ଘରେ ଅଛନ୍ତି। ସୁରକ୍ଷିତ ଓ ସମ୍ପନ୍ନ ଅଛନ୍ତି। ହେଲେ ଏମାନେ ସବୁ କିଏ? ଏମାନଙ୍କ ସହିତ ଓଡିଶାର ଜନ ଜୀବନର କୌଣସି ସମ୍ପର୍କ ନାହିଁ।

ଲକ ଡାଉନ ପରେ ଟେଲିଭିଜନରେ ଆମେ ଦୁଇଟି ଖବର ଦେଖୁଛୁ। ପ୍ରଥମ ଖବରଟି ସରକାରଙ୍କ ସୂଚନା। ମହାମାରୀ ସମୟରେ ସରକାର କଣ କହୁଛନ୍ତି ଓ କରୁଛନ୍ତି, ତାକୁ ଦେଖାଇବାକୁ ଆମେ ବାଧ୍ୟ। ଦ୍ଵିତୀୟ ଖବର ଟି ହେଉଛି ଏଇ ସଙ୍ଗରୋଧ ଓ ଗୃହବାସ ସମୟରେ ଆମର ସେଲେବ୍ରିଟିମାନେ କଣ କରୁଛନ୍ତି। ଏହା ସହିତ ଆଉ ଗୋଟେ ଖବର ଅଛି, ଯେଉଁଥିରେ ଦେଶର ଗରିବ ଓ ସାଧାରଣ ଲୋକଙ୍କୁ ସର୍ବାଧିକ ଗାଳି ଦିଆ ଯାଉଛି। ଯେମିତି କି ପରିବା ହାଟରେ ଭିଡ କରୁଥିବା ଲୋକମାନେ ଟେଲିଭିଜନ ସାମ୍ବାଦିକଙ୍କ ଲାଗି ସବୁଠୁ ବଡ ଖଳନାୟକ। ତାରି ଭିତରେ ରାସ୍ତାରେ ଚାଲୁଥିବା ଦାଦନ ଶ୍ରମିକ ମଧ୍ୟ ଦେଶର ଶତ୍ରୁ ପାଲଟି ଯାଉଛି। ଘରେ ଯେ ନ ରହିଲା ତାକୁ କରୋନା ଭୂତାଣୁର ବାହକ ବୋଲି ଆମର ସାମ୍ବାଦିକମାନେ ଦୋଷ ଦେବାକୁ ଚେଷ୍ଟା କରୁଛନ୍ତି।

ହେଲେ ଏ ଦେଶରେ କରୋନା ଭୂତାଣୁର ବାହକ କିଏ? କରୋନ ଭୂତାଣୁର ବାହକ ଭାବରେ ଏ ଦେଶର ସବୁଠୁ ବଡ ଘରର ଲୋକମାନେ ଯେ ଦାୟୀ, ଏକଥା ହେଉଛି ସତ୍ୟ। ସେମାନଙ୍କ ଉପରେ ଆମର କିଛି କହିବାର ନାହିଁ। ହେଲେ ଯେଉଁ ଲୋକର ଘର ନାଇଁ, ଯେଉଁ ଲୋକର ଜୀବନ ଓ ଜୀବିକା ଆଜି ସଙ୍କଟରେ ତାକୁ ଅନବରତ ଗାଳି କରିବାକୁ ଆମକୁ ଲଜ୍ଜା ଲାଗୁନି କେମିତି? ପରିବା କିଣିବାକୁ ଆସିବା ଗୋଟେ ସଉକ ନୁହଁ, ଏହା ଆବଶ୍ୟକତା। ଆମ ଲୋକସଂଖ୍ୟା ତୁଳନାରେ ଆମର ହାଟ ବା ବଜାର କେତେ, ସେ ବିଷୟରେ କୌଣସି ତଥ୍ୟ ଆମ ପାଖରେ ଅଛି କି? ଗାଁ ମାନଙ୍କରେ ଯେଉଁ ଛୋଟ ଦୋକାନ ସବୁ ଥାଏ ସେମାନେ ସବୁବେଳେ ସହର ଉପରେ ଏବଂ ସାପ୍ତାହିକ ହାଟ ଉପରେ ନିର୍ଭରଶୀଳ। ତେଣୁ ସ୍ଵାଭାବିକ ଭାବରେ ଲୋକେ ହାଟରେ ଭିଡ କରୁଛନ୍ତି। ୟୁରୋପ ଓ ଆମେରିକା ଭଳି ଦେଶରେ ଲକ ଡାଉନ ନିୟମ ଅପେକ୍ଷା ଆମର ଲକ ଡାଉନ ନିୟମ ଅଧିକ ଅମାନବୀୟ। କେଉଁଠି ନା କେଉଁଠି ଆମେ ସାଧାରଣ ମଣିଷ ଲାଗି ଜୀବନ ଜୀବିକାର ଆବଶ୍ୟକତା ପୂରଣ ନକରି, ତାକୁ ଘରେ ରହିବାକୁ ବାଧ୍ୟ କରିଛୁ।

ସିନେମା ବା ଟେଲିଭିଜନ ତାରକାଙ୍କ ଘରେ ରହିବାକୁ ବିଶେଷ ଖବର ବୋଲି ଭାବୁଥିବା ଟେଲି ସାମ୍ବାଦିକମାନେ କେବେ ଜାଣିବାକୁ ଚେଷ୍ଟା କଲେଣି, ସିନେମା ଶୁଟିଙ୍ଗ ବେଳେ ସ୍ପଟ ବୟ କାମ କରୁଥିବା ଲୋକ ଟି ଏବେ କେମିତି ଅଛି? ହଜାର ହଜାର କଳାକାର, ଶିଳ୍ପୀ, ଟେକନିସିଆନ ଆଜି କେମିତି ଅଛନ୍ତି। ଶୁଟିଙ୍ଗ ବନ୍ଦ ହେଲେ ସେମାନଙ୍କ ରୋଜଗାର ବନ୍ଦ। ମାସାଧିକ କାଳ ସେମାନେ କେମିତି ଚଳିବେ, ତାକୁ ନେଇ କେତେଟା ଖବର ଆମେ ଦେଖିଲୁଣି?

ଏ ଦେଶରେ କୋଟି କୋଟି ଲୋକ ଅଛନ୍ତି, ଯେଉଁ ମାନଙ୍କର ଘର ବୋଲି କିଛି ନାଇଁ। ସେମାନଙ୍କୁ ନେଇ ଖବର କାହିଁ? ପୋଲିସ ଠାରୁ ମାଡ ଖାଇ ପରିବା ବିକିବାକୁ ଯାଇ ପାରିନଥିବା ପରିବାବାଲା ପାଖରେ ଆମର ବୁମ ପହଞ୍ଚୁ ନାହିଁ କାହିଁକି? ଲକ ଡାଉନ ସମୟରେ ବନ୍ଦ ହୋଇଯାଇଥିବା କାରଖାନାର ଶ୍ରମିକ  ଓ ଦୋକାନ ଗୁଡିକର କର୍ମଚାରୀମାନେ କେମିତି ଅଛନ୍ତି, ତାକୁ ନେଇ କେତୋଟି ଖବର ଆମେ ପ୍ରସ୍ତୁତ କଲେଣି?

ସିନେ ତାରକା ଓ କ୍ରୀଡାବିତ , ଆଧ୍ୟାତ୍ମିକ ଗୁରୁ ଓ ସରକାରୀ ଅଧିକାରୀ, ଗୋଟେ ସଙ୍କଟ ସମୟର ସେଲେବ୍ରିଟି ନୁହନ୍ତି। ଆଜିର ସଙ୍କଟରେ ସବୁଠୁ ବଡ ନାୟକ ବା ନାୟିକା ହେଉଛନ୍ତି ଏ ଦେଶର ସାଧାରଣ ଲୋକ। ନିଜର ଜୀବିକା ବିପନ୍ନ ହୋଇଥିବା ସତ୍ତ୍ୱେ ସେମାନେ ନିଜ କୁଡିଆରେ ବନ୍ଦ ହୋଇ ରହିଛନ୍ତି, କାରଣ ଏହି ମହାମାରୀ ବ୍ୟାପକ ନ ହେଉ। ସେମାନଙ୍କ ବିଷୟରେ ଆଜି ଯଦି ଆମେ ଖବର ଦେଇ ପାରିବା ନାହିଁ, ତାହେଲେ ସାମ୍ବାଦିକ ହେବାର କୌଣସି ମୂଲ୍ୟ ନାହିଁ। ସରକାରୀ ଦରମାରେ ଓ ଆର୍ଥିକ ସୁରକ୍ଷା ଭିତରେ ରହି ଦେଶପ୍ରେମୀ ବୋଲାଇବା ସହଜ, ହେଲେ ବିନା ଆର୍ଥିକ ସୁରକ୍ଷାରେ ଯେଉଁମାନେ ଏ ଦେଶ ପାଇଁ ଆଜି ସବୁଠୁ ବେଶୀ ତ୍ୟାଗ କରୁଛନ୍ତି, ସେମାନଙ୍କ କଥା ଆମେ ଅଧିକରୁ ଅଧିକ କହିପାରିବା କି?

journalist lockdwon
Share. Facebook Twitter LinkedIn Email WhatsApp Copy Link

Related Posts

ବାଲେଶ୍ବର ରାଜନୀତିରେ ହଲଚଲ, ବିଜେଡିରେ ମିଶିଲେ ରଘୁନାଥ ମହାନ୍ତି, ଜୀବନ ପ୍ରଦୀପ ଦାସ

March 25, 2026

ବିଶ୍ୱ ସଙ୍କଟ ସମୟରେ କୃଷି କ୍ଷେତ୍ରରେ ସ୍ଥିରତା ପାଇଁ ଶିବରାଜ ସିଂହ ଚୌହାନଙ୍କ ଉଚ୍ଚସ୍ତରୀୟ ବୈଠକ

March 25, 2026

ଯୁଦ୍ଧକୁ ନେଇ ସାରା ବିଶ୍ୱ ଚିନ୍ତିତ, କିନ୍ତୁ ଭାରତ ପାଇଁ କିଛି ଭଲ ଖବର: ଜାଣନ୍ତୁ…

March 25, 2026

ଭାରତ ସରକାରଙ୍କ ବଡ଼ ପଦକ୍ଷେପ: ତିନି ମାସ ମଧ୍ୟରେ PNG ସଂଯୋଗ ନକଲେ ମିଳିବନି LPG

March 25, 2026
Latest News

ପ୍ରିଜିମ୍‍-ଏସଜି ପୋର୍ଟାଲର ଶୁଭାରମ୍ଭ

March 26, 2026

ଇମିଗ୍ରେସନ, ଭିସା, ବିଦେଶୀ ପଞ୍ଜୀକରଣ ଏବଂ ଟ୍ରାକିଂ ଯୋଜନା ଜାରି ରଖିବାକୁ କ୍ୟାବିନେଟ ମଞ୍ଜୁରି

March 26, 2026

ଆଜି ମାର୍ଚ୍ଚ ୨୬ ତାରିଖ ଗୁରୁବାରରେ ଏହି ପାଞ୍ଚୋଟି ରାଶିର ବ୍ୟକ୍ତିମାନେ କଥାବାର୍ତ୍ତାରେ ସାବଧାନ ରୁହନ୍ତୁ

March 26, 2026

“ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ: ଏଇ ରବିବାର ୬:୩୦ରୁ ସେଲିବ୍ରେଟି ୱିଥ୍ ଲିଟିଲ ମାଷ୍ଟର୍ ଗ୍ରାଣ୍ଡ ଫିନାଲେ” 

March 25, 2026

ପ୍ରଶାସନିକ ଦକ୍ଷତା ବୃଦ୍ଧି ପାଇଁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଏଆଇ କର୍ମଶାଳା

March 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.