ସର୍ବାଧିକ ଉତ୍ତପ୍ତ ସହର ଭାବେ ଟିଟିଲାଗଡ ସହ ରାଜଧାନୀ ଭୁବନେଶ୍ବରରେ ଆଜି 41 ଡିଗ୍ରୀ ଉପରେ ତାପମାତ୍ରା

Published: Apr 13, 2020, 7:19 pm IST

ଭୁବନେଶ୍ବର : ସାରା ଓଡ଼ିଶାରେ ଅସହ୍ୟ ଗରମ । ଆଜି ପଣା ସଂକ୍ରାନ୍ତି ଥିବାବେଳେ ରାଜ୍ୟରେ ପ୍ରବଳ ଗରମ ଅନୁଭୂତ ହୋଇଥିଲା । ଭୁବନେଶ୍ବର, ଟିଟିଲାଗଡ ସର୍ବାଧିକ ଉତ୍ତପ୍ତ  ସହର ଭାବେ ଉଭା ହୋଇଛି । ଆଜି ଭୁବନେଶ୍ବର ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହର ଭାବେ ରେକର୍ଡ କରିଛି  । ଆଜି ଟିଟିଲାଗଡ ସହ ଭୁବନେଶ୍ବର 41.5 ଡିଗ୍ରୀ ସେଲସିୟସ୍‌ ରହିଥିଲା। ଆଜି ରାଜ୍ୟର 12ଟି ସହରର ତାପମାତ୍ରା 40 ଡିଗ୍ରୀ ଛୁଇଁଛି। ସେଗୁଡିକ ହେଲା

ଭୁବନେଶ୍ବର – 41.5

ତାଳଚେର – 41.5

ଚନ୍ଦବାଲି- 40.2

କଟକ- 40.2

ବାରିପଦା – 41

ତାଳଚେର – 40.5

ବଲାଙ୍ଗିର – 41.2

ମାଲକାନଗିରି – 40.2

ବୌଦ୍ଧ – 40. 5

ପାରଳାଖେମୁଣ୍ଡି – 40

ନୟାଗଡ – 40

Related posts