ଭୁବନେଶ୍ବର, ଓଡିଶାର ଖ୍ୟାତନାମା ଲେଖକ, ବିଶିଷ୍ଟ ଶ୍ରମିକ ନେତା ତଥା ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟିର ବରିଷ୍ଠ ନେତା ସୌରୀବନ୍ଧୁ କରଙ୍କର ଆଜି ଦେହାନ୍ତ ହୋଇଛି। ଶ୍ରୀ କର ୪୦ ବର୍ଷରୁ ଅଧିକ ସମୟ ଦେଶର ଶ୍ରମିକ ସଙ୍ଗଠନ ସହ ଜଡିତ ଥିଲେ। ଓଡିଶାର ଜଣେ ଲବ୍ଧ ପ୍ରତିଷ୍ଠ ଲେଖକ ଭାବରେ ସେ ବେଶ ଜଣାଶୁଣା। ପ୍ରବନ୍ଧ ଓ ଜୀବନୀ ସାହିତ୍ୟ ରଚନା କ୍ଷେତ୍ରରେ ତାଙ୍କର ବିଶେଷ ଅବଦାନ ରହିଥିଲା। କାର୍ଲ ମାର୍କ୍ସ ଓ ସ୍ଵାମୀ ବିବେକାନନ୍ଦଙ୍କ ଆଦର୍ଶରେ ଉଦବୁଦ୍ଧ ଶ୍ରୀ କର ଏହି ଉଭୟ ଦାର୍ଶନିକଙ୍କ ଜୀବନକୁ ନେଇ ଅନେକ ସାହିତ୍ୟ ସୃଷ୍ଟି କରିଥିଲେ। ୨, ଏପ୍ରିଲ, ୧୯୪୮ରେ ସେ ଜନ୍ମଗ୍ରହଣ କରିଥିଲେ।
Tags: SauribandhuKar