Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦ୍ବିତୀୟ ପର୍ଯ୍ୟାୟ ଲକ୍‌ ଡାଉନ୍‌ ପରେ କେନ୍ଦ୍ର ସରକାରଙ୍କ ତରଫରୁ ଜାରି ହେଲା ନୂଆ ଗାଇଡ୍‌ ଲାଇନ୍‌
ଆଜିର ଖବର

ଦ୍ବିତୀୟ ପର୍ଯ୍ୟାୟ ଲକ୍‌ ଡାଉନ୍‌ ପରେ କେନ୍ଦ୍ର ସରକାରଙ୍କ ତରଫରୁ ଜାରି ହେଲା ନୂଆ ଗାଇଡ୍‌ ଲାଇନ୍‌

April 15, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : କରୋନା ସହ ମୁକାବିଲା କରିବା ପାଇଁ ଆଜିଠାରୁ ଦେଶରେ 19 ଦିନିଆ ଲକ୍‌ ଡାଉନ୍‌ କାର୍ଯ୍ୟକାରୀ ହେଲା । ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ଦ୍ବିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ଜାରି କରିଛନ୍ତି । ମେ ତିନି ତାରିଖ ପର୍ଯ୍ୟନ୍ତ ଏହି ଲକ୍‌ ଡାଉନ୍‌ କାର୍ଯ୍ୟକାରୀ ହେବ । ଆଜି ଏହି ଦ୍ବିତୀୟ ପର୍ଯ୍ୟାୟ ଲକ୍‌ ଡାଉନ୍‌ ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ନୂତନ ଗାଇଡ ଲାଇନ୍‌ ଜାରି କରିଛି । ତେବେ ଏହି ଦ୍ବିତୀୟ ପର୍ଯ୍ୟାୟ ଲକ୍‌ ଡାଉନ୍‌ ପାଇଁ ସରକାର କ’ଣ ସବୁ ନୂଆ ଗାଇଡ୍‌ ଲାଇନ୍‌ ଜାରି କରିଛନ୍ତି । ତେବେ ଆସନ୍ତୁ ଜାଣିବା ମେ ତିନି ପର୍ଯ୍ୟନ୍ତ କ’ଣ କ’ଣ ବନ୍ଦ ରହିବ ।

  1. ରେଳ, ସଡକ, ବିମାନ ସେବା ସମେତ ସମସ୍ତ ପରିବହନ ମେ’ ତିନି ପର୍ଯ୍ୟନ୍ତ ବନ୍ଦ ରହିବ ।
  2. ସ୍କୁଲ, କଲେଜ, ଶୈକ୍ଷଣୀୟ ସଂସ୍ଥା ଆଦି ବନ୍ଦ ରହିବ ।
  3. ଘରୋଇ ଅଫିସ୍‌ ଓ କାରଖାନା ବନ୍ଦ ରହିବ ।
  4. ସମସ୍ତ ପ୍ରକାରର ପୂଜା ସ୍ଥଳ ଯେପରିକି ମନ୍ଦିର, ମସ୍‌ଜିଦ୍‌, ଚର୍ଚ୍ଚ ଆଦି ବନ୍ଦ ରହିବ ।
  5. ସିନେମା ହଲ୍‌, ସପିଂ କମ୍ପ୍ଲେକସ୍‌, ମଲ୍‌, ଜିମ୍, ରେସ୍ତେରୋଁ ଆଦି ବନ୍ଦ ରହିବ ।
  6. ସମସ୍ତ ପ୍ରକାରର ସାର୍ବଜନିକ କାର୍ଯ୍ୟକ୍ରମ ତଥା ଆୟୋଜନ ମଧ୍ୟ ମେ’ ତିନି ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ
  7. ଧାର୍ମିକ ଆୟୋଜନ ଉପରେ ପ୍ରତିବନ୍ଧକ ଲାଗିବ ।

ସେହିପରି ମାସ୍କକୁ ବ୍ୟବହାର ସହ ମୁହଁକୁ ଘୋଡୋଇ ରଖିବାକୁ ଏବେ ବାଧ୍ୟତାମୂଳକ କରାଯାଇଛି । ସମସ୍ତ ଘରୋଇ ଓ ଅନ୍ତର୍ଜାତୀୟ ବିମାନ ଉଡାଣ ବନ୍ଦ ରହିବ । ଟ୍ରେନ୍‌ ଯୋଗେ ଯାତ୍ରୀ ପରିବହନ ବନ୍ଦ ରହିବ। ସେହିପରି ବସ୍‌ରେ ଯାତ୍ରୀ ପରିବହନ ମନା କରାଯାଇଥିବାବେଳେ ମେଟ୍ରୋ ରେଳ ସେବା ମଧ୍ୟ ବନ୍ଦ ରହିବ । ରାସ୍ତା ଉପରେ ଛେପ ପକାଇଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ରହିଛି । ଦ୍ବିତୀୟ ପର୍ଯ୍ୟାୟ ଲକ୍‌ଡାଉନକୁ ଅଧିକ ଶକ୍ତ ରୂପେ କାର୍ଯ୍ୟକାରୀ କରାଯିବ ବୋଲି ସୂଚନା ଦିଆଯାଇଛି ।(ଏଜେନ୍ସି)

2ndphaselockdown newguildline
Share. Facebook Twitter LinkedIn Email WhatsApp Copy Link

Related Posts

ଯାତ୍ରୀଙ୍କ ପାଇଁ ଖୁସି ଖବର: ପାଟନା ଏବଂ ପୁରୀକୁ ସଂଯୋଗ କରିବ ସାପ୍ତାହିକ ପୂଜା ସ୍ୱତନ୍ତ୍ର ଟ୍ରେନ୍‌

August 25, 2025

ସ୍ଥିର ହେଲା ମା’ଭଗବତୀଙ୍କ ପୀଠରେ ‘ଷଷ୍ଠି ଓଷା’, ‘ଲଳିତା ସପ୍ତମୀ’ ପାଣି ତୋଳା ଯାତ୍ରାର ଲଗ୍ନ

August 25, 2025

ଭୁଲ ନିର୍ବାଚନ ତଥ୍ୟ ସେୟାର କରିବା ମାମଲା: ସୁପ୍ରିମକୋର୍ଟରୁ ସଞ୍ଜୟ କୁମାରଙ୍କୁ ବଡ଼ ଆଶ୍ୱସ୍ତି

August 25, 2025

ଅପରେସନ୍ ସିନ୍ଦୂର ପରେ ଗୋଟିଏ ମଞ୍ଚରେ ଆସିବେ ସରିଫ ଏବଂ ମୋଦି: ଜାଣନ୍ତୁ କେବେ?

August 25, 2025
Latest News

ପୂର୍ବାଞ୍ଚଳ ବେସାମରିକ ବିମାନ ପରିବହନ ମନ୍ତ୍ରୀମଣ୍ଡଳ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ

August 25, 2025

ଯାତ୍ରୀଙ୍କ ପାଇଁ ଖୁସି ଖବର: ପାଟନା ଏବଂ ପୁରୀକୁ ସଂଯୋଗ କରିବ ସାପ୍ତାହିକ ପୂଜା ସ୍ୱତନ୍ତ୍ର ଟ୍ରେନ୍‌

August 25, 2025

ବାଣପୁର: ଔଷଧ ଦୋକାନରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ମୂଲ୍ୟର ସାମଗ୍ରୀ ପାଉଁଶ

August 25, 2025

ସ୍ଥିର ହେଲା ମା’ଭଗବତୀଙ୍କ ପୀଠରେ ‘ଷଷ୍ଠି ଓଷା’, ‘ଲଳିତା ସପ୍ତମୀ’ ପାଣି ତୋଳା ଯାତ୍ରାର ଲଗ୍ନ

August 25, 2025

ଭୁଲ ନିର୍ବାଚନ ତଥ୍ୟ ସେୟାର କରିବା ମାମଲା: ସୁପ୍ରିମକୋର୍ଟରୁ ସଞ୍ଜୟ କୁମାରଙ୍କୁ ବଡ଼ ଆଶ୍ୱସ୍ତି

August 25, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.