ସଂକ୍ରମିତଙ୍କ ସଂଖ୍ୟା 21 ଲକ୍ଷ ଡେଇଁଲା : ଜାଣନ୍ତୁ, ବିଶ୍ବରେ କରୋନା ସ୍ଥିତି କେଉଁଠି କେମିତି ରହିଛି

Published: Apr 17, 2020, 8:06 am IST

ନୂଆଦିଲ୍ଲୀ: ବିଶ୍ବର 210ଟି ରାଷ୍ଟ୍ରରେ କରୋନା ବ୍ୟାପିଥିବାବେଳେ ସାରା ବିଶ୍ବରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା 21,82,197ରେ ପହଞ୍ଚିଛି । ସେହିପରି କରୋନା ଜନିତମୃତ୍ୟୁ ସଂଖ୍ୟା 145,521 । ସେହିପରି ଏହି ରୋଗରୁ ସୁସ୍ଥ ହୋଇଛନ୍ତି 547,295 ଜଣ । ସର୍ବାଧିକ ପ୍ରଭାବିତ ଆମେରିକାରେ 34 ହଜାର 617 ଜଣଙ୍କ ମୁଣ୍ଡ ଗଡ଼ିଲାଣି। ଆମେରିକାରେ 6ଲକ୍ଷ 77 ହଜାର 570 ଲୋକ କୋଭିଡ୍ 19ରେ ଆକ୍ରାନ୍ତ ହୋଇଛନ୍ତି।

କରୋନାରେ ଦ୍ୱିତୀୟ ସର୍ବାଧିକ ମୃତ୍ୟୁ ଘଟିଛି ଇଟାଲୀରେ। ଏଠାରେ 22 ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ 1ଲକ୍ଷ 84 ହଜାରରୁ ଅଧିକ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ସେହିଭଳି ସ୍ପେନରେ 1 ଲକ୍ଷ 84 ହଜାର 948ଜଣ ଲୋକ ଆକ୍ରାନ୍ତ ହୋଇଥିବାବେଳେ 19 ହଜାରରୁ ଅଧିକ ଲୋକଙ୍କ ଜୀବନ ନେଇଛି କରୋନା। ସେହିପରି ଫ୍ରାନ୍ସରେ  ଏକ ଲକ୍ଷ 65 ହଜାର 27ଜଣ ସଂକ୍ରମିତ ହୋଇଥିବାବେଳେ 17 ହଜାର 920 ଜଣ ମୃତ୍ୟୁ ହୋଇଛି । ସେହିପରି ଜର୍ମାନୀରେ 1ଲକ୍ଷ 37 ହଜାର 698 ଜଣ ଆକ୍ରାନ୍ତ ହୋଇଥିବାବେଳେ 4,052ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ୟୁକେରେ ଏକ ଲକ୍ଷ 3 ହଜାର 093 ଜଣ ସଂକ୍ରମିତ ହୋଇଥିବାବେଳେ13 ହଜାରରୁ ଅଧିକଙ୍କର ପ୍ରାଣ ଯାଇଛି ।

 

Related posts