ଦେଶରେ ଏପର୍ଯ୍ୟନ୍ତ କରୋନା ଯୋଗୁଁ 480ଜଣଙ୍କ ଜୀବନ ଗଲାଣି, ଆକ୍ରାନ୍ତଙ୍କ ସଂଖ୍ୟା ଚଉଦ ହଜାର ପାର୍‌ କଲା

Published: Apr 18, 2020, 9:32 am IST

ନୂଆଦିଲ୍ଲୀ : ଦେଶରେ ଭୟାନକ କରୋନା ଯୋଗୁଁ ସଂକ୍ରମିତ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଉଛି । ସ୍ବାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ଦିଆଯାଇଥିବା ସୂଚନା ଅନୁସାରେ ଏହି କରୋନା ମାହାମାରୀ ଯୋଗୁଁ ଦେଶରେ ସଂକ୍ରମିତଙ୍କ ସଂଖ୍ୟା 14 ହଜାର ପାର କରିଥିବାବେଳେ ମୃତ୍ୟୁ ସଂଖ୍ୟା 480 ବୃଦ୍ଧି ହୋଇଛି । ସେହିପରି 1992 ଜଣ ସୁସ୍ଥ ହୋଇଛନ୍ତି ।

କେଉଁ ରାଜ୍ୟରେ କେତେ ଜଣଙ୍କର ହୋଇଛି ମୃତ୍ୟୁ

ମହାରାଷ୍ଟ୍ରରେ 201 ଜଣ, ମଧ୍ୟପ୍ରଦେଶରେ 69ଜଣ, ଗୁଜୁରାଟରେ 41ଜଣ, ପଞ୍ଜାବରେ 13 ଜଣ, ଦିଲ୍ଲୀରେ 42 ଜଣ, ତାମିଲନାଡୁରେ 15 ଜଣ, ତେଲେଙ୍ଗାନାରେ 18, ଆନ୍ଧ୍ରପ୍ରଦେଶରେ 14, କର୍ଣ୍ଣାଟକରେ 13, ପଶ୍ଚିମବଙ୍ଗରେ 10, ଜମ୍ମୁକାଶ୍ମୀରରେ 5, ଉତ୍ତରପ୍ରଦେଶରେ 14, ହରିୟାଣାରେ 3, ରାଜସ୍ଥାନରେ 11, କେରଳରେ ତିନି, ଝାରଖଣ୍ଡ ଓ ବିହାରରେ 2 ଜଣ ଲେଖାଏଁ, ହିମାଚଳ ପ୍ରଦେଶ ଓ ଓଡ଼ିଶାରେ ଜଣେ ଲେଖାଲଁ ମୃତ୍ୟୁ ବରଣ କରିଛନ୍ତି ।

ସେହିପରି ମହାରାଷ୍ଟ୍ରରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଠାରେ 3323ଜଣ ସଂକ୍ରମିତ ରହିଥିବାବେଳେ ସୁସ୍ଥ ହୋଇଛନ୍ତି 331 ଜଣ । ସେହିପରି ମହାରାଷ୍ଟ୍ର ପଛକୁ ଦ୍ବିତୀୟ ସର୍ବାଧିକ ଆକ୍ରାନ୍ତ ରହିଛନ୍ତି ଦିଲ୍ଲୀରେ । ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା 1707 ରହିଥିବାବେଳେ ସୁସ୍ଥ ହୋଇଛନ୍ତି 72 ଜଣ । ସେହିପରି ଗୁଜୁରାଟରେ ଆକ୍ରାନ୍ତ ରହିଛନ୍ତି 1099 ଜଣ, ମଧ୍ୟପ୍ରଦେଶରେ 1310 ଜଣ, ରାଜସ୍ଥାନରେ 1229ଜଣ ଓ ତାମିଲନାଡୁରେ ରହିଛନ୍ତି 1323ଜଣ ।

ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁସାରେ ଦେଶରେ କରୋନା ବୃଦ୍ଧି କ୍ଷେତ୍ରରେ 40 ପ୍ରତିଶତ କମ୍‌ ଆସିଛି । 13.6 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଦେଶରେ 80 ପ୍ରତିଶତ କରୋନା ରୋଗୀ ସୁସ୍ଥ ହେଉଛନ୍ତି । ଦେଶରେ ଏପର୍ଯ୍ୟନ୍ତ 319400 ଟେଷ୍ଟ ହୋଇଛି ବୋଲି ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ବିଭାଗ । (ଏଜେନ୍ସି)

Related posts