Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କରୋନା ସମୟରେ ରାଜନୈତିକ ନେତୃତ୍ଵ ଲୋକଙ୍କ ପ୍ରଶ୍ନର ଉତ୍ତର ନଦେଇ ଅମଲାତନ୍ତ୍ରର ଆଢୁଆଳରେ ଲୁଚୁଛନ୍ତି କାହିଁକି?
ବିଶେଷ ଖବର

କରୋନା ସମୟରେ ରାଜନୈତିକ ନେତୃତ୍ଵ ଲୋକଙ୍କ ପ୍ରଶ୍ନର ଉତ୍ତର ନଦେଇ ଅମଲାତନ୍ତ୍ରର ଆଢୁଆଳରେ ଲୁଚୁଛନ୍ତି କାହିଁକି?

April 18, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ପଲା ରିଡ, ଏ ନାଁ ସହିତ ଆମର ହୁଏତ ବିଶେଷ ପରିଚୟ ନାହିଁ। ତେବେ ଯେଉଁମାନେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫଙ୍କର ଏପ୍ରିଲ ୧୪ ତାରିଖର ସାମ୍ବାଦିକ ସମ୍ମିଳନୀ ଦେଖିଥିବେ, ସେଦିନ ରାଷ୍ଟ୍ରପତିଙ୍କୁ ଯେଉଁ ସାମ୍ବାଦିକ ଜଣକ ଅତ୍ୟନ୍ତ ସ୍ପଷ୍ଟ ପ୍ରଶ୍ନ ପଚାରି ଘାଏଲା କରୁଥିଲେ, ତାଙ୍କ ନାମ ପଲା ରିଡ। ଫେବୃଆରି ମାସ ସାରା ରାଷ୍ଟ୍ରପତି ଟ୍ରମ୍ଫ ଆମେରିକାରେ କରୋନା ମୁକାବିଲା ଲାଗି କଣ କରୁଥିଲେ ବୋଲି ଅତି ତୀବ୍ର ଭାଷାରେ ପଲା ଜାଣିବାକୁ ଚାହିଁଥିଲେ। ଏ କଥାକୁ ନେଇ ରାଷ୍ଟ୍ରପତି ଓ ପଲା ରିଡଙ୍କ ମଧ୍ୟରେ ଉଚ୍ଚବାଚ ମଧ୍ୟ ହୋଇଥିଲା। ତେବେ ରାଷ୍ଟ୍ରପତି ଟ୍ରମ୍ଫ ଏହି କଥାକୁ ନେଇ ସାମ୍ବାଦିକଙ୍କୁ ବାହାରି ଯିବାକୁ କହିନଥିଲେ ବା ତା ପରଦିନର ସାମ୍ବାଦିକ ସମ୍ମିଳନୀକୁ ବାତିଲ କରିନଥିଲେ। କରୋନା ସଂକ୍ରମଣରେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରତିଦିନ ରାଷ୍ଟ୍ରପତି ଓ ସାମ୍ବାଦିକଙ୍କ ଭିତରେ କଥାବାର୍ତ୍ତା ଚାଲିଛି। ସାମ୍ବାଦିକମାନେ ପ୍ରଶ୍ନ ପଚାରୁଛନ୍ତି, ରାଷ୍ଟ୍ରପତି ତାର ଉତ୍ତର ଦେଉଛନ୍ତି। ସାମ୍ବାଦିକମାନେ ଅତ୍ୟନ୍ତ ଶାଣିତ ଓ ଆକ୍ରାମକ ପ୍ରଶ୍ନ ପଚାରୁଥିବା ବେଳେ ରାଷ୍ଟ୍ରପତି ଟ୍ରମ୍ଫ କେବେ କେବେ ଉତକ୍ଷିପ୍ତ ମଧ୍ୟ ହେଉଛନ୍ତି। ହେଲେ ସାମ୍ବାଦିକ ସମ୍ମିଳନୀ କେବେ ହେଲେ ବନ୍ଦ ହେଉନାହିଁ।

ଗୋଟେ ଗଣତାନ୍ତ୍ରିକ ଦେଶର ଏହା ହେଉଛି ସବୁଠୁ ବଡ ପରିଚୟ। ଗୋଟେ ବିପଦ ସମୟରେ ଦେଶର ଲୋକ ପ୍ରତିନିଧି ଓ ନିର୍ବାଚିତ ସରକାରର ମୁଖିଆମାନେ ଲୋକଙ୍କ ପାଖରେ ନିଜର ପକ୍ଷ ନିୟମିତ ଭାବରେ ରଖିବେ। ଲୋକଙ୍କ ପକ୍ଷ ରଖିବାକୁ ଗଣତନ୍ତ୍ରର ପ୍ରହରୀ ଭାବରେ ସାମ୍ବାଦିକମାନେ ସରକାରର ନେତୃତ୍ବକୁ ବାରମ୍ବାର ପ୍ରଶ୍ନ ପଚାରିବେ। ଏ କଥା ଆମେ ଆମେରିକାରେ ପ୍ରତିଦିନ ଦେଖୁଛୁ। ସମାନ କଥା ଇଂଲଣ୍ଡ, ଇଟାଲୀ, ଜର୍ମାନୀ, କାନାଡା ଓ ଫ୍ରାନ୍ସରେ ମଧ୍ୟ ଆମେ ଦେଖୁଛୁ। ପ୍ରତିଦିନ ସେଠିକାର ରାଷ୍ଟ୍ରମୁଖ୍ୟମାନେ ସମ୍ବାଦିକଙ୍କ ମାଧ୍ୟମରେ ଲୋକଙ୍କ ସହ କଥାବାର୍ତ୍ତା କରୁଛନ୍ତି। କରୋନା ମହାମାରୀର ବିପଦ ସମୟରେ ଗଣତାନ୍ତ୍ରିକ ନେତୃତ୍ବର ପ୍ରଥମ ଦାୟିତ୍ଵ ହେଉଛି ଲୋକଙ୍କ ସାଙ୍ଗରେ ଠିଆ ହୋଇ ସେମାନଙ୍କର ସବୁ ସନ୍ଦେହ ମୋଚନ କରିବା।

ପୃଥିବୀର ଅନ୍ୟ ସବୁ ଗଣତାନ୍ତ୍ରିକ ଦେଶରେ ସେଠିକାର ରାଷ୍ଟ୍ରମୁଖ୍ୟମାନେ ରୋଜ ସାମ୍ବାଦିକ ସମ୍ମିଳନୀ କରୁଥିବା ବେଳେ ଭାରତର ପ୍ରଧାନମନ୍ତ୍ରୀ ସେମିତି କିଛି କରୁନାହାନ୍ତି କାହିଁକି? ମାର୍ଚ୍ଚ ୧୫ ତାରିଖ ପରଠୁ ଯେତେବେଳେ ଦେଶରେ କରୋନା ସଂକ୍ରମଣ ତୀବ୍ର ହେବା ଆରମ୍ଭ କଲା, ତା ପରଠୁ ପ୍ରଧାନମନ୍ତ୍ରୀ ଏ ସମ୍ପର୍କରେ କେବେ ହେଲେ ଗଣମାଧ୍ୟମ ସହିତ କଥାବାର୍ତ୍ତା କରିଛନ୍ତି କି? ମାର୍ଚ୍ଚ ୨୪ ତାରିଖ ପର୍ୟନ୍ତ  ଦେଶର ସଂସଦ ଚାଲିଥିବା ବେଳେ ପ୍ରଧାନମନ୍ତ୍ରୀ ଏ ସମ୍ପର୍କରେ କୌଣସି ବିତର୍କ କରାଇବାକୁ ସଂସଦରେ ଚାହିଁଥିଲେ କି? ଅବଶ୍ୟ କେହି କେହି କହିପାରନ୍ତି ପ୍ରଧାନମନ୍ତ୍ରୀ ଭିଡିଓ କାନଫରେଂସିଙ୍ଗ ଜରିଆରେ ଦେଶର ଗଣମାଧ୍ୟମ ମାଲିକ ଓ ସମ୍ପାଦକମାନଙ୍କ ସହିତ କଥାବାର୍ତ୍ତା କରିଥିଲେ। ତାହା ଥିଲା ଗଣମାଧ୍ୟମକୁ ପ୍ରଧାନମନ୍ତ୍ରୀଙ୍କ ହିତୋପଦେଶ। ସେଥିରେ ପ୍ରଶ୍ନ ଉତ୍ତର ନଥିଲା କିମ୍ବା ତଥ୍ୟର ଆଦାନ ପ୍ରଦାନ ନଥିଲା।

ଇତି ମଧ୍ୟରେ ପ୍ରଧାନମନ୍ତ୍ରୀ ତିନିଥର ଜାତି ଉଦ୍ଦେଶ୍ୟରେ ଉଦବୋଧନ ଦେଲେଣି ଓ ଅଧ ଡଜନ ଭିଡିଓ ବାର୍ତ୍ତା ରଖିଲେଣି। ହେଲେ ସବୁଥିରେ କେବଳ ପ୍ରଧାନମନ୍ତ୍ରୀ କହୁଛନ୍ତି, ତାଙ୍କୁ କେହି କିଛି ପଚାରିବାର ସୁଯୋଗ ନାହିଁ। ଆମେରିକାର ଅର୍ଥବ୍ୟବସ୍ଥା କଣ ହେବ, କେମିତି ହେବ ସେ ସମ୍ପର୍କରେ ଖୋଦ ରାଷ୍ଟ୍ରପତି ଉତ୍ତର ରଖୁଥିବା ବେଳେ ଏଠି ଆମର ପ୍ରଧାନମନ୍ତ୍ରୀ ଓ ମନ୍ତ୍ରୀମାନଙ୍କର ଦେଖାନାହିଁ। କୌଣସି ଗଣତାନ୍ତ୍ରିକ ଦେଶର ସବୁଠୁ ବଡ ସଙ୍କଟ କାଳରେ ରାଜନୈତିକ ନେତୃତ୍ବର ଏ ପ୍ରକାର ଉଭାନ ହୋଇଯିବା, ଗୋଟେ ନୂଆ କଥା। ଶାସକ ଦଳ କେବଳ ଟୁଇଟର ମାଧ୍ୟମରେ ବୟାନ ଦେଇ ଘର ଭିତରେ ବସିଛନ୍ତି। ଏହାର ବିପରୀତରେ ବିରୋଧୀ ଦଳର ନେତାମାନେ ଓ ମୁଖ୍ୟମନ୍ତ୍ରୀମାନେ ସିଧା ସିଧା ଲୋକଙ୍କ ସହ କଥା ହେଉଛନ୍ତି। ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ମଧ୍ୟ ରଖୁଛନ୍ତି। ତେବେ ଦେଶର ଶାସନ ସମ୍ଭାଳିବାକୁ ସମ୍ବିଧାନର ଶପଥ ନେଇଥିବା ମନ୍ତ୍ରୀମଣ୍ଡଳ ଆଜି କାହିଁ?

ଦେଶ ଅମଲାତନ୍ତ୍ର ଚଳାଇବ ନା ଲୋକ ପ୍ରତିନିଧି ଚଳାଇବେ? ଏ ପ୍ରଶ୍ନର ଉତ୍ତର ଆଜି ସବୁଠୁ ବେଶୀ ଜରୁରୀ। ଲୋକଙ୍କ ପ୍ରଶ୍ନର ଉତ୍ତର ବାବୁମାନେ ଦେବେ ନା ନେତାମାନେ? ଆମେ ଭୋଟ ଯାହାକୁ ଦେଇଛୁ ସେ କଣ ସଙ୍କଟ ସମୟରେ ଘରେ ବସି ଲୁଡୁ ଖେଳିବେ? ତେବେ  ଆମେ ଭାରତୀୟ ସାମ୍ବାଦିକମାନେ ଆମର ରାଜନୈତିକ ନେତୃତ୍ଵ ଉତ୍ତରଦାୟୀ ରହୁ ବୋଲି ସତରେ ଚାହୁଁଛୁ କି? ଆମର ସାମ୍ବାଦିକତା ନିମ୍ନସ୍ତରର ଭାଟଗିରି ପାଲଟି ସାରିଛି। କେବଳ ପ୍ରଧାନମନ୍ତ୍ରୀଙ୍କ ବନ୍ଦନା ଓ ତାଙ୍କର ପ୍ରଚାର ବ୍ୟତୀତ ଅଧିକ କିଛି କରିବାକୁ ଆମେ ପ୍ରସ୍ତୁତ ନୋହୁ। ସମ୍ବାଦିକତାର ସବୁଠୁ ବଡ କଳଙ୍କ ହେଉଛି, ପ୍ରଶ୍ନ ପଚାରିପାରିବାର ଅକ୍ଷମତା। ଆଜି ଦେଶର ବଡ ଭାଗ ଗଣମାଧ୍ୟମ ସରକାରଙ୍କ ପୋଷା ଶୁଆ ହେବାକୁ ବେଶୀ ପସନ୍ଦ କରୁଛନ୍ତି। ସେଥିରେ ରାଜନୈତିକ ନେତୃତ୍ଵ ସାମ୍ବାଦିକଙ୍କୁ ଉତ୍ତର ଦେବା କାହିଁକି?

ଭକ୍ତ ଓ ତୋଷାମଦକାରୀ ସାମ୍ବାଦିକତାର ଏ ସଙ୍କଟଜନକ ସମୟରେ କରୋନା ଭୂତାଣୁ କେବଳ ଲୋକଙ୍କ ଜୀବନକୁ ନଷ୍ଟ କରିବ ନାହିଁ, ଏହା ଆମର ଗଣତନ୍ତ୍ର ଓ ସମ୍ବିଧାନକୁ ମଧ୍ୟ ସଙ୍କଟଗ୍ରସ୍ତ କରିବ। ଏ ପ୍ରକାର ସାମ୍ବାଦିକତାର ସୁଯୋଗ ନେଇ ସୋସିଆଲ ମିଡିଆରେ ଆମେ ଏୟା ମଧ୍ୟ ଶୁଣିବୁ ଯେ, ୨୦୨୪ରେ ଭାରତରେ ଆଉ ନିର୍ବାଚନ ହେବାର ଆବଶ୍ୟକତା ନାହିଁ ଏବଂ ନରେନ୍ଦ୍ର ମୋଦୀ ଆଜୀବନ ଏ ଦେଶର ପ୍ରଧାନମନ୍ତ୍ରୀ ରହିବା ଉଚିତ!! ଆଜି ଏ ଦେଶରେ କରୋନା ଭୂତାଣୁଠୁ ବେଶୀ ଭୟଙ୍କର ଆମର ଭକ୍ତି ସାମ୍ବାଦିକତା ଏବଂ ପ୍ରଶ୍ନ ପଚାରିବାକୁ ଅକ୍ଷମ ନାଗରିକତା।

Share. Facebook Twitter LinkedIn Email WhatsApp Copy Link

Related Posts

ଭାରତରେ ଚିନ୍ତା ବଢ଼ାଇଲା କତରର ଗ୍ୟାସ ପ୍ଲାଣ୍ଟ ଉପରେ ଆକ୍ରମଣ: ଏବେ କ’ଣ ହେବ?

March 19, 2026

ପଶ୍ଚିମ ଏସିଆରେ ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରାଳୟ ସାମ୍ବାଦିକ ସମ୍ମିଳନୀ

March 19, 2026

ବଡ଼ ମେଡିକାଲ ଅଗ୍ନିକାଣ୍ଡ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ କାର୍ଯ୍ୟାନୁଷ୍ଠାନ: ଚାରି ଅଧିକାରୀ ନିଲମ୍ୱିତ

March 18, 2026

ବିଜୁ ନବୀନ ଟ୍ରଷ୍ଟକୁ ନେଇ ଶେଷରେ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ, କହିଲେ…

March 18, 2026
Latest News

କୁଏତର ଯୁବରାଜଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ମୋଦୀ

March 19, 2026

‘ବନ୍ଦେ ଭାରତ ଚେୟାର କାର୍ ସର୍ଭିସ୍’ ର ସମ୍ପ୍ରସାରଣ ପାଇଁ ରାଜ୍ୟମାନଙ୍କର ସହାୟତା ଲୋଡିଲା କେନ୍ଦ୍ର

March 19, 2026

ଜିଓ ପେମେଣ୍ଟସ୍ ବ୍ୟାଙ୍କ ପକ୍ଷରୁ ୟୁପିଆଇ-ଆଧାରିତ ନଗଦ ଉଠାଣ ସେବା ଆରମ୍ଭ

March 19, 2026

ଭାରତରେ ଚିନ୍ତା ବଢ଼ାଇଲା କତରର ଗ୍ୟାସ ପ୍ଲାଣ୍ଟ ଉପରେ ଆକ୍ରମଣ: ଏବେ କ’ଣ ହେବ?

March 19, 2026

ସପ୍ତାହରେ କିମ୍ବା ମାସରେ ଥରେ ଉପବାସ କଲେ ଶରୀର ମିଳେ ଅନେକ ଲାଭ, ଜାଣନ୍ତୁ କିପରି?

March 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.