ଏମିତି ଏକ ଦେଶ, ଯେଉଁଠି କରୋନାଠାରୁ ଅଧିକ ପ୍ରାଣ ନେଇଛି ଲକ୍ ଡାଉନ୍‌

Published: Apr 18, 2020, 12:10 pm IST

ନାଇଜେରିଆ : ଦୁନିଆରେ କରୋନା ଭାଇରସ୍‌ ଯୋଗୁଁ ଲକ୍‌ ଡାଉନ୍‌ ଲାଗୁ କରାଯାଇଛି । ବହୁ ସ୍ଥାନରେ ଲକ୍‌ ଡାଉନ୍ ଭାଙ୍ଗିବାର ଖବର ସାମ୍ନାକୁ ଆସୁଛି । ଆମେରିକାର କିଛି ସହରରେ ଲୋକେ ସଡକ ଉପରକୁ ଆସି ଲକ୍ ଡାଉନ୍‌ର ବିରୋଧ କରୁଛନ୍ତି । କିନ୍ତୁ ନାଇଜେରିଆରେ ଲକ୍ ଡାଉନ୍‌ ଯୋଗୁଁ 18 ଜଣଙ୍କ ଜୀବନ ଚାଲିଯାଇଛି ।

କରୋନା ଯୋଗୁଁ ନାଇଜେରିଆରେ 12 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଲକ୍ ଡାଉନ୍‌ ନିୟମ ପାଳନ କରିବାକୁ ନେଇ ନାଇଜେରିଆର ପୁଲିସ୍‌ ଓ ଅନ୍ୟ ସୁରକ୍ଷା ବଳ 18 ଜଣଙ୍କୁ ହତ୍ୟା କରାଯାଇଛି । ତେବେ ଶନିବାର ଦିନ କରୋନା ଯୋଗୁଁ ମୃତ୍ୟୁ ସଂଖ୍ୟା 17କୁ ବୃଦ୍ଧି ପାଇଛି ।

ତେବେ ଏହି ଘଟଣାର ଖୁଲାସା ସେତେବେଳେ ହେଲା ଯେତେବଳେ ସ୍ଥାନୀୟ ଲୋକ ଏନେଇ ଏକ ଭିଡିଓ ଜାତୀୟ ମାନବିକ ଅଧିକାରୀ କମିଶନଙ୍କ ନିକଟକୁ ପଠେଇଥିଲେ । କମିଶନଙ୍କ କହିବାନୁସାରେ ମାର୍ଚ୍ଚ 30କୁ ଲକ୍‌ ଡାଉନ୍‌ କରାଯିବା ପରେ ଏପର୍ଯ୍ୟନ୍ତ 18 ଜଣଙ୍କୁ ସୁରକ୍ଷା ବଳ ମାରିଛନ୍ତି ।

ନାଇଜେରିଆରେ ଏପର୍ଯ୍ୟନ୍ତ  କରୋନା ସମ୍ପର୍କିତ 493ଟି ମାମଲା ଆସିଛି । 20 କୋଟି ଜନସଂଖ୍ୟାର ଏହି ରାଷ୍ଟ୍ରରେ କରେନା ଭାଇସର ସଂକ୍ରମଣକୁ ନେଇ ବେଶ୍‌ ଚିନ୍ତା ପ୍ରକଟ କରାଯାଇଛି ।

ଜାତୀୟମାନବାଧିକାର କମିଶନଙ୍କ ତାଙ୍କ ରିପୋର୍ଟରେ କହିଛନ୍ତି ଯେ, ଲକ୍ ଡାଉନ୍‌ ସମୟରେ ଆଠଟି ଭିନ୍ନ ଭିନ୍ନ ଘଟଣା ପାଇଁ 18 ଜଣଙ୍କର ହତ୍ୟା କରାଯାଇଛି । ନାଇଜେରିଆର 36ରୁ 24ଟି ରାଜ୍ୟ ତାଙ୍କ ନିକଟକୁ 100ରୁ ଅଧିକ ଅଭିଯୋଗ ପଠାଇଛନ୍ତି । ତେବେ ନାଇଜେରିଆ ସୁରକ୍ଷା ବଳ ଜାତୀୟମାନବାଧିକାର କମିଶନଙ୍କ ରିପୋର୍ଟ ଉପରେ କିଛି ପ୍ରତିକ୍ରିୟା ଦେଇନାହାନ୍ତି ।

 

Related posts