୧୦୦ କୋଟି କ୍ଲବରେ ସାମିଲ ହେଲା ‘ଟୋଟାଲ ଧମାଲ୍’

Published: Mar 3, 2019, 3:47 pm IST
ajay's total dhamal scores a sentury, total business is 103crore

ଏ ବର୍ଷର ପ୍ରଥମ କମେଡି ସିନେମା ‘ଟୋଟାଲ ଧମାଲ୍’ ବକ୍ସଅଫିସରେ ମାତ୍ର ୯ ଦିନ ପରେ ୧୦୦ କୋଟି କ୍ଲବରେ ସାମିଲ ହୋଇଛି। ‘ଟୋଟାଲ୍ ଧମାଲ୍’ ହେଉଛି ମାଧୁରୀ ଦୀକ୍ଷିତଙ୍କ କ୍ୟାରିୟରର ୧୦୦ କୋଟି କ୍ଲବରେ ସାମିଲ ହୋଇଥିବା ପ୍ରଥମ ଫିଲ୍ମ । ଏହି ସିନେମା ପ୍ରଥମ ଦିନ ୧୬.୦ କୋଟି ଟଙ୍କାର ଆୟ କରିଥିଲା। ଦ୍ୱିତୀୟ ଦିନ ଏହା ୨୦.୪୦ କୋଟି ଟଙ୍କାର ଆୟ କରିଥିଲା। ଏପରିଭାବେ ପ୍ରଥମ ଦୁଇ ଦିନରେ ଏହାର କଲେକସନ୍ ୩୬ .୫୦ କୋଟିରେ ପହଞ୍ଚିଥିଲା।  ପ୍ରଥମ ସପ୍ତାହାନ୍ତରେ ମୋଟ ୬୪ କୋଟି ଟଙ୍କାର ଆୟ କରିଥିଲା। ଏହି ଫିଲ୍ମ ବର୍ଷର ସବୁଠାରୁ ବଡ଼ ଉଇକେଣ୍ଡ ଓପନିଂ ବି କରିଥିଲା । ଇନ୍ଦ୍ର କୁମାରଙ୍କ ନିର୍ଦ୍ଦେଶିତ ‘ଟୋଟାଲ୍ ଧମାଲ୍’ ଏକ ମଲ୍ଟି ଷ୍ଟାରର ଫିଲ୍ମ। ଏହି ସିନେମାରେ ଅନୀଲ କପୁର, ଅଜୟ ଦେବଗନ୍, ଅର୍ଶଦ ଓ୍ଵରସି, ରିତେଶ ଦେଶମୁଖ୍, ଜନି ଲିଭର୍, ମାଧୁରୀ ଦୀକ୍ଷିତ, ବୋମନ୍ ଇରାନୀ ଓ ସଂଜୟ ମିଶ୍ର ପ୍ରମୁଖ ଅଭିନୟ କରିଛନ୍ତି। ଏହା ଗତ ୨୨ ତାରିଖରେ ରିଲିଜ୍ ହୋଇଥିଲା।

Related posts