Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କ୍ରମଶଃ କୋହଳ ହେଉଥିବା ଲକ ଡାଉନ, ହେଲେ ମଇ ୩ ପରେ ଲକ ଡାଉନ ସଂପୂର୍ଣ୍ଣ କୋହଳ ହୋଇ ପାରିବ କି?
ବିଶେଷ ଖବର

କ୍ରମଶଃ କୋହଳ ହେଉଥିବା ଲକ ଡାଉନ, ହେଲେ ମଇ ୩ ପରେ ଲକ ଡାଉନ ସଂପୂର୍ଣ୍ଣ କୋହଳ ହୋଇ ପାରିବ କି?

April 21, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଯେତେବେଳେ ମାର୍ଚ୍ଚ ୨୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୂରା ଦେଶରେ ତିନି ସପ୍ତାହ ଲାଗି ଲକ ଡାଉନ ଘୋଷଣା କରିଥିଲେ, ସେତେବେଳେ ଗଣମାଧ୍ୟମରେ ପ୍ରଶ୍ନ ଉଠିଥିଲା ଯେ, ଏପ୍ରିଲ ୧୩ ତାରିଖରେ ଏହା ସତରେ ଉଠିବ କି। ଗଣମାଧ୍ୟମର ଏ ପ୍ରକାର ପ୍ରଶ୍ନ ଅବାନ୍ତର ଓ ଆଗକୁ ଲକ ଡାଉନ ବଢିବାର ନାହିଁ ସେତେବେଳେ ଭାରତ ସରକାରଙ୍କର କ୍ୟାବିନେଟ ସେକ୍ରେଟାରୀ ଏକ ବକ୍ତବ୍ୟ ରଖିଥିଲେ। ତେବେ ସମୟ କ୍ରମେ ଆମେ ଦେଖିଲୁ କ୍ୟାବିନେଟ ସେକ୍ରେଟାରୀଙ୍କ କଥା ଭୁଲ ସାବ୍ୟସ୍ତ ହେଲା ଓ ଲକ ଡାଉନ ର ସମୟ ସୀମା ବଢିଲା। ଲକ ଡାଉନକୁ ଦ୍ଵିତୀୟ ପର୍ୟାୟରେ ବଢାଇବାକୁ ଗଲାବେଳେ କେନ୍ଦ୍ର ସରକାର ଏଥିପାଇଁ ରାଜ୍ୟ ମାନଙ୍କର ପରାମର୍ଶକୁ ଗୁରୁତ୍ଵ ଦେଉଥିବାର କଥା କହିଥିଲେ। କାରଣ କେନ୍ଦ୍ର ସରକାରଙ୍କ ପୂର୍ବରୁ ପ୍ରଥମେ ଓଡିଶା ଲକ ଡାଉନର ସମୟସୀମାକୁ  ଏପ୍ରିଲ ୩୦ ତାରିଖ ପର୍ୟନ୍ତ ବଢାଇ ସାରିଥିଲେ। ଓଡିଶା ପରେ ପଞ୍ଜାବ, ମହାରାଷ୍ଟ୍ର ଓ କର୍ଣ୍ଣାଟକ ସରକାର ମଧ୍ୟ ଲକ ଡାଉନ ର ସମୟସୀମା ବଢାଇ ସାରିଥିଲେ। ତେଣୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟମାନଙ୍କ ଠାରୁ ଆଉ ତିନ ଦିନ ଅଧିକ ସମୟ ଲକ ଡାଉନ ବଢାଇଥିଲେ।

ତେବେ ଗତକାଲିଠୁ ଜାତୀୟ ସ୍ତରରେ ଲକ ଡାଉନର କିଛି ନିୟମ ବିଭିନ୍ନ ଅଞ୍ଚଳରେ କୋହଳ କରିବା ଆରମ୍ଭ କରିଛନ୍ତି। କୃଷି ଓ ପଶୁ ପାଳନ କାମକୁ ପ୍ରଥମେ ଲକ ଡାଉନରୁ ବାଦ ଦିଆ ଯାଇଛି। ଗ୍ରାମାଞ୍ଚଳରେ ନିର୍ମାଣ କାମ ହୋଇପାରିବ ଏବଂ ମହାତ୍ମାଗାନ୍ଧି ନରେଗା କାମ ମଧ୍ୟ ଆରମ୍ଭ ହୋଇପାରିବ ବୋଲି କୁହାଯାଉଛି। ଯେଉଁ ଜିଲ୍ଲା ଗୁଡିକରେ ଏପର୍ୟନ୍ତ କରୋନା ଭୂତାଣୁ ଚିହ୍ନଟ ହୋଇ ନାହାନ୍ତି ସେହି ସବୁ ଜିଲ୍ଲାରେ ଲକ ଡାଉନ ଆଂଶିକ କୋହଳ ହେବା ପ୍ରକ୍ରିୟା ଆରମ୍ଭ ହୋଇଛି। ତେବେ ଏହି ଆଂଶିକ ପ୍ରକ୍ରିୟାରେ ଆମର ଅର୍ଥନୀତି ପୁରୁଣା ଗତି ଫେରି ପାଇବ କି? ଲକ ଡାଉନ ଫଳରେ କୋଭିଡ-୧୯ ଆକ୍ରାନ୍ତଙ୍କ ସଂଖ୍ୟା ହଜାର ଭିତରେ ସୀମିତ ରହିଛି। ଲକ ଡାଉନ ସୀମା ଥରେ ଡେଇଁଲେ ଏହି ସଂଖ୍ୟା ଲକ୍ଷେ ରେ ପହଞ୍ଚିଯିବ ବୋଲି ଆଶଙ୍କା ରହିଛି।

ତେବେ ଆଗକୁ ଅନିର୍ଦ୍ଦିଷ୍ଟ ସମୟ ଲାଗି ଆମେ ଲକ ଡାଉନ ବ୍ୟବସ୍ଥାକୁ ଗ୍ରହଣ କରି ପାରିବା କି? କିଛି ବୈଜ୍ଞାନିକ ଏବେ କହିଲେଣି କୋବିଡ୧୯ ଟୀକା ନ ବାହାରିବା ପର୍ୟନ୍ତଲକ ଡାଉନ ଜରୁରୀ ଓ ଏହା ୨ ବର୍ଷ ସମୟ ମଧ୍ୟ ଲାଗିପାରେ। ବାସ୍ତବରେ ଏତେ ସମୟ ଧରି ଲୋକଙ୍କୁ ତାଲା ବନ୍ଦ କରି ରଖିବା ସମ୍ଭବପର ନୁହେଁ। ଭାରତ ର ପୃଷ୍ଠଭୂମିରେ ଲକ ଡାଉନର ସୀମା ତଥା ପ୍ରଭାବ ବିଷୟରେ ଆଲୋଚନା କଲାବେଳେ ଆମକୁ ଅନେକ ଜଟିଳ ପ୍ରଶ୍ନକୁ ସାମ୍ନା କରିବାକୁ ପଡିବ।

ଗତକାଲି ସୁଦ୍ଧା ଦେଶରେ ୧୮,୦୦୦ + କରୋନା ଆକ୍ରାନ୍ତ ରହିଥିଲେ ଓ ସେମାନଙ୍କ ମଧ୍ୟରୁ ୫୬୭ ଜଣ ମୃତ୍ୟୁ ବରଣ କରିଥିଲେ। ତେବେ ଦେଶର ସର୍ବାଧିକ ଆକ୍ରାନ୍ତ କେବଳ ବଡ ବଡ ମହାନଗରୀ ରେ ହିଁ ରହିଛନ୍ତି। ଗତକାଲି ସୁଦ୍ଧା ମୁମ୍ବାଇ ରେ ୨୪୫୫, ଦିଲ୍ଲୀରେ ୨୦୮୧, ଅହମଦାବାଦରେ ୧୨୪୮, ସୁରତରେ ୨୬୯, ଜୟପୁରରେ ୫୮୫, ଇନ୍ଦୋରରେ ୮୪୧,ପୁନେ ରେ ୫୯୧,ଚେନ୍ନାଇରେ ୨୯୦, ଆଗ୍ରାରେ ୨୪୨,ଲକ୍ଷ୍ନୌରେ ୧୬୨, ହାଇଦ୍ରାବାଦରେ ୪୮୬, ବେଙ୍ଗାଲୁରୁରେ ୧୦୦, ଶ୍ରୀନଗରରେ ୭୮ ଓ ଭୁବନେଶ୍ବରରେ ୪୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅର୍ଥାତ ଦେଶର ମୋଟ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ପ୍ରାୟ ୭୫ ଭାଗ କେବଳ ମହାନଗର ଗୁଡିକରେ ଚିହ୍ନଟ ହୋଇଛନ୍ତି। ସହରୀ ଓ ଗ୍ରାମୀଣ ଭେଦରେ ଏହି ଅନୁପାତ ପ୍ରାୟ ୯୫;୫ ହେବ। ମୂଳତଃ ଏହା ସହରୀ ଜୀବନକୁ ବେଶୀ ଆକ୍ରାନ୍ତ କରୁଥିବାରୁ ଗ୍ରାମୀଣ ଜୀବନରେ ତାଲାବନ୍ଦ କରି ରଖିବାର ବିଶେଷ କିଛି କାରଣ ନାହିଁ।

ତେବେ ଦେଶର ଅର୍ଥନୀତି ଅଧିକରୁ ଅଧିକ ସହରକୈନ୍ଦ୍ରିକ ହୋଇଥିବାରୁ ଆଗାମୀ ଦିନରେ ଲକ ଡାଉନର ଅପଚ୍ଛାୟା ସହର ଗୁଡିକ ଉପରେ ଅଧିକ ପଡିବ। ମଇ ୩ ତାରିଖ ପରେ ହୁଏତ ବାକି ଭାରତରେ ଜନ ଜୀବନ ସ୍ଵାଭାବିକ ହୋଇପାରେ, ହେଲେ ସହରୀ ଜୀବନ ଆହୁରି ଦୀର୍ଘ ସମୟ ଲକ ଡାଉନ ଭିତରେ ରହିବାକୁ ବାଧ୍ୟ ହେବ। ତାରି ଭିତରେ କେଉଁ ସହରରେ କେତେ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ଓ ସେମାନଙ୍କ ସଂସ୍ପର୍ଶରେ କେତେ ଲୋକ ଆସୁଛନ୍ତି, ତାରି ଉପରେ ଅନେକ କଥା ନିର୍ଭର କରିବ। ଆଜିର ସ୍ଥିତିରେ ମୁମ୍ବାଇ, ଦିଲ୍ଲୀ, ଚେନ୍ନାଇ, ଅହମଦାବାଦ କିମ୍ବା ଇନ୍ଦୋର ଭଳି ମହାନଗରୀର ଭବିଷ୍ୟତ ଅଧିକ ସମୟ ଅନ୍ଧାରରେ ରହିବାକୁ ବାଧ୍ୟ।

ସେହିପରି ରାଜ୍ୟୱାରି ଦେଖିଲେ ଆସନ୍ତା ୧୫ ଦିନ ଭିତରେ କେରଳ, ଓଡିଶା, ବିହାର, ପଞ୍ଜାବ, ଛତିଶଗଡ ଭଳି ରାଜ୍ୟ ନିଜ ନିଜ ରାଜ୍ୟରେ ସ୍ଥିତିକୁ ପୂର୍ଣ୍ଣ ନିୟନ୍ତ୍ରଣରେ ଆଣିପାରିବାର ସମ୍ଭାବନା ରହିଛି। ତେବେ ମହାରାଷ୍ଟ୍ର, ଦିଲ୍ଲୀ, ଗୁଜରାଟ, ମଧ୍ୟପ୍ରଦେଶ, ତାମିଲନାଡୁ, ରାଜସ୍ଥାନ ଓ ଉତ୍ତର ପ୍ରଦେଶ,– ଏହି ୭ ଟି ରାଜ୍ୟରେ ସ୍ଥିତି ଆଗକୁ ଅଧିକ ଜଟିଳ ହେବ। ଏହି ସବୁ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୦୦ ରୁ ଅଧିକ। ମହାରାଷ୍ଟ୍ର, ଗୁଜରାଟ, ଉତ୍ତର ପ୍ରଦେଶ ଓ ମଧ୍ୟ ପ୍ରଦେଶରେ ଏହି ସଂଖ୍ୟା ପ୍ରତିଦିନ ୧୫୦ ରୁ ୬୫୦ ଯାଏଁ  ଅଧିକ ବଢୁଛି। ତେଣୁ ମଇ ୩ ଭିତରେ ଏହି ସବୁ ରାଜ୍ୟ ଯେ ନିଜର ସ୍ଥିତି ସୁଧାରି ପାରିବେ, ସେ ସମ୍ଭାବନା ଯଥେଷ୍ଟ କମ।

ତେଣୁ ମଇ ୩ ତାରିଖ ପରେ ମଧ୍ୟ ଦୀର୍ଘ ସମୟ ଧରି ଦେଶର ଏକ ବଡ ଅଂଶ ଲକ ଡାଉନରେ ରହିବାକୁ ବାଧ୍ୟ।

india Lockdown narendra modi
Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶା ରାଜ୍ୟ ମହିଳା ଆୟୋଗର ୩୩ତମ ପ୍ରତିଷ୍ଠା ଦିବସ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଲେ….

February 11, 2026

ଆସନ୍ତାକାଲି ଦେଶବ୍ୟାପୀ ଧର୍ମଘଟ: ବ୍ୟାଙ୍କ ଖୋଲା ରହିବ କି ବନ୍ଦ ରହିବ?, ଜାଣନ୍ତୁ

February 11, 2026

ଜାତୀୟ ସଙ୍ଗୀତ ପୂର୍ବରୁ ବାଜିବ “ବନ୍ଦେ ମାତରମ୍”: ଗୃହ ମନ୍ତ୍ରଣାଳୟ ଜାରି କଲା ନିର୍ଦ୍ଦେଶ

February 11, 2026

ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ୫୪ ହଜାର କୋଟି ଟଙ୍କାର ଯୋଜନା

February 11, 2026
Latest News

ଚିଲିକା: ଭିବି ରାମଜି ଅଧୀନରେ ବ୍ଲକ୍ ସ୍ତରୀୟ ସାଧାରଣ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

February 11, 2026

ପୁଣି ଆଇଏଏସ ସ୍ତରରେ ଅଦଳବଦଳ, ବାତିଲ ହେଲା ସ୍ମାର୍ଟ ସିଟି ଓ ବିଡିଏ ଉପାଧ୍ୟକ୍ଷ ନିଯୁକ୍ତି

February 11, 2026

ସୋଆ ଆଇଏଏସ୍ ପକ୍ଷରୁ ବିଶ୍ୱ ଡାଲି ଦିବସ ପାଳିତ

February 11, 2026

ନକ୍ସଲମୁକ୍ତ ରାଷ୍ଟ୍ର ପାଇଁ ନୂତନ ରୋଡମ୍ୟାପ୍ ପ୍ରସ୍ତୁତ କଲେ ଓଡ଼ିଶା ସରକାର

February 11, 2026

ଟିମ୍ ଇଣ୍ଡିଆକୁ ଡବଲ ଝଟକା: ଅଭିଷେକ ଶର୍ମା ଅସୁସ୍ଥ ଖବର ପରେ ଇଶାନ କିଷାନ ଆହତ!

February 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.