ଦେଶରେ କରୋନା ମୃତ୍ୟୁ ସଂଖ୍ୟା 590କୁ ବୃଦ୍ଧି

Published: Apr 21, 2020, 10:20 am IST

ନୂଆଦିଲ୍ଲୀ : ଦେଶରେ କରୋନା ସ୍ଥିତି ବେଶ ଉଦ୍‌ବେଗଜନକ ରହିଛି । ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା 18 ହଜାର 601 ଥିବାବେଳେ ମୃତ୍ୟସଂଖ୍ୟା 590କୁ ବୃଦ୍ଧି ପାଇଛି । ସେହିପରି  ଚିକିତ୍ସାଧୀନ ରହିଛନ୍ତି 14 ହଜାର 759ଜଣ । କରୋନା ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି 3252ଜଣ । ମହରାଷ୍ଟ୍ରରେ ସର୍ବାଧିକ 232 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ମଧ୍ୟପ୍ରଦେଶରେ 74, ଗୁଜୁରାଟରେ 67, ଦିଲ୍ଲୀରେ 45, ତେଲେଙ୍ଗାନାରେ 21, ଆନ୍ଧ୍ରପ୍ରଦେଶରେ 20ଜଣଙ୍କର ମୃତ୍ୟୁ ହୋଇଥିବାର କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି ।

Related posts