ଭୁବନେଶ୍ବର : ଆଉ 5 ଜଣ କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ୍ ହିଷ୍ଟ୍ରି ଦେଲେ ସରକାର। 70ରୁ 74 ନମ୍ବର ଆକ୍ରାନ୍ତଙ୍କ ତଥ୍ୟ ଦେଲେ ରାଜ୍ୟ ସରକାର। ସମସ୍ତ 5 ଜଣଙ୍କ କୋଲକାତା ଲିଙ୍କ। ବିଭିନ୍ନ ଜାଗା ବୁଲିଥିଲେ ଆକ୍ରାନ୍ତ।
70 ନଂ କୋରେଇରେ 50 ବର୍ଷୀୟ ଆକ୍ରାନ୍ତ 28ରେ କୋଲକାତାରୁ ଫେରିଛନ୍ତି। ଏକ ଭଡା ଗାଡିରେ ଅନ୍ୟ 28 ଜଣଙ୍କ ସହ ହାଓ୍ବଡାରୁ ଆସିଥିଲେ। 31ରେ କୋରେଇ ହସ୍ପିଟାଲ ଯାଇଥିଲେ, 19ଯାଏ ହୋମ୍ କ୍ବାରେଣ୍ଟିନ୍ରେ ଥିଲେ। ଲକ୍ଷଣ ନଥିଲା, 20ରେ ପଜିଟିଭ୍ ପରେ ଟାଟା କୋଭିଡ୍ ହସ୍ପିଟାଲ ସ୍ଥାନାନ୍ତର। 70 ନଂ – ଯାଜପୁର ସଦର ବେହେରା ପାଟଣା ଘର, ବୟସ 28 ବର୍ଷ। କୋଲକତାରୁ ଅନ୍ୟ 11 ଜଣଙ୍କ ସହ ଭଡାଗାଡ଼ିରେ ମାର୍ଚ୍ଚ 29ରେ ଆସିଥିଲେ। ମାର୍ଚ୍ଚ 30ରେ ଯାଜପୁର ହସ୍ପିଟାଲ ଯାଇଥିଲେ, 14 ଯାଏ କ୍ବାରେଣ୍ଟିନ୍ରେ ଥିଲେ। 15ରୁ 20 ଯାଏଁ ଯାଜପୁର ମେଡ଼ିକାଲରେ ଆଡମିଶନ ହୋଇଥିଲେ। 20ରେ ପଜିଟିଭ୍ ପରେ କଳିଙ୍ଗ ନଗର ଟାଟା କୋଭିଡ ହସ୍ପିଟାଲ ସ୍ଥାନାନ୍ତର ହୋଇଛନ୍ତି।
72 ନଂ ଆକ୍ରାନ୍ତ ଜଣକ -64 ବର୍ଷ ବୟସ୍କ ହୋଇଥିବାବେଳେ ତାଙ୍କ ଘର ଯାଜପୁର ବାସୁଦେବପୁର ବୋଲି ଜଣାପଡିଛି। 29ରେ ଭଡାଗାଡିରେ କୋଲକତାରୁ ଆସିଥିଲେ, 19 ଯାଏ ଘରେ ଥିଲ । ଲକ୍ଷଣ ନଥିଲା । 20ରେ ପଜିଟିଭ୍ ପରେ ଟାଟା କୋଭିଡ୍ ହସ୍ପିଟାଲ ସ୍ଥାନାନ୍ତର । 73 ନଂ ଆକ୍ରାନ୍ତଙ୍କ ବୟସ 58 ବର୍ଷ ବୋଲି ଜଣାପଡିଛି । ତାଙ୍କ ଘର ଯାଜପୁର ବାସୁଦେବପୁର ବୋଲି ଜଣାପଡିଛି । 29ରେ ଭଡାଗାଡିରେ ଅନ୍ୟ 2ଜଣଙ୍କ ସହ କୋଲକାତାରୁ ଆସିଥିଲେ । 19 ଯାଏ ହୋମ୍ କ୍ବାରେଣ୍ଟିନ୍ରେ ଥିଲେ, 17ରେ ରାସନ୍ ପାଇଁ ଯାଇଥିଲେ । 20 ତାରିଖରେ ସାଙ୍ଗମାନଙ୍କ ସହ ତାସ୍ ଖେଳିଥିଲେ, ଲକ୍ଷଣ ନଥିଲା । 74 ନଂ ଆକ୍ରାନ୍ତ ଜଣକ 32 ବର୍ଷର ଜଣେ ଯୁବକ । ତାଙ୍କ ଯାଜପୁର ସଦର ବିରଜାପୁର ଅଞ୍ଚଳରେ । ମାର୍ଚ୍ଚ 29ରେ କୋଲକାତାରୁ 11 ଜଣଙ୍କ ସହ ଭଡାଗାଡ଼ିରେ ଆସିଥିଲେ । ଏପ୍ରିଲ୍ 15ରେ ପାଳସାହି ସାଙ୍ଗ ଘରେ ଅନ୍ୟ ଦୁଇଜଣଙ୍କ ସହ ଖାଇଥିଲେ । ଏପ୍ରିଲ୍ 16, 17ରେ ରାମବାଗ ଚିକେନ, ଗ୍ରୋସରୀ, ପରିବା ଦୋକାନ ଯାଇଥିଲେ । ଲକ୍ଷଣ ନଥିଲା, ସାମ୍ପଲ୍ ପଜିଟିଭ୍ ପରେ ଟାଟା ହସ୍ପିଟାଲ ସ୍ଥାନାନ୍ତର ।