ଆଜି ଚିହ୍ନଟ ହୋଇଥିବା ଭଦ୍ରକର ତିନି ଆକ୍ରାନ୍ତଙ୍କ ଯାତ୍ରା ବିବରଣୀ ଦେଲେ ସରକାର

Published: Apr 22, 2020, 8:23 pm IST

ଭୁବନେଶ୍ୱର: ଆଜି ଚିହ୍ନଟ ହୋଇଥିବାର ଭଦ୍ରକର ତିନି ଆକ୍ରାନ୍ତ 80, 81, 82 ନମ୍ବରଙ୍କ ତଥ୍ୟ ଦେଲେ ରାଜ୍ୟ ସରକାର। 55 ବର୍ଷୀୟ ବୟସ୍କଙ୍କ ଆକ୍ରାନ୍ତଙ୍କ ଘର ଭଦ୍ରକ ବାସୁଦେବପୁର ଲୁଙ୍ଗା ଗାଁରେ। ସେହିପରି 81 ନଂ ଆକ୍ରାନ୍ତ ଜଣକ ହେଉଛନ୍ତି ଭଦ୍ରକ ବାସୁଦେବପୁର ନନ୍ଦପୁରରେ 35 ବର୍ଷ ବୟସ୍କ। ସେହିପରି 40 ବର୍ଷୀୟ 82ନଂ ଆକ୍ରାନ୍ତଙ୍କ  ଘର ଭଦ୍ରକ ବାସୁଦେବପୁର ବନ୍ଧସାହିରେ। ଏହି ତିନି ଜଣ ମାର୍ଚ୍ଚ 30ରେ କୋଲକାତାରୁ ଭଡ଼ାଗାଡ଼ିରେ ଆସିଥିଲେ। ଅନ୍ୟ 15 ସହଯାତ୍ରୀଙ୍କ ସହ ଭଡ଼ାଗାଡ଼ିରେ ନୂତନ ବଜାରରୁ ଆସିଥିଲେ। କାହାରି ଲକ୍ଷଣ ନଥିଲା, ସାମ୍ପଲ ଟେଷ୍ଟ ପରେ ପଜିଟିଭ ବାହାରିଛି।

Related posts