ଏପ୍ରିଲ୍‌ 27 ତାରିଖରେ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀମାନଙ୍କ ସହିତ ବୈଠକ କରିବେ ମୋଦି

Published: Apr 22, 2020, 9:24 pm IST

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନାର ପ୍ରକୋପ ଓ ଲକ୍‌ଡାଉନ୍‌ର ସ୍ଥିତିକୁ ନେଇ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହିତ ବୈଠକ କରିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟର ସମସ୍ତ ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଅପ୍ରେଲ୍‌ 27 ତାରିଖରେ ଭିଡିଓ କନଫରେନ୍ସିଂ କରିବେ ବୋଲି ସୂଚନା ରହିଛି । ଏହି ଅବସରରେ ମୋଦି ମୁଖ୍ୟମନ୍ତ୍ରୀଙ୍କଠାରୁ ଫିଡ୍‌ବ୍ୟାକ୍‌ ନେବେ ବୋଲି ଜଣାପଡିଛି ।

ରାଜ୍ୟ ତରଫରୁ ଫିଡ୍‌ବ୍ୟାକ୍‌ ଆଧାରରେ ଆଗାମୀ ରଣନୀତି ପ୍ରସ୍ତୁତ କରିବେ କେନ୍ଦ୍ର ସରକାର। ଏପ୍ରିଲ୍‌ 11 ତାରିଖରେ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କର ସହ ଗୁରୁତ୍ବପୂର୍ଣ୍ଣ ବୈଠକ ପରେ କେନ୍ଦ୍ର ସରକାର ଲକ୍‌ ଡାଉନ୍‌ର ଅବଧିକୁ ମଇ ତିନି ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ । ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏପ୍ରିଲ୍‌ 2 ତାରିଖରେ ସମସ୍ତ ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଭିଡିଓ କନଫରେନ୍ସିଂ ଜରିଆରେ ବୈଠକ କରିଥିଲେ ।  ଏବେ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଭିଡିଓ କନଫରେନ୍ସିଂ ଜରିଆରେ କରୋନା ମୁକାବିଲା ନେଇ ଆଲୋଚନା କରିବେ ।  ଦେଶରେ କରୋନା ସ୍ଥିତି ବେଶ୍‌ ଜଟିଳ ରହିଛି । ଦେଶରେ ମୋଟ୍‌ 20 ହଜାର 471 ସଂକ୍ରମିତ ରହିଥିବାବେଳେ ମୃତ୍ୟୁ ସଂଖ୍ୟା 652ରେ ପହଞ୍ଚିଛି । ଗତ 24 ଘଣ୍ଟାରେ 50 ଜଣଙ୍କର ମୃତ୍ୟୁ ହୋଇଛି ।

Related posts