ରାଜ୍ୟ ବାହାରେ ଖୋର୍ଦ୍ଧାରୁ ରହିଛନ୍ତି 20 ହଜାର ଲୋକ

Published: Apr 23, 2020, 10:56 am IST

ଖୋର୍ଦ୍ଧା : ରାଜ୍ୟ ବାହାରକୁ ନେଇ ଏବେ ଚିନ୍ତା ବଢିଛି। ନିକଟରେ ଚିହ୍ନଟ ହୋଇଥିବା ସମସ୍ତ କରୋନା ଆକ୍ରାନ୍ତଙ୍କ ରାଜ୍ୟ ବାହାର ଲିଙ୍କ୍‌ ରହିଛି। ଏହାକୁ ନେଇ ରାଜ୍ୟ ସରକାର ବେଶ୍‌ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏହି କ୍ରମରେ ଆଜି ଖୋର୍ଦ୍ଧା ଜିଲ୍ଲାପାଳ ଏକ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି। ଖୋର୍ଦ୍ଧା ଜିଲ୍ଲାର ପ୍ରାୟ 20 ହଜାର ଲୋକ ରାଜ୍ୟ ବାହାରେ ଅଛନ୍ତି। ସରକାରୀ ଗାଇଡଲାଇନ୍‌ ଅନୁସାରେ ସମସ୍ତଙ୍କୁ ପଞ୍ଜିକରଣ କରିବାକୁ ପଡିବ । ପଞ୍ଜିକରଣ ନ କଲେ ଜିଲ୍ଲାରେ ପ୍ରବେଶ ଅନୁମତି ମିଳିବ ନାହିଁ ।  ସମସ୍ତଙ୍କୁ ଅନ୍‌ଲାଇନ୍‌ରେ ପଞ୍ଜିକରଣ କରିବାକୁ ପଡିବ। ଏନେଇ ସୂଚନା ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଳାପାଳ ସୀତାଂଶୁ ରାଉତ। ସୂଚନାଯୋଗ୍ୟ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏଯାବତ୍‌ ରାଜ୍ୟରେ ମୋଟ୍‌ 82 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 32 ଜଣ ସୁସ୍ଥ ହୋଇଛନ୍ତି । 50 ଜଣ ଚିକିତ୍ସାଧୀନ ରହିଥିବାବେଳେ ଜଣକର ମୃତ୍ୟୁ ଘଟିଛି ।

Related posts