Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମାଲ୍ ପରିବହନ ପାଇଁ ଭାରତୀୟ ରେଳବାଇ ପକ୍ଷରୁ ପ୍ରୋତ୍ସାହନ ଘୋଷଣା
ଆଜିର ଖବର

ମାଲ୍ ପରିବହନ ପାଇଁ ଭାରତୀୟ ରେଳବାଇ ପକ୍ଷରୁ ପ୍ରୋତ୍ସାହନ ଘୋଷଣା

April 23, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର : କୋଭିଡ଼୍‌-୧୯ ମହାମାରୀ ପରିପ୍ରେକ୍ଷିରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ପରିବହନ ନିମନ୍ତେ ପଣ୍ୟ ଉପଭୋକ୍ତାମାନଙ୍କୁ ସୁବିଧା ଯୋଗାଇବା ସହ ଲଜିଷ୍ଟିକ୍ ସହାୟତା ଯୋଗାଇଦେବା ନିମନ୍ତେ ରେଳ କର୍ତ୍ତୃପକ୍ଷ ଦୃଢ଼ ନିଷ୍ପତ୍ତି ନେଇଛନ୍ତି । ଏହି ନିଷ୍ପତ୍ତି ମଧ୍ୟରେ ପଣ୍ୟ ଓ ପାର୍ସେଲ୍ ଟ୍ରାଫିକ୍ କ୍ଷେତ୍ରରେ ବିଳମ୍ବଶୁଳ୍କ, ରହଣି ମାହାସୁଲ, ଗଦାମାରିବା, ଦୃଢ଼କରି ରଖିବା ଏବଂ କଣ୍ଟେନର୍ ଟ୍ରାଫିକ୍ ନିମନ୍ତେ ବିଳମ୍ବଶୁଳ୍କ ଓ ଭିତ୍ତିଭୂମି ବ୍ୟବହାର ମୂଲ୍ୟ ଇତ୍ୟାଦି ବୃଦ୍ଧି କରିବ ନାହିଁ । ଏହି ନିର୍ଦ୍ଦେଶାବଳୀ ୨୨ ମାର୍ଚ୍ଚ ରୁ ୩ ମେ, ୨୦୨୦ ମଧ୍ୟରେ ଲାଗୁ ହେବ ।
ଉପଭୋକ୍ତାମାନଙ୍କୁ ଗୁଡ଼୍‌ସେଡ଼୍‌କୁ ବ୍ୟକ୍ତିଗତ ଭାବେ ନ ଆସିବା ଓ ପଞ୍ଜିକୃତ ପ୍ରକ୍ରିୟାକୁ ଅଧିକ ସୁବିଧାପ୍ରଦ କରିବାକୁ ପଣ୍ୟର ଚାହିଦା ହିସାବରେ ଇଲେକ୍‌ଟ୍ରୋନିକ୍ ପଞ୍ଜିକରଣ (ଇ.ଆଇ.ଡି.), ଇଲେକ୍‌ଟ୍ରୋନିକ୍ସ ଟ୍ରାନ୍‌ସ୍‌ମିସନ୍ ଦ୍ୱାରା ପଣ୍ୟ ପରିବହନ ସୂଚନା ବ୍ୟବସ୍ଥା (ଫୋଏସ୍‌) ମାଧ୍ୟମରେ ରେଲୱେ ରସିଦ୍ ପ୍ରଦାନ ଏବଂ ପଣ୍ୟ ବିତରଣ ଇ.ଟି.ଆର୍‌.ଆର୍‌ର ଇ-ସରେଣ୍ଡର ମାଧ୍ୟମରେ କରାଯିବ । ଏହି ସୁବିଧା ପଣ୍ୟ ସହାୟତାକାରୀ, ଲୌହ ଏବଂ ଇସ୍‌ପାତ୍‌, ଲୁହାପଥର ଓ ଲୁଣ ପରିବହନକୁ ମଧ୍ୟ ଯୋଗାଇ ଦିଆଯିବ ।

ରେଲୱେ ରସିଦ୍ (ଆର୍‌.ଆର୍‌)ବିନା ପଣ୍ୟ ସାମଗ୍ରୀ ପ୍ରଦାନ :
୧. ଇଲେକ୍‌ଟ୍ରୋନିକ୍ସ ପଞ୍ଜିକରଣ ଦ୍ୱାରା ରେଲୱେ ରସିଦ୍ (ଇ.ଟି.ଆର୍‌.ଆର୍‌)ର ଇ-ସରେଣ୍ଡର ଦ୍ୱାରା ସାମଗ୍ରୀ ପ୍ରଦାନ କରାଯାଇଛି ସେଠାରେ ଯେତେଦୂର ସମ୍ଭବ ଇଲେକ୍‌ଟ୍ରୋନିକ୍ସ ରେଲୱେ ରସିଦ୍ ପ୍ରଦାନ କରାଯିବ ।
୨. ସାଧାରଣତଃ ଇଲେକ୍‌ଟ୍ରୋନିକ୍ସ ରହିତ ରେଲୱେ ରସିଦ୍ (ଯେପରି ପେପର୍ ଆର୍‌.ଆର୍‌.) ହୋଇଥିବ ତେବେ ମାଲ୍‌ଗ୍ରହିତା ବା ନେବା ବ୍ୟକ୍ତିର ନାମ, ପଦବୀ, ଆଧାରକାର୍ଡ଼, ପାନ୍‌, ଜିଏସ୍‌ଟିଏନ୍ ନମ୍ବର ମାଲ୍ ପ୍ରେରକଙ୍କ ଠାରୁ ନିଆଯାଇ ଲକ୍ଷ୍ୟସ୍ଥାନକୁ ଜଣାଇ ଦିଆଯିବ ଏବଂ ଟ୍ରେନ୍ ପରିଚାଳନା ପଦ୍ଧତି (ଟିଏମ୍‌ଏସ୍‌)ରେ ଏହାର ସମୁଦାୟ ଯାଞ୍ଚ କଲାପରେ ସାମଗ୍ରୀ ପ୍ରଦାନ କରାଯିବ ଏବଂ ରେଲୱେ ରସିଦ୍‌ର ଫାକ୍ସ/ସ୍କାନ୍‌ଡ୍‌/ଫଟୋକପି ରଖିବା ସହିତ ଯଦି କୌଣସି ପ୍ରକାର ଦାବୀ ଉଠେ ସେଥିପାଇଁ ଦାୟୀ ରହିବି ବୋଲି ଏକ ବିନାଷ୍ଟାମ୍ପ୍‌ରେ କ୍ଷତିପୂରଣ ନୋଟ୍ ସଂଗ୍ରହ କରାଯିବ ।
୩. ପୁନଶ୍ଚ, ଯଦି ସ୍ୱ-ରେଲୱେ ରସିଦ୍ (ଆର୍‌.ଆର୍‌) କିମ୍ବା ମାଲ୍ ପ୍ରେରକ ଓ ମାଲ୍ ଗ୍ରହିତା ସମାନ ବ୍ୟକ୍ତି ହୋଇଥିବେ ସେ ସ୍ଥାନରେ ମାଲ୍ ବୋଝେଇ ଆରମ୍ଭ ରେଳ ମଣ୍ଡଳ ମାଲ୍ ଗ୍ରହିତା ଯିଏ କି ଲକ୍ଷ୍ୟ ସ୍ଥାନରେ ମାଲ୍ ଗ୍ରହଣ କରିବ ତାଙ୍କ ନାମ ବିଧିବଦ୍ଧ ଭାବେ ଅନୁମୋଦନ କରି ମାଲ୍ ପ୍ରେରକ ବ୍ୟକ୍ତିଙ୍କ ଠାରୁ ମୂଳକପି ଫେରେଇ ନେବା ସହିତ ଲକ୍ଷ୍ୟ ଷ୍ଟେସନ୍‌କୁ ତାଙ୍କ ନାମ, ପାନ୍‌, ଆଧାର ଏବଂ ଜିଏସ୍‌ଟିଏନ୍ ନମ୍ବର ନେଇ ଅବଗତ କରାଇବେ । ଲକ୍ଷ୍ୟ ସ୍ଥାନ ଷ୍ଟେସନ୍ ବିଧିବଦ୍ଧ ଯାଞ୍ଚ କରି ବ୍ୟକ୍ତିଗତ ସହ ଉପଯୁକ୍ତ ପଦ୍ଧତିରେ ବିତରଣ କରିବେ । ମାଲ୍ ପ୍ରେରଣ ରେଳ ମଣ୍ଡଳ  “ବିନା ଦାବୀ ଘୋଷଣାପତ୍ର ଗ୍ରହଣ କରିବେ ଯେହେତୁ ଅଣ୍ଡରଫୋର୍ସ ମେଜର୍ ଲାଗୁ କରାଯାଇଛି ତେଣୁ ଏହି ପଦ୍ଧତି ଅନୁସରଣ କରାଯିବ । ଏହି ନିର୍ଦ୍ଦେଶାବଳୀ ୩ ମେ, ୨୦୨୦ ପର୍ଯ୍ୟନ୍ତ ଲାଗୁ ହେବ ।

କଣ୍ଟେନର୍ ଟ୍ରାଫିକ୍‌କୁ ଉତ୍ସାହିତ କରିବାକୁ ନୀତି ନିର୍ଦ୍ଧାରଣ :
୧. ୨୪ ମାର୍ଚ୍ଚ ୨୦୨୦ ଠାରୁ ୩ ମାର୍ଚ୍ଚ ୨୦୨୦ ପର୍ଯ୍ୟନ୍ତ ଖାଲି କଣ୍ଟେନର୍ ଓ ଖାଲି ଫ୍ଲାଟ୍‌ସ ଚଳାଚଳ ପାଇଁ ଚଳାଚଳ ଖର୍ଚ୍ଚ ଉପରେ କର ଧାର୍ଯ୍ୟ କରାଯିବ ନାହିଁ । ଆଶା କରାଯାଏ ଯେ, ଏହା କେବଳ ଭାରତୀୟ ରେଳପଥ ଉନ୍ନତି କରିବନି ଏହା ରପ୍ତାନୀ ସହାୟତା ଦ୍ୱାରା ଅର୍ଥନୀତିକ ବିକାଶ ଘଟିବ ।
୨. କଣ୍ଟେନର୍ ଟ୍ରାଫିକ୍ ପାଇଁ ବ୍ୟୟ କରିବାକୁ ହବ୍ ଓ ସ୍ପୋକ୍ ପଦ୍ଧତିରେ ରିହାତି ଦିଆଯିବ । କରୋନା ଭୂତାଣୁର ପ୍ରଭାବ ଫଳରେ ବୋଝେଇ ମାଲ୍ ଖଲାସ ପାଇଁ ବିଳମ୍ବ ଯୋଗୁଁ ଇନ୍‌ଲ୍ୟଣ୍ଡ୍ କଣ୍ଟେନର୍ ଡିପୋ (ଆଇ.ସି.ଡି.) ବାଧାପ୍ରାପ୍ତ ହୋଇଥିବା ଦୃଷ୍ଟିରୁ ଟେଲିସ୍‌ସ୍କୋପିକ୍ ସୁବିଧା ପାଇବା ପାଇଁ ପାଞ୍ଚ ଦିନରୁ ପନ୍ଦର ଦିନକୁ ଏହାର ଲିମିଟ୍ ବଢ଼େଇ ଦିଆଯିବାକୁ ନିଷ୍ପତ୍ତି ନିଆଯାଇଛି ଯାହା ୧୬ ଏପ୍ରିଲ୍ ଠାରୁ ୩୦ ମେ, ୨୦୨୦ ପର୍ଯ୍ୟନ୍ତ ବଳବତ୍ତର ରହିବ ।

ମାଲ୍ ପରିବହନରେ କୋହଳ :
୧.ଆନ୍ତଃ ଜୋନ୍ ଓ ଜୋନାଲ୍‌ମାଧ୍ୟମ ଟ୍ରାଫିକ୍ ନିମନ୍ତେ ୬୦୦ କି.ମି.ର ମିନିରେକ୍ (ଜୋନାଲ୍ ମାଧ୍ୟମ ଟ୍ରାଫିକ୍ ପାଇଁ ୧୦୦୦ କି.ମି.) ଥିବା ଦୂରତା ଅବରୋଧକୁ ୧୫୦୦ କି.ମି. ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।
୨. ରେକ୍ ବୋଝେଇର ଦୁଇସ୍ଥାନରୁ ବିନାଭିଡ଼ ସମୟରେ ୨୦୦ କି.ମି. ଏବଂ ଭିଡ଼ ସମୟରେ ୪୦୦ କି.ମି. ଦୂରତା ଅବରୋଧକୁ କୋହଳ କରି ବର୍ତ୍ତମାନ ୫୦୦ କି.ମି. ପର୍ଯ୍ୟନ୍ତ ଯେକୌଣସି ସମୟରେ ମାଲ୍ ପରିବହନ କରିହେବ ।
୩. ଟ୍ରେନ୍ ଲୋଡ଼୍ ସୁବିଧା ଅନୁଯାୟୀ ମିନିମମ୍ ନମ୍ବର ୱାଗନ୍ ବୋଝେଇକୁ ବର୍ତ୍ତମାନ ବିସିଏନ୍‌ଏଚ୍‌ଏଲ୍ ୱାଗନ୍ ୫୭ଟି ରୁ ୪୨ଟି ୱାଗନ୍‌କୁ କମ୍ କରାଯାଇଛି, ଯାହା ମୁଖ୍ୟତଃ ବ୍ୟାଗ୍‌ଡ଼୍ ସାମଗ୍ରୀ ଯଥା ଖାଦ୍ୟଶସ୍ୟ, କୃଷିଜାତ ଉତ୍ପାଦ ପିଆଜ ଇତ୍ୟାଦି ନିମନ୍ତେ ବ୍ୟବହାର କରାଯାଉଥିଲା । ଏହି କୋହଳ ବ୍ୟବସ୍ଥା ୩୦ ସେପ୍ଟେମ୍ବର, ୨୦୨୦ ପର୍ଯ୍ୟନ୍ତ ବଳବତ୍ତର ରହିବ ।

covid19 railway
Share. Facebook Twitter LinkedIn Email WhatsApp Copy Link

Related Posts

ସନ୍ତୁଷ୍ଟ ନା ଅସନ୍ତୁଷ୍ଟ?: ବଜେଟ୍ ଉପରେ ଜାଣନ୍ତୁ କ’ଣ କହିଲେ ଜୟନ୍ତ ଚୌଧୁରୀ?

February 1, 2026

Union Budget 2026: ଆୟକର ସମ୍ପର୍କରେ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ, ଜାଣନ୍ତୁ କ’ଣ?

February 1, 2026

ଆଜି ପ୍ରଧାନମନ୍ତ୍ରୀଙ୍କ ପଞ୍ଜାବ ଗସ୍ତ: ବିମାନବନ୍ଦରରେ ଉଦ୍‌ଘାଟନ କରିବେ ଟର୍ମିନାଲ କୋଠା

February 1, 2026

ବଜେଟ୍ ଦିନ ସୁନା ମୂଲ୍ୟରେ ବଡ଼ ହ୍ରାସ: ଜାଣନ୍ତୁ ଆଜିର ଦର

February 1, 2026
Latest News

ସନ୍ତୁଷ୍ଟ ନା ଅସନ୍ତୁଷ୍ଟ?: ବଜେଟ୍ ଉପରେ ଜାଣନ୍ତୁ କ’ଣ କହିଲେ ଜୟନ୍ତ ଚୌଧୁରୀ?

February 1, 2026

Budget 2026: ମହଙ୍ଗା ହେଲା ମଦ, ଜାଣନ୍ତୁ କେଉଁଥିରେ ମିଳିଲା ଆଶ୍ଵସ୍ତି?

February 1, 2026

Union Budget 2026: ଆୟକର ସମ୍ପର୍କରେ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ, ଜାଣନ୍ତୁ କ’ଣ?

February 1, 2026

Union Budget 2026: ଓଡ଼ିଶା ସମେତ ଏହି ରାଜ୍ୟରେ ହେବ ବିରଳ ଖଣିଜ କରିଡର

February 1, 2026

ଆଜି ପ୍ରଧାନମନ୍ତ୍ରୀଙ୍କ ପଞ୍ଜାବ ଗସ୍ତ: ବିମାନବନ୍ଦରରେ ଉଦ୍‌ଘାଟନ କରିବେ ଟର୍ମିନାଲ କୋଠା

February 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.