କାଲିଠାରୁ ପାଳିତ ହେବ ରାମଜାନ୍‌, ଆଜି ଦେଖାଗଲା ଚାନ୍ଦ

Published: Apr 24, 2020, 10:48 pm IST

ନୂଆଦିଲ୍ଲୀ : କରୋନା ଭାଇରସ୍‌ର ତାଣ୍ଡବ ଭିତରେ ସାରା ଦେଶରେ ଜାରି ରହିଛି ଲକ୍‌ ଡାଉନ୍‌। ଏହା ମଧ୍ୟରେ ଆରମ୍ଭ ହୋଇଛି ମୁସଲମାନଙ୍କ ପବିତ୍ର ରାମଜାନ ମାସ। ଆଜି ଶୁକ୍ରବାର ଦିନ ଚାନ୍ଦ ଦେଖାଯାଇଛି। କାଲିଠାରୁ ପବିତ୍ର ରାମଜାନ୍‌ ମାସ ପାଳନ କରାଯିବ ବୋଲି ଘୋଷଣା କରାଯାଇଛି।

ରାମଜାନ ମାସର ଆରମ୍ଭକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କଂଗ୍ରେସ ନେତା ରାହୁଲ୍‌ ଗାନ୍ଧି ସମେତ କିଛି ନେତାମାନେ ଶୁଭେଚ୍ଛା ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାମଜାନ ମାସର ଆରମ୍ଭକୁ ନେଇ ଶୁଭେଚ୍ଛା ଜଣାଇ ଟୁଇଟ୍‌ କରିଛନ୍ତି । ରାମଜାନର ମୁବାରକ ଜଣାଇବା ସହିତ ରାମଜାନ ସମସ୍ତଙ୍କ ପାଇଁ ସୁରକ୍ଷା, କଲ୍ୟାଣ ଓ ସମୃଦ୍ଧି ପାଇଁ ପ୍ରାର୍ଥନା କରିଛନ୍ତି। ଏହି ପବିତ୍ର ରାମଜାନ ମାସ ନିଜ ସହିତ ଦୟା, ସଦ୍‌ଭାବ ଓ କରୁଣାକୁ ନେଇ ଆସୁ ବୋଲି ପ୍ରାର୍ଥନା କରିଛନ୍ତି।

ଲକଡାଉନ୍‌ ସମୟରେ ରାମଜାନ ଏପରି ସମୟରେ ପାଳିତ ହେଉଛି। ଏବେ ଦେଶରେ କରୋନା ସଂକ୍ରମଣ ବ୍ୟାପିବାର ଅଧିକ ଆଶଙ୍କା ଥିବାରୁ ଲକ୍‌ ଡାଉନ୍‌ ଜାରି କରାଯାଇଛି। ତେବେ ଏହି ପବିତ୍ର ମାସକୁ ପାଳିବାକୁ ନେଇ କେନ୍ଦ୍ର ଓ ସମସ୍ତ ରାଜ୍ୟ ସରକାରମାନେ ବିଶେଷ ପ୍ରସ୍ତୁତି କରିଛନ୍ତି। ସେହିପରି ସଂଖ୍ୟା ଲଘୁ ମନ୍ତ୍ରାଳୟ ରାମଜାନ ନେଇ ନିର୍ଦ୍ଦେଶ ଜାରି କରିଛନ୍ତି। କରୋନା ସଂକଟ ସମୟରେ ମୁସଲିମ୍‌ ସମ୍ପ୍ରଦାୟ ରୋଜା ରଖିବା ସହିତ ନିଜ ନିଜ ଘରେ ନମାଜ ପଢିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଦେଶର ସମସ୍ତ ମୁସଲମାନ ଧର୍ମଗୁରୁମାନେ ମଧ୍ୟ କରୋନାକୁ ନଜରରେ ରଖି ଘରେ ନମାଜ ପଢି ରୋଜା କରିବାକୁ ପରାମର୍ଶ ଦେଇଛନ୍ତି। ସେହିପରି ଗତକାଲିଠାରୁ ଓଡ଼ିଶାରେ ମଧ୍ୟ ରାମଜାନ ପାଳିତ ହେବ ବୋଲି କମିଟି ନିଷ୍ପତ୍ତି ନେଇଛି । (ଏଜେନ୍ସି)

Related posts