![](https://thesamikhsya.com/odia/wp-content/uploads/2020/04/nnn.jpg)
ଚନ୍ଦ୍ରକାନ୍ତି ବୌଦ୍ଧ
ନରସିଂହପୁର : ସାରା ଦେଶରେ ଲକଡାଉନ୍ ଜାରି ରହିଥିବା ବେଳେ ସମସ୍ତ ନିର୍ମାଣ କାରୀ ସଂସ୍ଥା ତଥା ବିଭିନ୍ନ କମ୍ପାନୀ ଗୁଡିକ ହଠାତ୍ ବନ୍ଦ ହୋଇଛି। ଏହା ଫଳରେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ଉକ୍ତ କମ୍ପାନୀରେ କାମ କରୁଥିବା ଶ୍ରମିକ। କଟକ ଜିଲ୍ଲା ନରସିଂହପୁର ବ୍ଲକର ଓଡ଼ସିଙ୍ଗା, କାଠଖୁଣ୍ଟ, ଡିମିରିଆ ତଥା ବ୍ଲକର ବିଭିନ୍ନ ଗ୍ରାମରୁ ଶ୍ରମିକ ମାନେ ଚେନ୍ନାଇ ଯାଇ ସେଠାରେ କାମକରି ପରିବାର ପ୍ରତିପୋଷଣ କରିଥାନ୍ତି । କାର୍ଯ୍ୟ କରୁଥିବା ଏହି ଶ୍ରମିକମାନେ ଲକଡାଉନ ଯୋଗୁଁ ଭୋକ ଉପାସରେ ରହିଥିବା ବେଳେ ଉଦ୍ଧାର ପାଇଁ ସୋସିଆଲ ମିଡିଆରେ ସରକାରଙ୍କୁ ନିବେଦନ କରିଛନ୍ତି। ସେମାନେ ଯେଉଁ କମ୍ପାନୀରେ କାମ କରୁଥିଲେ କମ୍ପାନୀ ପକ୍ଷରୁ ସେମାନଙ୍କ ରହିବା ଖାଇବା ବ୍ୟବସ୍ଥା କରାଯାଇ ନଥିବାରୁ ଶ୍ରମିକ ମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେହିଭଳି ଲକ୍ଡାଉନ୍ ସମୟରେ କର୍ମଚାରୀଙ୍କ ବେତନ ମଧ୍ୟ ମିଳିନାହିଁ । ଏଭଳି ଦୁସ୍ଥ ସ୍ଥିତିରୁ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ସରକାରଙ୍କୁ ପରିବାର ଲୋକଙ୍କ ପକ୍ଷରୁ ନିବେଦନ କରାଯାଉଛି ।