ଭୁବନେଶ୍ବର : କରୋନା ପାଇଁ ହ୍ବାଟସ୍ ଆପ୍ ମାଧ୍ୟମରେ ସ୍କୁଲ ପିଲାଙ୍କୁ ପଢାଯିବ ପାଠ । ‘ଓଡ଼ିଶା ଶିକ୍ଷା ସଂଯୋଗ’ ମାଧ୍ୟମରେ ହ୍ବାଟସ୍ ଆପ୍ରେ ପାଠ ପଢାଯିବ । ଦ୍ବିତୀୟ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ଏହି କାର୍ଯ୍ୟକ୍ରମ ଉଦ୍ଦିଷ୍ଟ । ଡିଇଓଙ୍କ ଠାରୁ ଆରମ୍ଭ କରି ପିଲାଙ୍କ ପର୍ଯ୍ୟନ୍ତ ଗ୍ରୁଫ୍ ଗଠନ କରି ପାଠ ପଢାଯିବ। ବିଭିନ୍ନ ବିଷୟର ପ୍ରତ୍ୟେକ ଅଧ୍ୟାୟର ପିଡିଏଫ୍ ପିଲାଙ୍କୁ ଗ୍ରୁପ୍ ମାଧ୍ୟମରେ ପଠାଯିବ । ଏହି କାର୍ଯ୍ୟକ୍ରମ ମେ’ 4ରୁ ଜୁନ୍ 13 ପର୍ଯ୍ୟନ୍ତ ମୋଟ୍ 6 ସପ୍ତାହ ଚାଲିବ । ପ୍ରତିଦିନ 45 ମିନିଟ୍ରୁ 1 ଘଣ୍ଟା ଅବଧିର 4ଟି ପିରିୟଡ ରହିବ । ଏନେଇ ସବୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି ଲେଖିଛନ୍ତି ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଭୂପିନ୍ଦର ସିଂ ପୁନିଆ । କରୋନା ପାଇଁ ରାଜ୍ୟ ସରକାର ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନକୁ ଜୁନ୍ 17 ପର୍ଯ୍ୟନ୍ତ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି ।
Tags: ଅନଲାଇନ୍ କ୍ଲାସ୍, ହ୍ବାଟସ୍ଆପ୍