ମେ 4ରୁ କୋଭିଡ୍‌ -19 ପାଇଁ ଜାରି ହେବ ନୂଆ ଗାଇଡ୍‌ ଲାଇନ୍‌

Published: Apr 29, 2020, 11:37 pm IST

ନୂଆଦିଲ୍ଲୀ : କରୋନା ମୁକାବିଲା ଲାଗି ସାରା ଦେଶରେ ଜାରି ରହିଛି ଲକ୍‌ ଡାଉନ୍‌ । ପ୍ରଥମ ପର୍ଯ୍ୟାୟରେ ମାର୍ଚ୍ଚ 24 ତାରିଖରୁ 21 ଦିନ ପାଇଁ ଲକ୍‌ ଡାଉନ୍‌ ଜାରି କରାଯାଇଥିବାବେଳେ ପୁନର୍ବାର ଏପ୍ରିଲ୍‌ 15ରୁ ମେ’ ତିନି ତାରିଖ ପର୍ଯ୍ୟନ୍ତ ଦ୍ବିତୀୟ ପର୍ଯ୍ୟାୟ ଲକ୍ ଡାଉନ୍‌ ଜାରି ରହିଛି। ଲକ୍‌ ଡାଉନ୍‌ ସରିବାକୁ ଆଉ ମାତ୍ର ଚାରି ଦିନ ରହିଥିବାବେଳେ ପୁନର୍ବାର ଲକ୍‌ ଡାଉନ୍‌ ବଢିବାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । ତେବେ ଗୃହମନ୍ତ୍ରାଳୟ କୋଭିଡ୍‌ 19 ପାଇଁ ନୂତନ ଗାଇଡ ଲାଇନ ଜାରି କରିବେ ବୋଲି ସୂଚନା ଦେଇଛନ୍ତି । କରୋନା ମୁକାବିଲା ଲାଗି ଆସିବ କୋଭିଡ୍‌ 19 ନୂଆ ଗାଇଡ ଲାଇନ୍‌ । ମେ 4ରୁ ଏହି ନୂଆ ଗାଇଡ ଲାଇନ ଜାରି ହେବ। ଏହି ନୂଆ ଗାଇଡ ଲାଇନ୍‌ରେ ଅନେକ ଜିଲ୍ଲାରେ କଟକଣା କୋହଳ କରାଯିବ ବୋଲି ସୂଚନା ରହିଛି ।

Related posts