Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବହିସ୍କାର ପରେ ବି ଦାମ ରାଉତଙ୍କ ମୁହଁ ଟାଣ ଭାଙ୍ଗି ନାହିଁ। ଦୁର୍ନିତିର ପେଡି ଖୋଲିବି ବୋଲି ଧମକ
ବିଶେଷ ଖବର

ବହିସ୍କାର ପରେ ବି ଦାମ ରାଉତଙ୍କ ମୁହଁ ଟାଣ ଭାଙ୍ଗି ନାହିଁ। ଦୁର୍ନିତିର ପେଡି ଖୋଲିବି ବୋଲି ଧମକ

September 12, 2018No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବିଜେଡିର ଅନ୍ୟତ୍ତମ ନେତା ତଥା ପୂର୍ବତ୍ତନ ସାଂସଦ ବୈଜୟନ୍ତଙ୍କ ପରେ ଅନ୍ୟତମ ନେତା ଡାକ୍ତର ଦାମୋଦର ରାଉତ ପାଳିପଡିଲା। ନବୀନ ନିବାସରେ ଜଗତସିଂହପୁର ଜିଲ୍ଲାର ବିଜେଡି ନେତାମାନେ ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟି ଦାମଙ୍କୁ ବହସ୍କାର ଦାବୀ କଲେ। ଏହାପରେ ମୁଖ୍ୟମନ୍ତ୍ରୀ ତଥା ଦଳର ସୁପ୍ରିମୋ ନୀବନ ପଟ୍ଟନାୟକ ଏହାକୁ ତର୍ଜମା କରିବେ ବୋଲି କହିଲେ। ସେତେବେଳେ ଆଭାସ ମିଳିଲା ଯେ, ଦାମୋଦରଙ୍କୁ ନବୀନ ବହିସ୍କାର କରିବେ। ଶେଷରେ ତାହା ହିଁ ହେଲା। ତେବେ ବହିସ୍କାର ଖବର ପାଇବା ପରେ ଦାମ ରାଗି ଲାଲ ପଡିଯାଇଥିଲେ। ତେବେ ଧର୍ଯ୍ୟର ସହ ସେ ଗଣମାଧ୍ୟମକୁ ଗୋଟିଏ ପରେ ଗୋଟିଏ ଉତ୍ତର ଦେଉଥିଲେ। ଦାମୋଦରଙ୍କ ପ୍ରତିକ୍ରିୟା ହେଲା ସେ ଅନ୍ୟ ଦଳକୁ ଯିବି ନାହିଁ କିନ୍ତୁ ସାଧାରଣ ଜୀବନରେ ରହିବେ। ଆଗାମୀ ନିର୍ବାଚନରେ ଲଢ଼ିବି ଓ ଓଡ଼ିଶାର ଯେକୌଣସି ସ୍ଥାନରୁ ଲଢ଼ିବାର ସାମର୍ଥ୍ୟ ମୋର ଅଛି” ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ଗଣମାଧ୍ୟମକୁ କହିଛନ୍ତି।

ବିଜେଡିରୁ ବହିଷ୍କାର ହେବା ପରେ ଡାକ୍ତର ରାଉତ କହିଛନ୍ତି ଯେ, ଗତ ୮ ମାସ ହେଲା ବିଜେଡିରେ ନଥିଲି। ରାତି ଅଧରେ ତାଙ୍କୁ ବିନା କାରଣରେ ମନ୍ତ୍ରୀ ପଦରୁ ବହିଷ୍କାର କରାଗଲା। ଦଳର ଉପସଭାପତି ଓ ପର୍ଯ୍ୟବେକ୍ଷକ ପଦବୀରୁ ବହିଷ୍କାର କରାଗଲା। ଗତ ୮ ମାସ ହେଲା ତାଙ୍କ ସହ ଦଳର କୌଣସି ନେତା କଥା ହେଉନଥିଲେ କିମ୍ବା ଦଳୀୟ କାର୍ଯ୍ୟରେ ତାଙ୍କୁ ଖୋଜା ଯାଉନଥିଲା। ତେଣୁ ଆଜି କେବଳ ତାଙ୍କୁ ଅଫିସିଆଲ ଭାବେ ବହିଷ୍କାର କରାଯାଇଛି। ଯାହା ସେ ଗଣମାଧ୍ୟମରୁ ଶୁଣିଛନ୍ତି।

ଦଳ ଓ ଦଳର ନେତାଙ୍କୁ କଡ଼ା ଭାଷାରେ ସମାଲୋଚନା କରି ଡା ରାଉତ କହିଛନ୍ତି ଯେ ବିଜେଡିରେ ସମ୍ବିଧାନ ବୋଲି କିଛି ନାହିଁ। ଦଳର କାର୍ଯ୍ୟକାରିଣୀ ବସେ ନାହିଁ କିମ୍ବା ଗଣତାନ୍ତ୍ରିକ ପଦ୍ଧତିରେ କୌଣସି କାର୍ଯ୍ୟ ହୁଏ ନାହିଁ। ତେଣୁ ବିଜେଡିରେ ସମ୍ବିଧାନ ଅଛି ବୋଲି ସେ ଜାଣନ୍ତି ନାହିଁ। ନବୀନ ପଟ୍ଟନାୟକଙ୍କ ଭଳି ସ୍ଥିତି ରକ୍ଷା ପାଇଁ ନୀତି ବଦଳାଉଥିବା ନେତା ସିଏ ନୁହଁନ୍ତି ବୋଲି କହିଛନ୍ତି।

ମୁଖ୍ୟମନ୍ତ୍ରୀ ଭାବେ ସେ ୬ଟି ବୈଧାନିକ କମିଟିର ମୁଖ୍ୟ ଅଛନ୍ତି। କିନ୍ତୁ ଦିନେକାଳେ ଏହି କମିଟିଗୁଡ଼ିକର ବୈଠକ ବସେନି। ଶ୍ରୀମନ୍ଦିର କମିଟିରେ ଅଛନ୍ତି କିନ୍ତୁ ରତ୍ନଭଣ୍ଡାରରୁ ଚୋରି ହେଲା। ଓପେପା କମିଟିରେ ଅଧ୍ୟକ୍ଷ ଅଛନ୍ତି ସେଠାରେ ୬କୋଟି ଟଙ୍କାର ଦୁର୍ନୀତି ହୋଇଛି। ତେଣୁ ଦୁର୍ନୀତି, ଭ୍ରଷ୍ଟାଚାର ଓ ଲୁଟର ହିରୋ କିଏ ତାହା ସେ ଖୁବଶୀଘ୍ର ପର୍ଦ୍ଦାଫାସ କରିବେ ବୋଲି ଚେତାବନୀ ଦେଇଛନ୍ତି।

ଯେଉଁମାନେ ଦୁର୍ନୀତିରେ ବୁଡ଼ି ରହିଛନ୍ତି, ସିବିଆଇ ଓ ଅନ୍ୟାନ୍ୟ ଦୁର୍ନୀତିରେ ଲିପ୍ତ ଅଛନ୍ତି ସେମାନେ ଏବେ ବିଜେଡିକୁ କବଜା କରି ରଖିଛନ୍ତି ବୋଲି ଡା ରାଉତ କହିଛନ୍ତି।

ତାଙ୍କ ପାଇଁ ନିଜର ସ୍ୱାଭିମାନ ହେଉଛି ବଡ଼, ନୀତି ହେଉଛି ବଡ଼ ଓ ସେ ନୀତି ଆଦର୍ଶରେ ରହି ଆସିଛନ୍ତି। ବିଜୁ ବାବୁଙ୍କ ଅନୁଗତ ଭାବେ ସେ ଚାରି ଦଶନ୍ଧି ଧରି ରାଜନୀତିରେ ରହିଛନ୍ତି ଓ ଆଗାମୀ ଦିନରେ ମଧ୍ୟ ସାଧାରଣ ଜୀବନରେ ରହିବେ ବୋଲି ଡାକ୍ତର ରାଉତ ସ୍ପଷ୍ଟ କରିଛନ୍ତି ।

Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରତିଷ୍ଠିତ ଶିଳ୍ପପତି ସୁବ୍ରତ ବାଗଚୀଙ୍କୁ କର୍ଣ୍ଣାଟକ ସରକାର ଦେଲେ ବଡ ଦାୟିତ୍ବ, ସେ ହେବେ……

August 31, 2026

ଭାରତଠାରୁ ୧୦ ଲକ୍ଷ ବ୍ୟାରେଲ ତେଲ ଆମଦାନୀ କଲା ରୁଷ: ଜାଣନ୍ତୁ କାରଣ

August 30, 2026

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମିଳିଲା ଉଜବେକିସ୍ତାନର ସର୍ବୋଚ୍ଚ ସମ୍ମାନ

August 30, 2026

ଛାଡ଼ପତ୍ର ସମ୍ପର୍କିତ ପୋଷଣ ଖର୍ଚ୍ଚ ଦେଉ ନଥିବା କର୍ମଚାରୀଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

August 30, 2026
Latest News

ବାଚସ୍ପତି ସୁରମା ପାଢ଼ୀଙ୍କୁ ଭେଟିଲା ପାର୍ଲାମେଣ୍ଟ ଯୁଗ୍ମ କମିଟି

August 31, 2026

ପ୍ରତିଷ୍ଠିତ ଶିଳ୍ପପତି ସୁବ୍ରତ ବାଗଚୀଙ୍କୁ କର୍ଣ୍ଣାଟକ ସରକାର ଦେଲେ ବଡ ଦାୟିତ୍ବ, ସେ ହେବେ……

August 31, 2026

ପ୍ରଧାନମନ୍ତ୍ରୀଙ୍କ ଉଜବେକିସ୍ତାନ ଗସ୍ତ ଅବସରରେ ଆନୁଷ୍ଠାନିକ ଆଲୋଚନା

August 31, 2026

ନିଟ୍-ପିଜିରେ ବୈଷୟିକ ତ୍ରୁଟି: ପ୍ରଭାବିତ ପ୍ରାର୍ଥୀଙ୍କ ପାଇଁ ସେପ୍ଟେମ୍ବର ୫ ରେ ପରୀକ୍ଷା

August 31, 2026

ତାସକେଣ୍ଟସ୍ଥିତ ଶାସ୍ତ୍ରୀ ସ୍ମାରକୀରେ ପୁଷ୍ପମାଲ୍ୟ ଅର୍ପଣ କଲେ ପ୍ରଧାନମନ୍ତ୍ରୀ

August 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.