ନୂଆଦିଲ୍ଲୀ : ଲକ୍ ଡାଉନ୍ 3.0ର କେନ୍ଦ୍ର ଗାଇଡ୍ ଲାଇନ୍ ଅନୁସାରେ ମଦ ବିକ୍ରି ପାଇଁ ଅନୁମତି ମିଳିବା ପରେ ଏହି କାରବାର ବେଶ୍ ଜମିଛି । କେବଳ ଉତ୍ତରପ୍ରଦେଶରେ ଗତକାଲି 300 କୋଟିର ମଦ ବ୍ୟବସାୟ ହୋଇଥିବାବେଳେ ରାଜସ୍ଥାନରେ କେବଳ ଦୁଇ ଘଣ୍ଟାରେ 59 କୋଟିର ବ୍ୟବସାୟ ହୋଇଛି । ଛତିଶଗଡରେ 35 କୋଟିର ମଦ ବିକ୍ରି ହୋରଇଛି । ଆଜି ବି ମଦ ଦୋକାନ ଆଗରେ ଲମ୍ବା ଲାଇନ୍ ଦେଖିବାକୁ ମିଳିଛି ।
କେଉଁ ରାଜ୍ୟରେ କେତେ ଟଙ୍କାର ମଦ ବିକ୍ରି ହୋଇଛି
ଉତ୍ତରପ୍ରଦେଶ : 300 କୋଟି
ରାଜସ୍ଥାନ – 59 କୋଟି (ମାତ୍ର ଦୁଇ ଘଣ୍ଟାରେ)
କର୍ଣ୍ଣାଟକ – 45 କୋଟି
ଛତିଶଗଡ – 35 କୋଟି
ୟୁପିର ଲକ୍ଷ୍ନୌରେ 6 କୋଟିର ମଦ ବିକ୍ରି ହୋଇଛି ।
ଆଜି ମଦ ଉପରେ ସ୍ବତନ୍ତ୍ର କରୋନା ଫି’ ଆଦାୟ କରିବାକୁ ନିଷ୍ପତ୍ତି ନେଇଛନ୍ତି ଦିଲ୍ଲୀ ସରକାର । ଏମ୍ଆରପି ଉପରେ 70 ପ୍ରତିଶତ ଟ୍ୟାକ୍ସ ଆଦାୟ କରିବାକୁ ଦିଲ୍ଲୀ ସରକାର ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ରର ଗାଇଡଲାଇନ ଅନୁଯାୟୀ ଏକକାଳୀନ ମଦ ଦୋନାକୁ 5 ଜଣ ଗ୍ରାହକ ଯାଇପାରିବେ ବୋଲି ନିୟମ ରହିଥିବାବେଳେ ପ୍ରତି ଗ୍ରାହକଙ୍କ ମଧ୍ୟରେ 6 ଫୁଟ ଦୂରତା ରହିବାକୁ ନିୟମ କରାଯାଇଛି । କିନ୍ତୁ ଗତକାଲି ଏହି ନିୟମକୁ କେହି ମାନିନଥିବାର ଦେଖାଇଥିଲା । (ଏଜେନ୍ସି)