Categories
ଆଜିର ଖବର ଜାତୀୟ ଖବର

ବିଷାକ୍ତ ମଦ ପିଇ ମୃତ୍ୟୁ : ଗତ 24 ଘଣ୍‌ଟା ମଧ୍ୟରେ ଗଲାଣି ପାଞ୍ଚ ଜୀବନ

ବାଗପତ୍‌ :  ଉତ୍ତରପ୍ରଦେଶର ବାଗପତ୍‌ଠାରେ ବିଷାକ୍ତ ମଦ ପିଇ ଗତ 24 ଘଣ୍‌ଟା ମଧ୍ୟରେ 5ଜଣଙ୍କର ମୃତ୍ୟୁ ହୋଇଥିବାର ସୂଚନା ମିଳିଛି । ଚାନ୍ଦିନଗର ଥାନା ଅଞ୍ଚଳର ଚରମାଓ୍ବଲ ଗ୍ରାମରେ କିଛି ଗ୍ରାମବାସୀ ସରକାରୀ ଚୁକ୍ତିପ୍ରାପ୍ତ ଏକ ମଦ ଦୋକାନରୁ ମଦ ପିଇଥିଲଷ । ଏହି ବିଷାକ୍ତ ମଦ ପିଇ ଆଜି ସକାଳୁ ଜଣେ ଯୁବକର ମୃତ୍ୟୁ ହୋଇଛି । ଏପର୍ଯ୍ୟନ୍ତ ବିଷାକ୍ତ ମଦ ପିଇ ପାଞ୍ଚଜଣଙ୍କର ଜୀବନ ଯାଇଥିବାର ସୂଚନାରହିଛି । ଗୁରୁବାର ସକାଳୁ ଚମରାଓ୍ବଲ ଗ୍ରାମର ଶ୍ୟାମଲାଲ ନାମକ ଜଣେ ଯୁବକର ମୃତ୍ୟୁ ହୋଇଥିବାବେଳେ ଗତକାଲି ଗ୍ରାମର 4 ଜଣଙ୍କର ମୃତ୍ୟୁ ହୋଇଥିଲା । ପୋଲିସ୍‌ ଏହି ଘଟଣାରେ କେତେଜଣଙ୍କୁ ହେପାଜତରେ ନେଇଥିବାର ସୂଚନା ରହିଛି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଇ- ଟୋକନ୍‌ ଜରିଆରେ ମିଳିବ ମଦ, ଏନେଇ ଜାରି ହେଲା ଓ୍ବେବ୍‌ ଲିଙ୍କ୍‌

ନୂଆଦିଲ୍ଲୀ : ଦିଲ୍ଲୀ ସରକାର ଏବେ ମଦ ବିକ୍ରି ପାଇଁ ଇ-ଟୋକନ୍‌ ସିଷ୍ଟମ୍‌ ଲାଗୁ କରିଛନ୍ତି। ମଦ ପାଇଁ ଦୋକାନଗୁଡିକରେ ପ୍ରବଳ ଭିଡକୁ ଦେଖି ସରକାର ଏପରି ନିଷ୍ପତ୍ତି ନେଇଛନ୍ତି। ଇ-ଟୋକନ୍‌ ଦ୍ବାରା ଦୋକାନରେ ସାମାଜିକ ଦୂରତ୍ବକୁ ପାଳନ କରାଯାଇପାରିବ ବୋଲି ଜଣାପଡିଛି।  ଇ-ଟୋକନ୍‌ ପାଇଁ ସରକାର ଏକ ଓ୍ବେବ୍‌ ଲିଙ୍କ୍‌ ଜାରି କରିଛନ୍ତି। ଏହି ଲିଙ୍କ୍‌ ଜରିଆରେ ନିଜ ତଥ୍ୟ ପ୍ରଦାନ କରି ମଦ କ୍ରୟ ପାଇଁ ସମୟ ନେଇପାରିବେ। ଏହା ପରେ ବ୍ୟକ୍ତିଙ୍କ ମୋବାଇଲ୍‌କୁ ଏକ ଇ-କୁପନ୍‌ ପଠାଯିବ । ଏହା ଜରିଆରେ ସେ ମଦ କ୍ରୟ କରିପାରିବେ।

ଲକଡାଉନ 3.0ରେ କେନ୍ଦ୍ର ସରକାର କିଛି କଟକଣାକୁ କୋହଳ କରିଛନ୍ତି। ଏହି ସହିତ ସର୍ତ୍ତ ସହିତ ମଦ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଛି। କେନ୍ଦ୍ର ସରକାର ଗାଇଡଲାଇନ୍ସ ପାଳନ କରି ଦିଲ୍ଲୀ ସରକାର ରାଜଧାନୀରେ 200 ମଦ ଦୋକାନ ଖୋଲିବାକୁ ଅନୁମତି ଦେଇଥିଲେ। ଏହି ମଦଦୋକାନଗୁଡିକ ଖୋଲାଯିବା ପରେ ସାମାଜିକ ଦୂରତ୍ବକୁ ଉଲ୍ଲଂଘନ ହୋଇଥିବାର ଦେଖାଯାଇଥିଲା। ଦିଲ୍ଲୀ ସରକାର 200 ମଦ ଦୋକାନ ଖୋଲିବାକୁ ଆଦେଶ ଦେଇଥିବାବେଳେ ଭିଡ କାରଣରୁ 50ଟି ଦୋକାନ ଖୋଲାଯାଇଥିଲା।

ମଦ ଯୋଗୁଁ ପ୍ରବଳ ଭିଡକୁ ଦେଖି ଦିଲ୍ଲୀ ସରକାର ଏହାର ଏକ ସାମାଧନ ବାହାର କରିଛନ୍ତି। ଇ-କୁପନ୍‌ ଜରିଆରେ ମଦ ବିକ୍ରିର ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର। ଦିଲ୍ଲୀ ସରକାର ଏକ ଓ୍ବେବ୍‌ ଲିଙ୍କ୍‌ https://www.qtoken.in ଜାରି କରିଛନ୍ତି। ଏହି ଲିଙ୍କ୍‌ ଜରିଆରେ ତଥ୍ୟ ପ୍ରଦାନ କରି ମଦ କିଣିବା ପାଇଁ ସମୟ ନେଇପାରିବେ। ଏହା ପରେ ଆପଣଙ୍କ ମୋବାଇଲ୍‌କୁ ଏକ ଇ-କୁପନ୍ ଆସିବ। ଏହାକୁ ନେଇ ନିର୍ଦ୍ଧାରିତ ସମୟରେ ଦୋକାନ ଯାଇ ମଦ କ୍ରୟ କରିପାରିବେ। ମଦ ପାଇଁ ଆଉ ଲମ୍ବା ଧାଡିରେ ରହିବାର ଆବଶ୍ୟକତା ପଡିବ ନାହିଁ। ଏହା ସହିତ ଏହି ଲିଙ୍କ୍‌ରେ ନିଜ ନାମ ଓ ମୋବାଇଲ୍‌ ନମ୍ବର ଦେଲେ, ନିକଟସ୍ଥ ମଦ ଦୋକାନର ଠିକଣା ମଧ୍ୟ ମିଳିପାରିବ। ସୂଚନାଯୋଗ୍ୟ, ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ପାଞ୍ଚହଜାର ଟପି ଥିବାବେଳେ 65ଜଣଙ୍କ ମୃତ୍ୟୁ ହୋଇଛି। (ଏଜେନ୍ସି)

Categories
ଆଜିର ଖବର

ଲକ୍‌ ଡାଉନ୍‌ରେ ବଢିଲା ମଦ କାରବାର : ଜାଣନ୍ତୁ ଗତକାଲି କେତେଟଙ୍କାରେ ବିକ୍ରି ହେଲା ମଦ

ନୂଆଦିଲ୍ଲୀ : ଲକ୍ ଡାଉନ୍‌ 3.0ର  କେନ୍ଦ୍ର ଗାଇଡ୍‌ ଲାଇନ୍‌ ଅନୁସାରେ ମଦ ବିକ୍ରି ପାଇଁ ଅନୁମତି ମିଳିବା ପରେ ଏହି କାରବାର ବେଶ୍‌ ଜମିଛି । କେବଳ ଉତ୍ତରପ୍ରଦେଶରେ ଗତକାଲି 300 କୋଟିର  ମଦ ବ୍ୟବସାୟ ହୋଇଥିବାବେଳେ ରାଜସ୍ଥାନରେ କେବଳ ଦୁଇ ଘଣ୍ଟାରେ 59 କୋଟିର ବ୍ୟବସାୟ ହୋଇଛି । ଛତିଶଗଡରେ 35 କୋଟିର ମଦ ବିକ୍ରି ହୋରଇଛି । ଆଜି ବି ମଦ ଦୋକାନ ଆଗରେ ଲମ୍ବା ଲାଇନ୍‌ ଦେଖିବାକୁ ମିଳିଛି ।

କେଉଁ ରାଜ୍ୟରେ କେତେ ଟଙ୍କାର ମଦ ବିକ୍ରି ହୋଇଛି

ଉତ୍ତରପ୍ରଦେଶ : 300 କୋଟି

ରାଜସ୍ଥାନ – 59 କୋଟି (ମାତ୍ର ଦୁଇ ଘଣ୍ଟାରେ)

କର୍ଣ୍ଣାଟକ – 45 କୋଟି

ଛତିଶଗଡ – 35 କୋଟି

ୟୁପିର ଲକ୍ଷ୍ନୌରେ 6 କୋଟିର ମଦ ବିକ୍ରି ହୋଇଛି ।

ଆଜି ମଦ ଉପରେ ସ୍ବତନ୍ତ୍ର କରୋନା ଫି’ ଆଦାୟ କରିବାକୁ ନିଷ୍ପତ୍ତି ନେଇଛନ୍ତି ଦିଲ୍ଲୀ ସରକାର ।   ଏମ୍‌ଆରପି ଉପରେ 70 ପ୍ରତିଶତ ଟ୍ୟାକ୍ସ ଆଦାୟ କରିବାକୁ ଦିଲ୍ଲୀ ସରକାର ନିଷ୍ପତ୍ତି ନେଇଛନ୍ତି ।  କେନ୍ଦ୍ରର ଗାଇଡଲାଇନ ଅନୁଯାୟୀ ଏକକାଳୀନ ମଦ ଦୋନାକୁ 5 ଜଣ ଗ୍ରାହକ ଯାଇପାରିବେ ବୋଲି ନିୟମ ରହିଥିବାବେଳେ ପ୍ରତି ଗ୍ରାହକଙ୍କ ମଧ୍ୟରେ 6 ଫୁଟ ଦୂରତା ରହିବାକୁ ନିୟମ କରାଯାଇଛି । କିନ୍ତୁ ଗତକାଲି ଏହି ନିୟମକୁ କେହି ମାନିନଥିବାର ଦେଖାଇଥିଲା ।  (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଅନଲାଇନ୍‌ରେ ମିଳିବ ବିଦେଶୀ ମଦ

ମଧ୍ୟପ୍ରଦେଶ : ଏବେ ଅନ୍‌ଲାଇନ୍‌ରେ ପାଇପାରିବେ ବିଦେଶୀ ମଦ। ମଧ୍ୟପ୍ରଦେଶ ସରକାର ଚଳିତ ଅବକାରୀ ନୀତିକୁ ନବୀକରଣ କରିଛନ୍ତି। ଏହି ଆଧାରରେ ରାଜ୍ୟରେ ନୂତନ ମଦ ଦୋକାନ ଖୋଲା ଯାଇପାରିବ ନାହିଁ କିନ୍ତୁ ବିଦେଶୀ ମଦକୁ ଅନଲାଇନ୍‌ କ୍ରୟ କରାଯାଇପାରିବ। ଏହି ନୀତିରେ ଭାରତୀୟ ମଦ ସାମିଲ୍‌ ହୋଇନାହିଁ। ଏହା ବ୍ୟତୀତ ମଦର ଅବୈଧ ବିକ୍ରି ପାଇଁ ପ୍ରତ୍ୟେକ ମଦ ବୋତଲ ଉପରେ ବାର୍‌ କୋଡ୍‌ ଲଗାଯିବାର ନିଷ୍ପତ୍ତି ନିଆଯାଇଛି।

ଏହା ସହିତ ଅଙ୍ଗୁରରୁ ପ୍ରସ୍ତୁତ ଓ୍ବାଇନ୍‌ର ପ୍ରସାର ପାଇଁ ପର୍ଯ୍ୟଟନ ସ୍ଥଳଗୁଡିକରେ 15ଟି ନୂତନ ଓ୍ବାଇନ୍‌ ଶାଖା ଖୋଲା ହେବ।  ଶନିବାର ଦିନ ମଧ୍ୟପ୍ରଦେଶ ସରକାର କହିଛନ୍ତି ଯେ, ରାଜ୍ୟର ରାଜସ୍ବ ବଢାଇବା ପାଇଁ ସମସ୍ତ 2,544 ଦେଶ ମଦ ଦୋକାନ ଓ ରାଜ୍ୟରେ ସଞ୍ଚାଳିତ 1,061 ବିଦେଶୀ ମଦ ଦୋକାନକୁ ପିଛିଲା ବର୍ଷରୁ ବାର୍ଷିକ ଶୁଳ୍କରେ 25 ପ୍ରତିଶତ ବୃଦ୍ଧି ସହିତ ଚଲାଇବାର ଯୋଜନା କରାଯାଇଛି ।

ପୂର୍ବରୁ ମଦ ଦେକାନର ପାଞ୍ଚ ମିଟର ଭିତରେ ଯଦି ଆଉ କୌଣସି ମଦ ଦୋକାନ ନାହିଁ, ତେବେ ମଦର ଉପଦୋକାନ ଖୋଲା ଯାଇପାରିବ ବୋଲି ଅବକାରୀ ବିଭାଗ ପ୍ରସ୍ତାବ ଦେଇଥିଲା । କିନ୍ତୁ ଏହି ପ୍ରସ୍ତାବକୁ ଭାରତୀୟ ଜନତା ପାର୍ଟି ଓ କଂଗ୍ରେସର କିଛି ମନ୍ତ୍ରୀମାନେ ବିରୋଧ କରିଥିଲେ। ସେହିପରି ଅନ୍‌ଲାଇନ୍‌ ବିଦେଶୀ ମଦର ଡେଲିଭରିକୁ ନେଇ ବିଜେପି ଘୋର ବିରୋଧ କରିଛି।

Categories
ଆଜିର ଖବର

ଉତ୍ତରପ୍ରଦେଶର ବାରାବାଙ୍କୀ ଜିଲ୍ଲାରେ ବିଷାକ୍ତ ମଦ ପିଇ ୬ ମୃତ

ଉତରପ୍ରଦେଶରେ ପୁଣି ଥରେ ବିଷାକ୍ତ ମଦ ପିଇ ମୃତ୍ୟୁ ଖବର ସାମ୍ନାକୁ ଆସିଛି। ଲକ୍ଷ୍ନୌ ନିକଟବର୍ତ୍ତୀ ବାରାବାଙ୍କୀ ଜିଲ୍ଲାରେ ବିଷାକ୍ତ ମଦ ପିଇ ୬ଜଣ ପ୍ରାଣ ହରାଇଛନ୍ତି। ଏହାସହ ୧୫ରୁ ଅଧିକ ଲୋକ ଆହତ ହୋଇଛନ୍ତି। ସେମାନଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ଅନୁମାନ କରାଯାଉଛି। ଏହି ବିଷାକ୍ତ ମଦ ମୃତ୍ୟୁ ଘଟଣାରେ ଗୋଟିଏ ପରିବାରର ୪ଜଣଙ୍କ ଜୀବନ ଯାଇଛି। ସେହିପରି ଆଉ ଏକ ପରିବାରର ୨ଜଣ ପ୍ରାଣ ହରାଇଛନ୍ତି। ଏହି ଘଟଣା ପାଇଁ ଏସ୍‌ଓ ରାଜେଶ କୁମାର ସିଂ ଓ ସର୍କଲ ଅଫିସ୍‌ରଙ୍କୁ ନିଲମ୍ବନ କରାଯାଇଛି।

Categories
ଆଜିର ଖବର

ଭଦ୍ରକରେ ବିଷାକ୍ତ ମଦମୃତ୍ୟୁ : ୫ମୃତ, ୨୩ ଆହତ

ଭଦ୍ରକ ଜିଲା ତିହିଡି ବ୍ଲକ ଦଉଲତପୁର ଗ୍ରାମରେ ବିଷାକ୍ତ ମଦ ପିଇ ୩ଜଣଙ୍କ ମୃତ୍ୟୁ ହୋଇଛି। ଏହାସହ ୨୩ ଜଣ ଅସୁସ୍ଥ ମଧ୍ୟ ହୋଇଛନ୍ତି। ମୃତ ବ୍ୟକ୍ତିମାନେ ସାଧୁଚରଣ ନାୟକ, ଶଙ୍କର୍ଷଣ ଦାସ ଓ ରାମଚନ୍ଦ୍ର ପଢ଼ିଆରୀ ବୋଲି ଜଣାପଡିଛି। ଦୁଇ ଜଣଙ୍କ ମୃତଦେହ ଜିଲା ଚିକିତ୍ସାଳୟରେ ବ୍ୟବଛେଦ ପାଇଁ ରଖା ଯାଇଥିବା ବେଳେ ଜଣଙ୍କ ମୃତଦେହ ଗ୍ରାମରେ ପଡ଼ିରହିଛି। ଆହତ ମାନଙ୍କୁ  ଗୁରୁତର ଅବସ୍ଥାରେ ପ୍ରଥମେ ତିହିଡି ଓ ପରେ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଅଧିକ ଖରାପ ହେବାରୁ ସେମାନଙ୍କୁ କଟକକୁ ସ୍ଥାନାନ୍ତର କରାଯାଇଛି। ତେବେ ଏହି ଘଟଣାର ପ୍ରତିବାଦରେ ସ୍ଥାନୀୟ ଲୋକମାନେ ପିରହାଟ ବଜାରର ଭଦ୍ରକ-ଚାନ୍ଦବାଲି ରାସ୍ତାକୁ ଅବରୋଧ କରିଥିବା ଜଣାପଡିଛି। ତେବେ ଅସୁସ୍ଥଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ୨୩ଜଣ ଅସୁସ୍ଥ ହୋଇଥିବା ଜଣାପଡିଛି। ସୂଚନାଯୋଗ୍ୟ ଯେ, ଦୌଲତପୁର ଗ୍ରାମର ୫ ଜଣ ବ୍ୟକ୍ତି ବିଷାକ୍ତ ମଦ ପିଇ ସୋମବାର ବିଳମ୍ବିତ ରାତିରେ ଅସୁସ୍ଥ ହୋଇ ପଡିଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କର ଗ୍ରାମରେ ମୃତ୍ୟୁ ହୋଇଥିବା ବେଳେ ୨ଜଣଙ୍କ ମେଡିକାଲରେ ମୃତ୍ୟୁ ହୋଇଯାଇଛି। ଅନ୍ୟ୨ଜଣ ବର୍ତ୍ତମାନ କଟକ ମେଡିକାଲରେ ଚିକିତ୍ସିତ ହେଉଛନ୍ତି।