ଭଦ୍ରକରେ ବିଷାକ୍ତ ମଦମୃତ୍ୟୁ : ୫ମୃତ, ୨୩ ଆହତ

Published: Apr 30, 2019, 11:05 am IST
poisonoius liquor kills 3 in bhadrak

ଭଦ୍ରକ ଜିଲା ତିହିଡି ବ୍ଲକ ଦଉଲତପୁର ଗ୍ରାମରେ ବିଷାକ୍ତ ମଦ ପିଇ ୩ଜଣଙ୍କ ମୃତ୍ୟୁ ହୋଇଛି। ଏହାସହ ୨୩ ଜଣ ଅସୁସ୍ଥ ମଧ୍ୟ ହୋଇଛନ୍ତି। ମୃତ ବ୍ୟକ୍ତିମାନେ ସାଧୁଚରଣ ନାୟକ, ଶଙ୍କର୍ଷଣ ଦାସ ଓ ରାମଚନ୍ଦ୍ର ପଢ଼ିଆରୀ ବୋଲି ଜଣାପଡିଛି। ଦୁଇ ଜଣଙ୍କ ମୃତଦେହ ଜିଲା ଚିକିତ୍ସାଳୟରେ ବ୍ୟବଛେଦ ପାଇଁ ରଖା ଯାଇଥିବା ବେଳେ ଜଣଙ୍କ ମୃତଦେହ ଗ୍ରାମରେ ପଡ଼ିରହିଛି। ଆହତ ମାନଙ୍କୁ  ଗୁରୁତର ଅବସ୍ଥାରେ ପ୍ରଥମେ ତିହିଡି ଓ ପରେ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଅଧିକ ଖରାପ ହେବାରୁ ସେମାନଙ୍କୁ କଟକକୁ ସ୍ଥାନାନ୍ତର କରାଯାଇଛି। ତେବେ ଏହି ଘଟଣାର ପ୍ରତିବାଦରେ ସ୍ଥାନୀୟ ଲୋକମାନେ ପିରହାଟ ବଜାରର ଭଦ୍ରକ-ଚାନ୍ଦବାଲି ରାସ୍ତାକୁ ଅବରୋଧ କରିଥିବା ଜଣାପଡିଛି। ତେବେ ଅସୁସ୍ଥଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ୨୩ଜଣ ଅସୁସ୍ଥ ହୋଇଥିବା ଜଣାପଡିଛି। ସୂଚନାଯୋଗ୍ୟ ଯେ, ଦୌଲତପୁର ଗ୍ରାମର ୫ ଜଣ ବ୍ୟକ୍ତି ବିଷାକ୍ତ ମଦ ପିଇ ସୋମବାର ବିଳମ୍ବିତ ରାତିରେ ଅସୁସ୍ଥ ହୋଇ ପଡିଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କର ଗ୍ରାମରେ ମୃତ୍ୟୁ ହୋଇଥିବା ବେଳେ ୨ଜଣଙ୍କ ମେଡିକାଲରେ ମୃତ୍ୟୁ ହୋଇଯାଇଛି। ଅନ୍ୟ୨ଜଣ ବର୍ତ୍ତମାନ କଟକ ମେଡିକାଲରେ ଚିକିତ୍ସିତ ହେଉଛନ୍ତି।

Related posts