ଲକ୍‌ ଡାଉନ୍‌ରେ ବଢିଲା ମଦ କାରବାର : ଜାଣନ୍ତୁ ଗତକାଲି କେତେଟଙ୍କାରେ ବିକ୍ରି ହେଲା ମଦ

Published: May 5, 2020, 11:22 am IST

ନୂଆଦିଲ୍ଲୀ : ଲକ୍ ଡାଉନ୍‌ 3.0ର  କେନ୍ଦ୍ର ଗାଇଡ୍‌ ଲାଇନ୍‌ ଅନୁସାରେ ମଦ ବିକ୍ରି ପାଇଁ ଅନୁମତି ମିଳିବା ପରେ ଏହି କାରବାର ବେଶ୍‌ ଜମିଛି । କେବଳ ଉତ୍ତରପ୍ରଦେଶରେ ଗତକାଲି 300 କୋଟିର  ମଦ ବ୍ୟବସାୟ ହୋଇଥିବାବେଳେ ରାଜସ୍ଥାନରେ କେବଳ ଦୁଇ ଘଣ୍ଟାରେ 59 କୋଟିର ବ୍ୟବସାୟ ହୋଇଛି । ଛତିଶଗଡରେ 35 କୋଟିର ମଦ ବିକ୍ରି ହୋରଇଛି । ଆଜି ବି ମଦ ଦୋକାନ ଆଗରେ ଲମ୍ବା ଲାଇନ୍‌ ଦେଖିବାକୁ ମିଳିଛି ।

କେଉଁ ରାଜ୍ୟରେ କେତେ ଟଙ୍କାର ମଦ ବିକ୍ରି ହୋଇଛି

ଉତ୍ତରପ୍ରଦେଶ : 300 କୋଟି

ରାଜସ୍ଥାନ – 59 କୋଟି (ମାତ୍ର ଦୁଇ ଘଣ୍ଟାରେ)

କର୍ଣ୍ଣାଟକ – 45 କୋଟି

ଛତିଶଗଡ – 35 କୋଟି

ୟୁପିର ଲକ୍ଷ୍ନୌରେ 6 କୋଟିର ମଦ ବିକ୍ରି ହୋଇଛି ।

ଆଜି ମଦ ଉପରେ ସ୍ବତନ୍ତ୍ର କରୋନା ଫି’ ଆଦାୟ କରିବାକୁ ନିଷ୍ପତ୍ତି ନେଇଛନ୍ତି ଦିଲ୍ଲୀ ସରକାର ।   ଏମ୍‌ଆରପି ଉପରେ 70 ପ୍ରତିଶତ ଟ୍ୟାକ୍ସ ଆଦାୟ କରିବାକୁ ଦିଲ୍ଲୀ ସରକାର ନିଷ୍ପତ୍ତି ନେଇଛନ୍ତି ।  କେନ୍ଦ୍ରର ଗାଇଡଲାଇନ ଅନୁଯାୟୀ ଏକକାଳୀନ ମଦ ଦୋନାକୁ 5 ଜଣ ଗ୍ରାହକ ଯାଇପାରିବେ ବୋଲି ନିୟମ ରହିଥିବାବେଳେ ପ୍ରତି ଗ୍ରାହକଙ୍କ ମଧ୍ୟରେ 6 ଫୁଟ ଦୂରତା ରହିବାକୁ ନିୟମ କରାଯାଇଛି । କିନ୍ତୁ ଗତକାଲି ଏହି ନିୟମକୁ କେହି ମାନିନଥିବାର ଦେଖାଇଥିଲା ।  (ଏଜେନ୍ସି)

Related posts