ଦିଲ୍ଲୀରେ ଗତ 24 ଘଣ୍ଟାରେ 428 ପଜିଟିଭ୍‌ ଚିହ୍ନଟ : ମୃତ୍ୟୁ ସଂଖ୍ୟା 65କୁ ବୃଦ୍ଧି

Published: May 7, 2020, 9:09 am IST

ନୂଆଦିଲ୍ଲୀ : ଦେଶରେ କରୋନା ସ୍ଥିତି ବେଶ୍‌ ଜଟିଳ ରହିଛି । ଦେଶରେ ସର୍ବାଧିକ କରୋନା ଆକ୍ରାନ୍ତ ମହାରାଷ୍ଟ୍ରରୁ ଚିହ୍ନଟ ହୋଇଥିବାବେଳେ ଦେଶର ରାଜଧାନୀ ନୂଆଦିଲ୍ଲୀରେ ମଧ୍ୟ କରୋନା ମାମଲା ବୃଦ୍ଧି ପାଇବାରେ ଲାଗିଛି । ରାଜ୍ୟରେ ବୁଧବାର ଦିନ 428 ଜଣ କରୋନା ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି । ଏବେ ଦିଲ୍ଲୀରେ ମୋଟ୍‌ କରୋନା ସଂକ୍ରମିତଙ୍କ ସଂଖ୍ୟା 5000 ଟପିଯାଇଛି । ତେବେ ଦିଲ୍ଲୀରେ ଗୋଟିଏ ଦିନରେ ଅର୍ଥାତ୍‌ ଗତକାଲି ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କିନ୍ତୁ ମୁମ୍ବାଇ ଓ ଅହମ୍ମଦାବାଦର ସ୍ଥିତିଠାରୁ ଦିଲ୍ଲୀରେ ଟିକେ ନିୟନ୍ତ୍ରଣରେ ରହିଛି । କିନ୍ତୁ ମଦ ଦୋକାନ ଖୋଲାଯିବା ପରେ ସାମାଜିକ ଦୂରତ୍ବ ଭଙ୍ଗ ବିପଦର ସଂକେତ ଦେଉଛି । ସେହିପରି ଦିଲ୍ଲୀରେ କରୋନା ଯୋଗୁଁ 65ଜଣଙ୍କ ମୃତ୍ୟୁ ହୋଇଛି । ଦିଲ୍ଲୀରେ ଏପର୍ଯ୍ୟନ୍ତ 54 ଜଣ ପୋଲିସ୍‌ କର୍ମୀ ସଂକ୍ରମିତ ହୋଇଥିବାବେଳେ ସିଆରପିଏଫ୍‌ର 155 ଜଣ ଯବାନ ମଧ୍ୟ ସଂକ୍ରମିତ ହୋଇଛନ୍ତି । ମାତ୍ର ଦିଲ୍ଲୀରେ ସଂକ୍ରମିତ ହାର ଅଧିକ ରହିଛି । ରାଜ୍ୟରେ ଏଯାଏଁ 1 ହଜାର 542 ଜଣ ସୁସ୍ଥ ହୋଇଛନ୍ତି ।

Related posts