Categories
ଆଜିର ଖବର ଜାତୀୟ ଖବର

ମାତା ବୈଷ୍ଣୋ ଦେବୀ ମନ୍ଦିରରେ ବ୍ୟାପିଲା କରୋନା : ତିନି ପୂଜାରୀଙ୍କ ସମେତ 22ଜଣ ସଂକ୍ରମିତ

ଜମ୍ମୁକାଶ୍ମୀର : ପ୍ରାୟ ପାଞ୍ଚ ମାସ ପରେ ରବିବାର ଦିନ ମାତା ବୈଷ୍ଣୋଦେବୀଙ୍କର ଯାତ୍ରା ଆରମ୍ଭ ହୋଇଛି । କିନ୍ତୁ ଏହି ଯାତ୍ରା ଆରମ୍ଭ ରୁ କରୋନା ସଂକ୍ରମଣର ମାମଲା ସାମ୍ନାକୁ ଆସିଛି । ବୈଷ୍ଣୋ ଦେବୀ ମନ୍ଦିର ପରିସରରେ କରୋନା ବ୍ୟାପିବାରେ ଲାଗିଛି । ପ୍ରଦେଶର ସ୍ବାସ୍ଥ୍ୟ ବିଭାଗ ଦ୍ବାରା ଜାରି କରାଯାଇଥିବା ପରିସଂଖ୍ୟାନ ଅନୁସାରେ ସୋମବାର ସନ୍ଧ୍ୟାରେ ମାତା ବୈଷ୍ଣୋଦେବୀ ମନ୍ଦିର ପରିସରରେ 22ଟି ନୂତନ କରୋନା ମାମଲା ସାମ୍ନାକୁ ଆସିଛି । ଏହା ପୂର୍ବରୁ ରବିବାର ଦିନ ପ୍ରାୟ 20ଟି ସଂକ୍ରମଣ ମାମଲା ସାମ୍ନକୁ ଆସିଥିଲା ।

ମିଳିଥିବା ସୂଚନା ଅନୁସାରେ ମନ୍ଦିର ପରିସରର ତିନି ପୂଜାରୀ, ଚାରି ପୋଲିସ୍‌ କର୍ମୀ, ମାତା ବୈଷ୍ଣୋଦେବୀ  ସ୍ରାଇନ୍‌ ବୋର୍ଡର ଆଟେଣ୍ଡାଣ୍ଟ  ଓ ସୁରକ୍ଷା କର୍ମୀ ସାମିଲ୍‌ ରହିଛନ୍ତି ।  ମନ୍ଦିର ପରିସରରେ କରୋନା ମାମଲା ବୃଦ୍ଧି ହୋଇଥିବାବେଳେ ସ୍ରାଇନ୍‌ ବୋର୍ଡ ଭବନରେ ହିଁ କୋଭିଡ୍‌ କେୟାରର ବ୍ୟବସ୍ଥା ଆରମ୍ଭକରିବା ସହିତ ସମସ୍ତ ସଂକ୍ରମିତଙ୍କୁ ଏକ ଭବନରେ ରଖାଯାଇଛି । ସୋମବାର ଦିନ ପ୍ରାୟ 200 ଜଣ ବୈଷ୍ଣୋ ଦେବୀଙ୍କ ଦର୍ଶନ କରିଥିଲେ । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଆଜି ଭୁବନେଶ୍ବରରୁ 32 ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ବର : ଆଜି ଭୁବନେଶ୍ବରରୁ ଆଉ 32 କରୋନା ପଜିଟିଭ ଚିହ୍ନଟ ହୋଇଛି । 32 ପଜିଟିଭ୍‌ ମଧ୍ୟରୁ କ୍ବାରେଣ୍ଟାଇନ୍‌ ସେଣ୍ଟରରୁ 14 ଜଣ ଚିହ୍ନଟ ହୋଇଥିବାବେଳେ 18 ଜଣ ଲୋକାଲ କଣ୍ଟାକ୍ଟ କେସ୍‌ ବୋଲି ସୂଚନା ଦେଇଛି ବିଏମ୍‌ସି ।

ଆଜି ଚିହ୍ନଟ 18 ଲୋକାଲ୍‌ କଣ୍ଟାକ୍ଟ କେସ୍‌ ମଧ୍ୟରୁ ଜଣେ ନୟାପଲ୍ଲୀ ଆଇଆରସି ଭିଲେଜରୁ, ଅନ୍ୟ ଜଣେ ବ୍ରିଟ୍‌ କଲୋନୀରୁ ଚିହ୍ନଟ ହୋଇଥିବାବେଳେ ଜଣେ କରୋନା ଆକ୍ରାନ୍ତ ଭୀମଟାଙ୍ଗି ପିପୁଲ୍‌ସ ବସ୍ତିରୁ ଚିହ୍ନଟ ହୋଇଛନ୍ତି । ସେହିପରି ଚନ୍ଦ୍ରଶେଖରପୁର ଗୋପବନ୍ଧୁ ସ୍କୁଲ ପାଖରୁ ଚିହ୍ନଟ ହୋଇଛି। ସେହିପରି ସେଣ୍ଟ୍ରାଲ୍‌ ହସ୍ପିଟାଲରୁ ଜଣେ ପୁରୁଷ କର୍ମଚାରୀ ଚିହ୍ନଟ ହୋଇଛନ୍ତି । ୟୁନିଟ୍‌-2, ମାର୍କେଟ୍‌ ବିଲିଡିଂରୁ 2 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ବରମୁଣ୍ଡାର ମହିମା ମିଶ୍ରା ଲେନ୍‌ରୁ ଜଣେ ଆକ୍ରାନ୍ତ ରହିଛନ୍ତି । ଗଙ୍ଗନଗର ଅଞ୍ଚଳରୁ ଜଣେ ପୁରୁଷ ଆକ୍ରାନ୍ତ ରହିଥିବାବେଳେ ନୟାପଲ୍ଲୀ ନୂଆସାହିରୁ ଜଣେ, ନୂଆଗାଁ ପେଟ୍ରୋଲ୍‌ ପମ୍ପ ନିକଟରୁ ଦୁଇଜଣ, ବାପୁଜୀ ନଗରରୁ ଜଣେ  ନଖରା, ବାଲିଅନ୍ତାରୁ ଜଣେ, ଭରତପୁର ଗଣେଶ ମନ୍ଦିର ନିକଟରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ରସୁଲଗଡ ଓ ସମପୁର ଗ୍ରାମରୁ ଜଣେ ଲେଖାଏଁ ଆକ୍ରାନ୍ତ ରହିଛନ୍ତି ।

ସେହିପରି କ୍ବାରେଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା 14 ଜଣ ଆକ୍ରାନ୍ତଙ୍କ ମଧ୍ୟରେ ସେଣ୍ଟ୍ରାଲ୍‌ ହସ୍ପିଟାଲର ଜଣେ କର୍ମଚାରୀ ରହିଛନ୍ତି ।  ସେହିପରି ସେଣ୍ଟ୍ରାଲ୍‌ ହସ୍ପିଟାଲର ଜଣେ ସୁରକ୍ଷା କର୍ମୀ ମଧ୍ୟ ଆକ୍ରାନ୍ତ ହୋଇଛନ୍ତି । କଳିଙ୍ଗନଗର ଅଞ୍ଚଳରୁ ତିନି ଜଣ ରହିଥିବାବେଳେ ବାପୁଜୀ ନଗରରୁ ଜଣେ, ରସୁଲଗଡରୁ ଜଣେ, କ୍ବାରେଣ୍ଟାଇନ୍‌ ସେଣ୍ଟରରୁ ଦୁଇ ଜଣ, ପାତ୍ରପଡା, ଉଦୟଗିରି ଅଞ୍ଚଳର ଜଣେ, ଡୁମୁଡୁମା ଫେଜ୍‌ – 4ରୁ ଜଣେ ଚିହ୍ନଟ ହୋଇଥିବାବେଳେ ୟୁନିଟ୍‌ 2ରୁ ଜଣେ, ମଞ୍ଚେଶ୍ବରରୁ ଜଣେ, ବାପୁଜୀ ନଗରରୁ ଆକ୍ରାନ୍ତ ରହିଛନ୍ତି ।

Image

ସେହିପରି ଆଜି ଭୁବନେଶ୍ବରରୁ 7 ଜଣ ସୁସ୍ଥ ହୋଇଥିବାର ସୂଚନା ରହିଛି । ନୂତନ 32ଙ୍କୁ ମିଶାଇ ଭୁବନେଶ୍ବରରେ ଏବେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା 557ରେ ପହଞ୍ଚିଛି। ସେହିପରି 7ଜଣଙ୍କ ମୃତ୍ୟୁ ହୋଇଥିବାବେଳେ 302 ଜଣ ସୁସ୍ଥ ହୋଇଛନ୍ତି। ଏବେ ସୁଦ୍ଧା ଭୁବନେଶ୍ବରରେ 247ଟି ସକ୍ରିୟ ମାମଲା ରହିଛି ।

Categories
ଆଜିର ଖବର ରାଜ୍ୟ ଖବର

ଏନ୍‌ଡିଆରଏଫର 50 ଯବାନଙ୍କୁ କରୋନା

ଭୁବନେଶ୍ୱର: କଟକ ମୁଣ୍ଡଳୀ ଏନ୍‌ଡିଆରଏଫ୍‌ କ୍ୟାମ୍ପର 50 ଜଣ ଯବାନ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ଯବାନ୍‌ମାନେ ଆମ୍ପାନ୍‌ ଉଦ୍ଧାର କାର୍ଯ୍ୟ ପାଇଁ ପଶ୍ଚିମବଙ୍ଗ ଗସ୍ତ କରିଥିଲେ । ତିନି ଦିନ ପୂର୍ବରୁ ଏହି ଯବାନ ମାନେ ଓଡ଼ିଶାରେ ପହଞ୍ଚିବା ପରେ ସେମାନଙ୍କ ମଧ୍ୟରୁ ଜଣଙ୍କଠାରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲା । କିନ୍ତୁ ଗତକାଲି ଆଉ 49ଙ୍କଠାରେ ଏନ୍‌ଡିଆରଏଫ୍‌ ଯବାନ କରୋନାରେ ସଂକ୍ରମିତ ହୋଇଥିବାର ସୂଚନା ଦେଇଛନ୍ତି ଏନ୍‌ଡିଆରଏଫ୍‌ ଡିଜି । ପଶ୍ଚିମବଙ୍ଗରୁ ଆସି କ୍ବାରେଣ୍ଟିନ୍‌ରେ ରହିଥିଲେ । ଏମାନଙ୍କ ପାଖରେ କୌଣସି କରୋନା ଲକ୍ଷଣ ନଥିଲା ।  ସୂଚନାଯୋଗ୍ୟ, 167 ଜଣ ଏନ୍‌ଡିଆରଏଫ୍‌ ଯବାନ ଆମ୍ଫାନ ମୁକାବିଲା ପାଇଁ ପଶ୍ଚିମବଙ୍ଗ ଯାଇଥିଲେ ।  ପଶ୍ଚିମବଙ୍ଗରୁ ଫେରିବା ପରେ ସମସ୍ତେ କ୍ୱାରେଣ୍ଟିନ୍‌ରେ ଥିଲେ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

କରୋନାରେ ଆକ୍ରାନ୍ତ ହେଲେ ପାକିସ୍ତାନର ରେଳ ମନ୍ତ୍ରୀ

ଲାହୋର୍‌ : ପାକିସ୍ତାନର ରେଳ ମନ୍ତ୍ରୀ ଶେଖ୍‌ ରସିଦ୍‌ ଅହମ୍ମଦ କରୋନାରେ ସଂକ୍ରମିତ ହୋଇଛନ୍ତି ।  ରେଳ ମନ୍ତ୍ରାଳୟ ତରଫରୁ ଜାରି ହୋଇଥିବା ବୟାନରୁ ଜଣାଯାଇଛି ଯେ, ରେଳ ମନ୍ତ୍ରୀ ଶେଖ ରସିଦ୍‌ ଅହମ୍ମଦଙ୍କ କରୋନା ରିପୋର୍ଟ ପଜିଟିଭ୍‌ ଆସିଛି । ଲକ୍ଷଣ ନଥିବାବେଳେ ରିପୋର୍ଟ ଆସିବା ପରେ ଦୁଇ ସପ୍ତାହ ପାଇଁ ଆଇସୋଲେସନ୍‌ରେ ରହିଛନ୍ତି ରେଳ ମନ୍ତ୍ରୀ ।

ସେହିପରି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପିଏମଏଲ-ଏନ ନେତା ସହିଦ ଖକ୍କାନ ଆବ୍ବାସି ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି। ସୋମବାର ତାଙ୍କ ରିପୋର୍ଟ ପଜିଟିଭ୍ ଥିବା ଜଣାପଡ଼ିଛି। ତାଙ୍କ ପରିବାର ସୂତ୍ର ଅନୁଯାୟୀ ପୂର୍ବତନ ପ୍ରଧାନମନ୍ତ୍ରୀ ରବିବାର ସଂକ୍ରମିତ ହୋଇଥିଲେ ଏବଂ ସୋମବାର ତାଙ୍କ ରିପୋର୍ଟ ଆସିଥିଲା। ସୂଚନାନୁସାରେ, ବର୍ତ୍ତମାନ ସେ ହୋମ୍ ଆସୋଲେସନରେ ଅଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଏକ ଲକ୍ଷ ପାର କରିଥିବାବେଳେ ମୃତ୍ୟୁ ସଂଖ୍ୟା 2000 ପାର୍‌ କରିଛି । ଏକ ଲକ୍ଷ ପାର କରିଥିବା ସଂକ୍ରମିତ ଦେଶଙ୍କ ମଧ୍ୟରେ ପାକିସ୍ତାନ ଏବେ 16ତମ ସ୍ଥାନରେ ରହିଛି । ପାକିସ୍ତାନରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା 1 ଲକ୍ଷ 1 ହଜାର 173 ରହିଛି । ପାକିସ୍ତାନରେ କରୋନା ଯୋଗୁଁ ପ୍ରାନ୍ତୀୟ ମନ୍ତ୍ରୀ ସମେତ ଚାରି ସାଂସଦଙ୍କ ମୃତ୍ୟୁ ହୋଇଛି । (ଏଜେନ୍ସି)

Categories
ଆଜିର ଖବର ରାଜ୍ୟ ଖବର

13 ଜିଲ୍ଲାରୁ 90 ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର : ଆଜି 13ଟି ଜିଲ୍ଲାରୁ 90 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ 25 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଗଞ୍ଜାମରୁ 22, ଢେଙ୍କାନାଳରୁ 10, ଭଦ୍ରକରୁ 9, ନୟାଗଡରୁ 7 ଓ ପୁରୀରୁ 2 ଜଣ ଚିହ୍ନଟ ହୋଇଥିବାବେଳେ ସୁନ୍ଦରଗଡ ଓ କଟକ ଜିଲ୍ଲାରୁ 5 ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ସେହିପରି ଅନୁଗୁଳ, ବାଲେଶ୍ବର, କଳାହାଣ୍ଡି, ବରଗଡ ଓ ସମ୍ବଲପୁରରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 2478କୁ ବୃଦ୍ଧି ହୋଇଛି । ସେହିପରି ରାଜ୍ୟରେ ଆକ୍ଟିଭ୍‌ କେସ୍‌ 1053 ରହିଥିବାବେଳେ 1416 ଜଣ ସୁସ୍ଥ ହୋଇଛନ୍ତି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।

କେଉଁ ଜିଲ୍ଲାରେ କିପରି ରହିଛି କରୋନା ସ୍ଥିତି :

ରାଜ୍ୟ ପଜିଟିଭ୍‌ ସୁସ୍ଥ ଆକ୍ଟିଭ୍‌ ମୃତ ମୃତ (ଅନ୍ୟାନ୍ୟ ରୋଗ)
ଗଞ୍ଜାମ 521 340 178 3 0
ଯାଜପୁର 290 240 50 0 0
ଖୋର୍ଦ୍ଧା 195 74 117 3 1
ବାଲେଶ୍ବର 179 132 46 0 1
କେନ୍ଦ୍ରାପଡା 161 85 76 0 0
ଭଦ୍ରକ 132 98 34 0 0
କଟକ 131 58 72 1 0
ବଲାଙ୍ଗିର 102 18 84 0 0
ପୁରୀ 98 81 17 0 0
ଜଗତସିଂହପୁର 86 31 55 0 0
ନୟାଗଡ 76 45 31 0 0
ସୁନ୍ଦରଗଡ 74 39 35 0 0
ନୂଆପଡା 60 0 60 0 0
ଗଜପତି 44 10 34 0 0
ମୟୂରଭଞ୍ଜ 35 14 21 0 0
ବୌଦ୍ଧ 34 33 1 0 0
ଦେବଗଡ 33 24 9 0 0
ଢେଙ୍କାନାଳ 31 3 28 0 0
ଅନୁଗୁଳ 30 24 6 0 0
କେଉଁଝର 30 11 19 0 0
ସୋନପୁର 25 3 22 0 0
କଳାହାଣ୍ଡି 22 15 7 0 0
କନ୍ଧମାଳ 22 5 17 0 0
ମାଲ୍‌କାନଗିରି 21 19 2 0 0
ସମ୍ବଲପୁର 16 5 11 0 0
ବରଗଡ 12 2 10 0 0
କୋରାପୁଟ 8 1 7 0 0
ଝାରସୁଗୁଡା 7 5 2 0 0
ନବରଙ୍ଗପୁର 2 1 1 0 0
ରାୟଗଡା 1 0 1 0 0
Categories
ଆଜିର ଖବର

ଡାକ୍ତରଙ୍କଠାରେ କରୋନା ପଜିଟିଭ୍‌ ମିଳିବା ପରେ ଗୌହ୍ବାଟୀ ମେଡ଼ିକାଲ କଲେଜକୁ ବନ୍ଦ କଲେ ରାଜ୍ୟ ସରକାର

ଗୌହ୍ବାଟୀ: ଦେଶରେ କରୋନା ସ୍ଥିତି ସଂକଟଜନକ ଅବସ୍ଥାରେ ରହିଥିବାବେଳେ ଆସାମରେ ମଧ୍ୟ କରୋନ ସଂକ୍ରମଣର ଦ୍ରୁତ ପ୍ରସାର ଦେଖିବାକୁ ମିଳିଛି। ଆସାମ ସରକାର ଗୌହ୍ବାଟୀ ମେଡ଼ିକାଲ କଲେଜକୁ ନୂତନ ରୋଗୀଙ୍କ ପାଇଁ ବନ୍ଦ କରିଛନ୍ତି। ଏହି ମେଡ଼ିକାଲ୍‌ କଲେଜରେ ଏକ ଡାକ୍ତରଙ୍କଠାରେ କରୋନା ପଜିଟିଭ୍‌ ମିଳିବା ପରେ ମେଡିକାଲ୍‌ କଲେଜକୁ ବନ୍ଦ କରାଯାଇଛି।

ଆସାମର ସ୍ବାସ୍ଥ୍ୟ ମନ୍ତ୍ରୀ ଡ. ହେମନ୍ତ ବିସ୍ଓ୍ବା ଶର୍ମା ଏହି ମେଡିକାଲକୁ କେହି ରୋଗୀ ଆସିପାରିବେ ନାହିଁ ବୋଲି କହିଛନ୍ତି । କିଛି ଦିନ ପାଇଁ ଏହି ହସ୍ପିଟାଲ ଏବେ ବନ୍ଦ ରହିବାର ଘୋଷଣା। ଏହି ମେଡିକାଲ କଲେଜରେ ଜଣେ ପିଜି ଷ୍ଟୁଡେଣ୍ଟଙ୍କ କରୋନା ସଂକ୍ରମିତ ହେବା ପରେ ତାଙ୍କ ସମ୍ପର୍କରେ ଆସିଥିବା ଲୋକଙ୍କ ସ୍କ୍ରିନିଂ କରାଯିବା ସହ ମେଡ଼ିକାଲ କଲେଜକୁ ସାନିଟାଇଜ କରାଯାଉଛି। ଏହି ହସ୍ପିଟାଲରେ ରହିଥିବା ରୋଗୀମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି।  ଗୁରୁବାର ଦିନ ଆସାମରେ ନୂତନ ଆଠୋଟି କରୋନା ମାମଲା ସାମ୍ନାକୁ ଆସିଥିଲା। ଏଥିରୁ ଚାରି ଜଣ ଗୌହ୍ବାଟୀର  ଓ ଅନ୍ୟ ଚାରି ଜଣ କାଛର ଜିଲ୍ଲାର ରହିଥିଲେ। ନୂତନ ମାମଲାକୁ ମିଶାଇ ଏବେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 53 ହୋଇଥିବାବେଳେ ଜଣକର ମୃତ୍ୟୁ ହୋଇଛି। (ଏଜେନ୍ସି)

Categories
ଆଜିର ଖବର

ମୁମ୍ବାଇର ଆର୍ଥର ଜେଲ୍‌ର 77 କଏଦୀ ଓ 26 ଜଣ କର୍ମଚାରୀଙ୍କଠାରେ କରୋନା ପଜିଟିଭ୍‌

ମୁମ୍ବାଇ : ମୁମ୍ବାଇରେ କରୋନା ସ୍ଥିତି ବେଶ୍‌ ସଂକଟଜନକ ରହିଛି । ଏଠାରେ  କରୋନା ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ପୋଲିସ୍‌ ବିଭାଗରେ ମଧ୍ୟ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ମୁମ୍ବାଇର ଆର୍ଥର ରୋଡ୍‌ ଜେଲ୍‌ରେ 103 କରୋନା ପଜିଟିଭ୍‌ ରହିଥିବାର ସୂଚନା ମିଳିଛି । ଏହି ଜେଲ୍‌ରେ 77 ଜଣ କଏଦୀ ଓ 26 ଜଣ ଜେଲ୍‌ କର୍ମଚାରୀ କରୋନାରେ ସଂକ୍ରମିତ ହୋଇଥିବାର ସୂଚନା ମିଳିଛି ।

କଏଦୀମାନଙ୍କୁ ଜିଟି ହସ୍ପିଟାଲ ଓ ସେଣ୍ଟ ଜର୍ଜ ହସ୍ପିଟାଲରେ ଭର୍ତ୍ତି କରାଯିବ ବୋଲି ସୂଚନା ରହିଛି । ଶୁକ୍ରବାର ସକାଳେ ସୁରକ୍ଷା ସହକାରେ କଏଦୀମାନଙ୍କୁ ହସ୍ପିଟାଲକୁ ନିଆଯିବ । ସେହିପରି ଜେଲ୍‌ କର୍ମଚାରୀମାନଙ୍କୁ ଅଲଗା ଏକ ହସ୍ପିଟାଲକୁ ନିଆଯିବାର ସୂଚନା ରହିଛି ।

ଆର୍ଥର ରୋଡ୍‌ ଜେଲ୍‌ ମୁମ୍ବାଇର ସର୍ବପୁରାତନ ଜେଲ୍‌ ମଧ୍ୟରେ ଅନ୍ୟତମ । ଏହା କସ୍ତୁରବା ହସ୍ପିଟାଲ୍‌ରେ ସାମ୍ନାରେ ଅବସ୍ଥିତ । କସ୍ତୁରବା ହସ୍ପିଟାଲକୁ କୋଭିଡ୍‌ -19 ନୋଡାଲ୍‌ ହସ୍ପିଟାଲ ରୂପେ ପରିଣତ କରାଯାଇଛି । ଜେଲ୍‌ରେ 2 ହଜାର ବିଚାରଧୀନ କଏଦୀ ରହିଛନ୍ତି । ତେବେ ଏଠାରେ 800 କଏଦୀ ରହିବାର କ୍ଷମତା ରହିଛି । ୟେସ୍‌ ବ୍ୟାଙ୍କର ସଂସ୍ଥାପକ ତଥା ଅଭିଯୁକ୍ତ ରାଣା କପୁର୍‌ ମଧ୍ୟ ଏହି ଜେଲ୍‌ରେ ବନ୍ଦୀ ରହିଛନ୍ତି ।

ଜେଲ୍‌ରେ ଏ ପର୍ଯ୍ୟନ୍ତ 200 ଜଣଙ୍କର ସ୍ବାବ୍‌ ଟେଷ୍ଟ ନିଆଯାଇଥିଲା । ଏହି ଟେଷ୍ଟରୁ 103ଜଣଙ୍କର ପଜିଟିଭ୍‌ ଆସିଥିଲା ।  ଏହି ଜେଲ୍‌ରୁ ଜଣେ 45 ବର୍ଷୀୟ କଏଦୀଙ୍କ ରିପୋର୍ଟ ପଜିଟିଭ୍‌ ଆସିବା ପରେ ସମସ୍ତ କଏଦୀଙ୍କ ପରୀକ୍ଷା କରାଯାଉଛି ।  ସୂଚନାଯୋଗ୍ୟ, ଦେଶର କରୋନା ହଟସ୍ପଟ୍‌ ଭାବରେ ମହାରାଷ୍ଟ୍ରରେ ସର୍ବାଧିକ ରୋଗୀ ଚିହ୍ନଟ ହୋଇଛନ୍ତି । ଏଠାରେ ସଂକ୍ରମିତଙ୍କ ସଂଖ୍ୟା 16 ହଜାର ଡେଇଁଥିବାବେଳେ ମୃତ୍ୟୁ ସଂଖ୍ୟା 651 ରହିଛି । (ଏଜେନ୍ସି)

 

Categories
ଆଜିର ଖବର ଜାତୀୟ ଖବର

ଦିଲ୍ଲୀରେ ଗତ 24 ଘଣ୍ଟାରେ 428 ପଜିଟିଭ୍‌ ଚିହ୍ନଟ : ମୃତ୍ୟୁ ସଂଖ୍ୟା 65କୁ ବୃଦ୍ଧି

ନୂଆଦିଲ୍ଲୀ : ଦେଶରେ କରୋନା ସ୍ଥିତି ବେଶ୍‌ ଜଟିଳ ରହିଛି । ଦେଶରେ ସର୍ବାଧିକ କରୋନା ଆକ୍ରାନ୍ତ ମହାରାଷ୍ଟ୍ରରୁ ଚିହ୍ନଟ ହୋଇଥିବାବେଳେ ଦେଶର ରାଜଧାନୀ ନୂଆଦିଲ୍ଲୀରେ ମଧ୍ୟ କରୋନା ମାମଲା ବୃଦ୍ଧି ପାଇବାରେ ଲାଗିଛି । ରାଜ୍ୟରେ ବୁଧବାର ଦିନ 428 ଜଣ କରୋନା ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି । ଏବେ ଦିଲ୍ଲୀରେ ମୋଟ୍‌ କରୋନା ସଂକ୍ରମିତଙ୍କ ସଂଖ୍ୟା 5000 ଟପିଯାଇଛି । ତେବେ ଦିଲ୍ଲୀରେ ଗୋଟିଏ ଦିନରେ ଅର୍ଥାତ୍‌ ଗତକାଲି ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କିନ୍ତୁ ମୁମ୍ବାଇ ଓ ଅହମ୍ମଦାବାଦର ସ୍ଥିତିଠାରୁ ଦିଲ୍ଲୀରେ ଟିକେ ନିୟନ୍ତ୍ରଣରେ ରହିଛି । କିନ୍ତୁ ମଦ ଦୋକାନ ଖୋଲାଯିବା ପରେ ସାମାଜିକ ଦୂରତ୍ବ ଭଙ୍ଗ ବିପଦର ସଂକେତ ଦେଉଛି । ସେହିପରି ଦିଲ୍ଲୀରେ କରୋନା ଯୋଗୁଁ 65ଜଣଙ୍କ ମୃତ୍ୟୁ ହୋଇଛି । ଦିଲ୍ଲୀରେ ଏପର୍ଯ୍ୟନ୍ତ 54 ଜଣ ପୋଲିସ୍‌ କର୍ମୀ ସଂକ୍ରମିତ ହୋଇଥିବାବେଳେ ସିଆରପିଏଫ୍‌ର 155 ଜଣ ଯବାନ ମଧ୍ୟ ସଂକ୍ରମିତ ହୋଇଛନ୍ତି । ମାତ୍ର ଦିଲ୍ଲୀରେ ସଂକ୍ରମିତ ହାର ଅଧିକ ରହିଛି । ରାଜ୍ୟରେ ଏଯାଏଁ 1 ହଜାର 542 ଜଣ ସୁସ୍ଥ ହୋଇଛନ୍ତି ।

Categories
ଆଜିର ଖବର ଜାତୀୟ ଖବର

ଦିଲ୍ଲୀରେ 40 ବିଏସଏଫ୍‌ ଯବାନ କରୋନା ପଜିଟିଭ୍‌

ନୂଆଦିଲ୍ଲୀ : ଦିଲ୍ଲୀରେ କରୋନା ପଜିଟିଭ୍‌ ସାବ୍ୟସ୍ତ ହୋଇଛନ୍ତି 40 ବିଏସ୍‌ଏଫ୍‌ ଯବାନ । ରବିବାର 40 ଜଣ ବିଏସ୍‌ଏଫ୍‌ ଯବାନ ପଜିଟିଭ୍‌ ସାବ୍ୟସ୍ତ ହେବା ସହିତ ସମୁଦାୟ ଆକ୍ରାନ୍ତ ବିଏସ୍‌ଏଫ୍‌ ଯବାନଙ୍କ ସଂଖ୍ୟା 42ରେ ପହଞ୍ଚିଛି । ବିଏସ୍‌ଏଫ୍‌ର 126 ବାଟାଲିୟନ୍‌ର ଏହି ଯବାନ ମାନେ ଜାମା ମସ୍‌ଜିଦ୍‌ ଅଞ୍ଚଳରେ ନିୟୋଜିତ ଥିଲେ । ସମୁଦାୟ 94 ଜଣଙ୍କ ମଧ୍ୟରୁ 31 ଜଣ ଆକ୍ରାନ୍ତ ହୋଇଥିବା ବେଳେ ଅନ୍ୟମାନଙ୍କୁ କ୍ବାରେଣ୍ଟାଇନ୍‌ରେ ରଖାଯାଇଛି । 126 ବାଟାଲିୟନ୍‌ ବ୍ୟତିତ 178 ବାଟାଲିୟନ୍‌ର କିଛି ଯବାନ ମଧ୍ୟ କରୋନା ପଜିଟିଭ୍‌ ସାବ୍ୟସ୍ତ ହୋଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଆଜି ସକାଳୁ ଜଣେ ସିଆରପିଏଫ୍‌ ଡ୍ରାଇଭର୍‌ ପଜିଟିଭ୍‌ ସାବ୍ୟସ୍ତ ହେବା ପରେ ଦିଲ୍ଲୀ ସ୍ଥିତ ସିଆରପିଏଫ୍‌ ମୁଖ୍ୟାଳୟକୁ ସିଲ୍‌ କରିଦିଆଯାଇଛି ।

Categories
ଆଜିର ଖବର ଜାତୀୟ ଖବର

ସରକାରୀ ବସ୍‌ରେ ମହାରାଷ୍ଟ୍ରରୁ ବସ୍ତି ଆସିଥିବା ପ୍ରବାସୀ ଶ୍ରମିକଙ୍କ ମଧ୍ୟରେ 7 ଜଣ କରୋନା ପଜିଟିଭ୍‌

ବସ୍ତି: କରୋନା ମୁକାବିଲା ଲାଗି ଦେଶରେ ଜାରି ରହିଛି ଲକ୍‌ ଡାଉନ୍‌। ଏହା ମଧ୍ୟରେ ବିଭିନ୍ନ ରାଜ୍ୟରେ ଫସି ରହିଥିବା ପ୍ରବାସୀ ଶ୍ରମିକଙ୍କୁ ସେମାନଙ୍କ ରାଜ୍ୟରେ ପଠାଇବା ଲାଗି ସ୍ପେଶାଲ୍‌ ଟ୍ରେନ୍‌ ଚଲାଯାଇଛି। ସେହିପରି ବସ୍‌ରେ ମଧ୍ୟ ପ୍ରବାସୀ ଶ୍ରମିକମାନେ ନିଜ ନିଜ ରାଜ୍ୟକୁ ଫେରୁଛନ୍ତି। ତେବେ ସରକାରୀ ବସ୍‌ରେ ପଠାଯାଇଥିବା କିଛି ପ୍ରବାସୀ ଶ୍ରମିକଙ୍କ ମଧ୍ୟରେ ପ୍ରଥମ କରୋନା ମାମଲା ସାମ୍ନାକୁ ଆସିଛି।  ମହାରାଷ୍ଟ୍ରରୁ ଉତ୍ତରପ୍ରଦେଶର ବସ୍ତି ଜିଲ୍ଲାକୁ ଫେରିଥିବା 7 ପ୍ରବାସୀ ଶ୍ରମିକଙ୍କ କରୋନା ରିପୋର୍ଟ ପଜିଟିଭ୍‌ ଆସିଥିବାର ବସ୍ତି ଜିଲ୍ଲା ଡିଏମ୍‌ ସୂଚନା ଦେଇଛନ୍ତି।

ଜିଲ୍ଲା ମାଜିଷ୍ଟ୍ରେଟ୍‌ (ଡିଏମ୍‌) ଆଶୁତୋଷ ନିରଞ୍ଜନଙ୍କ ଅନୁସାରେ, କରୋନା ପଜିଟିଭ୍‌ ମିଳିଥିବା ସାତ ଜଣ ଶ୍ରମିକ ମହାରାଷ୍ଟ୍ରରୁ ସରକାରୀ ବସ୍‌ରେ ବସ୍ତିରେ ପହଞ୍ଚିଥିଲେ। ସେମାନଙ୍କୁ ହରୈୟା କ୍ଷେତ୍ରର ସେଲ୍ଟର ହୋମ୍‌ରେ କ୍ବାରେଣ୍ଟାଇନ୍‌ରେ ରଖାଯାଇଥିଲା। ସେମାନଙ୍କୁ ଏବେ ମୁଣ୍ଡରଓ୍ବା ଅଞ୍ଚଳରେ ଥିବା କମ୍ୟୁନିଟି ସେଣ୍ଟର ହେଲଥ ସେଣ୍ଟରକୁ ସ୍ଥାନାନ୍ତର ରଖାଯାଇଛି। ଜିଲ୍ଲାରେ ମୋଟ 31ଟି କରୋନା ମାମଲା ସାମ୍ନାକୁ ଆସିଛି। ଏହି ଜିଲ୍ଲାରୁ ଜଣକର କରୋନା ଯୋଗୁଁ ମୃତ୍ୟୁ ଘଟିଥିବାବେଳେ 13ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ମହାରାଷ୍ଟ୍ରରେ ଫସି ରହିଥିବା ଉତ୍ତରପ୍ରଦେଶର ପ୍ରବାସୀ ଶ୍ରମିକଙ୍କ ପାଇଁ ନାସିକ ଜିଲ୍ଲାରୁ ସ୍ପେଶାଲ୍‌ ଟ୍ରେନ୍‌ ଚଲାଯାଇଛି। ରବିବାର ଦିନ ଲକ୍ଷ୍ନୌରେ ଏହି ଟ୍ରେନ୍‌ ପହଞ୍ଚିବ। ତେବେ ଏବେ ରାଜ୍ୟରେ କରୋନାରେ ସଂକ୍ରମିତ ପ୍ରବାସୀ ଶ୍ରମିକଙ୍କ ମାମଲା ଚିନ୍ତା ବଢାଇଛି । ଉତ୍ତରପ୍ରଦେଶର କରୋନାର ମୋଟ୍‌ 2338ଟି ମାମଲା ଆସିଛି। ସେହିପରି ରାଜ୍ୟରେ ମୋଟ୍‌ 42ଜଣଙ୍କର ମୃତ୍ୟୁ ହୋଇଛି। (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

କରୋନାରେ ସଂକ୍ରମିତ ହେଲେ ବର-କନ୍ୟା, ପୂରା ଗ୍ରାମକୁ କରାଗଲା ସିଲ୍‌

ଆଜମଗଡ : କରୋନା ମହାମାରୀ ସହ ଲଢିବା ପାଇଁ ସାରା ଦେଶରେ ଲକ୍‌ ଡାଉନ୍‌ ଜାରି ରହିଛି । ଏହି ଲକ୍‌ ଡାଉନ୍‌ ସମୟରେ ଧାର୍ମିକ କାର୍ଯ୍ୟକ୍ରମ ସମେତ ବିବାହ, ବ୍ରତଘର, ଭୋଜି ଭାତ ଆଦିକୁ ବନ୍ଦ ରଖାଯାଇଛି । କିନ୍ତୁ ଏହି ଲକ୍ ଡାଉନ୍‌ ସମୟରେ ବହୁ ଲୋକେ ସାମାଜିକ ଦୂରତ୍ବ ରଖି ବିବାହ କରୁଛନ୍ତି । କେହି କେହି ଏହାକୁ ଅଣଦେଖା ମଧ୍ୟ କରୁଛନ୍ତି । ଏହି ଲକ୍ ଡାଉନ୍‌ ସମୟରେ ବିବାହ କରିବା ନବଦମ୍ପତିକୁ ବେଶ୍‌ ମହଙ୍ଗା ସାବ୍ୟସ୍ତ ହୋଇଛି । ଦୁହିଁଙ୍କଠାରେ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ଏବେ ପୂରା ଗ୍ରାମକୁ ସିଲ୍‌ କରାଯାଇ ସାନିଟାଇଜ୍‌ କରାଯାଉଛି ।

ମିଳିଥିବା ସୂଚନା ଅନୁସାରେ ୟୁପିର ଆଜଗମଡର ଏହି ନବଦମ୍ପତି ବିବାହ କରି ରାଜସ୍ଥାନ ଚାଲି ଆସିଥିଲେ । ଏଡାରେ ତାଙ୍କର କରୋନା ପରୀକ୍ଷା କରାଯାଇଥିଲା । ଦୁହେଁ କରୋନା ପଜିଟିଭ୍‌ ମିଳିବା ପରେ ସେମାନେ ବିବାହ କରିଥିବା ଗ୍ରାମରେ ଏବେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଏହି ଘଟଣାଟି ଆଜଗମଡର ଛତରପୁର ଗ୍ରାମରେ ହିଁ ଘଟିଛି । ଏହା ପରେ ସମ୍ପୂର୍ଣ୍ଣ ଗ୍ରାମଟିକୁ ସିଲ୍‌ କରାଯିବା ସହ ସାନିଟାଇଜସେନ୍‌ କରାଯାଉଛି । ଏପ୍ରିଲ୍‌ 14 ତାରିଖରେ ଏହି ଦମ୍ପତି ବିବାହ କରିଥିବାବେଳେ କାର୍‌ ଯୋଗେ ରାଜସ୍ଥାନରେ ପହଞ୍ଚିଥିଲେ । ଦୁହେଁ କରୋନା ସଂକ୍ରମିତ ହେବା ପରେ ଏମାନଙ୍କ ପରିବାରକୁ କ୍ବାରେଣ୍ଟାଇନ୍‌ରେ ରଖାଯାଇଛି । ଏହା ସହିତ ସମ୍ପୂର୍ଣ୍ଣ ଗ୍ରାମକୁ ସିଲ୍‌ କରାଯାଇଛି ।

ବର କନ୍ୟାଙ୍କୁ କରୋନା ସଂକ୍ରମିତ ହେବା ପରେ ଆଜମଗଡରେ ଥିବା ଏକ ପ୍ଲାଣ୍ଟକୁ ବନ୍ଦ କରିବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି । କାରଣ ଏହି ବର କନ୍ୟା ଏହି ପ୍ଲାଣ୍ଟ ନିକଟରେ ରହୁଥିଲେ ।  ଏଠାରେ ଏକ ହାଇଓ୍ବ ନିର୍ମାଣ ପାଇଁ ପ୍ଲାଣ୍ଟ ଚାଲୁ ରହିଛି । ଲକ ଡାଉନ୍‌ କାରଣରୁ ଏହା ବନ୍ଦ ଥିଲା । କିନ୍ତୁ ସରକାରଙ୍କ ଦ୍ବାରା ନିର୍ମାଣ କାର୍ଯ୍ୟ ଚାଲୁ ରଖିବା ପାଇଁ ଆଦେଶ ମିଳିବା ପରେ ଏହି ପ୍ଲାଣ୍ଟ ପୁଣିଥରେ କାର୍ଯ୍ୟ ଆରମ୍ଭ କରିଛି । ଗ୍ରାମବାସୀମାନେ ଏହି ପ୍ଲାଣ୍ଟକୁ ବିରୋଧ କରି ସଂକ୍ରମଣ ବଢିବାର ବିପଦ ବୋଲି କହିଛନ୍ତି । ଅପରପକ୍ଷରେ ଏହି ପ୍ଲାଣ୍ଟକୁ ନେଇ ପୋଲିସ୍‌ କହିଛନ୍ତି ଯେ, ପ୍ରଶାସନର ଆଦେଶ ଅନୁସାରେ ଏହି ପ୍ଲାଣ୍ଟଟି କାର୍ଯ୍ୟକ୍ଷମ ହେଉଛି । ଏଠାରେ ସାମାଜିକ ଦୂରତ୍ବ ପାଳନ କରାଯାଉଥିବାବେଳେ ସମସ୍ତ ଶ୍ରମିକମାନେ ମାସ୍କ ପିନ୍ଧି କାର୍ଯ୍ୟ କରୁଛନ୍ତି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

କରୋନାରେ ସଂକ୍ରମିତ ହେଲେ ମହାରାଷ୍ଟ୍ର ସରକାରଙ୍କ ମନ୍ତ୍ରୀ ଜିତେନ୍ଦ୍ର ଅହ୍ବାଡ

ମୁମ୍ବାଇ : ମହାରାଷ୍ଟ୍ର ସରକାରଙ୍କ ମନ୍ତ୍ରୀ ଜିତେନ୍ଦ୍ର ଅହ୍ବାଡ ଏବେ କରୋନାରେ ସଂକ୍ରମିତ ହୋଇଛନ୍ତି । ନିକଟରେ ଜିତେନ୍ଦ୍ରଙ୍କ 14 ଜଣ କର୍ମଚାରୀଙ୍କ ସମେତ 5 ଜଣ ସୁରକ୍ଷା କର୍ମୀଙ୍କଠାରେ କରୋନା ପଜିଟିଭି ଚିହ୍ନଟ ହୋଇଥିଲେ । ଏହାପରଠାରୁ ମନ୍ତ୍ରୀ କ୍ବାରେଣ୍ଟିନ୍‌ରେ ରହିଥିଲେ । ମହାରାଷ୍ଟ୍ରର ପ୍ରଥମ ମନ୍ତ୍ରୀ ଭାବେ ସେ କରୋନାରେ ସଂକ୍ରମିତ ହୋଇଛନ୍ତି ଜିତେନ୍ଦ୍ର । ପୂର୍ବରୁ ଜିତେନ୍ଦ୍ରଙ୍କ ଅହ୍ବାଡଙ୍କ ସମ୍ପର୍କରେ ଆସିଥିବା ପୂର୍ବତନ ସାଂସଦ ମଧ୍ୟ କରୋନାରେ ସଂକ୍ରମିତ ହୋଇଥିଲେ । ଏହି ସାଂସଦ ଜଣକ ହେଉଛନ୍ତି ଥାନେର ପୂର୍ବତନ ସାଂସଦ ଆନନ୍ଦ ପରାଞ୍ଜପେ ।

ମହାରାଷ୍ଟ୍ରରେ କରୋନା ସ୍ଥିତି ବେଶ୍‌ ଉଦ୍‌ବେଗଜନକ ରହିଛି । ଏଠାରେ ସର୍ବାଧିକ ଆକ୍ରାନ୍ତ ଓ ମୃତ୍ୟୁ ରହିଥିବାବେଳେ ମହାରାଷ୍ଟ୍ର ସରକାରର ଆବାସ ମନ୍ତ୍ରୀ ଜିତେନ୍ଦ୍ର ଆହ୍ବାଡ ଏବେ କ୍ବାରେଣ୍ଟିନ୍‌ରେ । ମିଳିଥିବା ସୂଚନା ଅନୁସାରେ ମନ୍ତ୍ରୀ ଜିତେନ୍ଦ୍ରଙ୍କ 14 ଜଣ କର୍ମଚାରୀଙ୍କ ସମେତ 5ଜଣ ସୁରକ୍ଷା କର୍ମୀଙ୍କଠାରେ କରୋନା ପଜିଟିଭି ଚିହ୍ନଟ ହୋଇଥିଲା । ସେହିପରି ଅନ୍ୟ 9 ଜଣ କର୍ମଚାରୀ ତାଙ୍କର ବ୍ୟକ୍ତିଗତ କର୍ମଚାରୀ, ଘରର ଚାକର ଓ ପାର୍ଟିର କାର୍ଯ୍ୟକର୍ତ୍ତା ପ୍ରମୁଖ ସାମିଲ୍‌ ରହିଥିଲେ । ଏହି ସମସ୍ତଙ୍କର କରୋନା ଟେଷ୍ଟ ପଜିଟିଭ୍‌ ଆସିଛି । । ଏନ୍‌ସିପି ନେତାର ଜିତେନ୍ଦ୍ର ଜଣେ କରୋନା ପଜିଟିଭ୍‌ ସମ୍ପର୍କରେ ଆସିଥିବାର ସୂଚନା ଦେଇଥିଲେ । ଜିତେନ୍ଦ୍ର ଥାନେ ଜିଲ୍ଲାର କାଲ୍‌ବା-ମୁମ୍ବ୍ରା ବିଧାନସଭାରୁ ପ୍ରତିନିଧିତ୍ବ କରନ୍ତି । ସେ ଲକ୍‌ଡାଉନ୍‌କୁ ନିୟମକୁ ମାନି ଘରେ ରହିବାକୁ ଅପିଲ୍‌ କରିଛି ।

ସେହିପରି ମୁମ୍ବାଇର କେନ୍ଦ୍ରୀୟ ସାମାଜିକ ନ୍ୟାୟ ଅଧିକାରିତା ମନ୍ତ୍ରୀ ରାମଦାସ ଅଠାଓ୍ବଲେଙ୍କ ଆବାସରେ ନିୟୋଜିତ ଥିବା ଜଣେ କନେଷ୍ଟବଳ କରୋନାରେ ସଂକ୍ରମିତ ହୋଇଛନ୍ତି । ସେହିପରି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ଆବାସରେ ନିୟୋଜିତ ଥିବା ଦୁଇ ମହିଳା ପୋଲିସ୍‌ କର୍ମୀ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ପୁଣି ଏକ ହସ୍ପିଟାଲର 6 ଜଣ ସ୍ବାସ୍ଥ୍ୟ କର୍ମୀ କରୋନାରେ ସଂକ୍ରମିତ

ନୂଆଦିଲ୍ଲୀ : ଦେଶରେ କରୋନା ଜନିତ ସଂକଟ ବଢିବାରେ ଲାଗିଛି ।କରୋନା ଯୁଦ୍ଧରେ ଯୋଦ୍ଧା ସାଜିଥିବା ସ୍ବାସ୍ଥ୍ୟକର୍ମୀମାନେ ମଧ୍ୟ ଏବେ କରୋନା କବଳରେ ପଡିଯାଉଛନ୍ତି । ପୁଣିଥରେ ଦିଲ୍ଲୀର 6 ଜଣ ସ୍ବାସ୍ଥ୍ୟକର୍ମୀଙ୍କଠାରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛି । ମିଳିଥିବା ସୂଚନା ଅନୁସାରେ ଲେଡି ହାର୍ଡିଂ ହସ୍ପିଟାଲର କିଛି ସ୍ବାସ୍ଥ୍ୟ କର୍ମୀ କରୋନାରେ ସଂକ୍ରମିତ ହୋଇଛନ୍ତି । ଦୁଇ ଡାକ୍ତରଙ୍କ ସମେତ 6 ସ୍ବାସ୍ଥ୍ୟ କର୍ମୀଚାରୀ କରୋନାରେ ସଂକ୍ରମିତ ହୋଇଛନ୍ତି । ସେହିପରି ଗୋଟିଏ ଦିନ ପୂର୍ବରୁ ତିନିଜଣ ସ୍ବାସ୍ଥ୍ୟ କର୍ମୀଙ୍କଠାରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲା ।

ଦେଶରେ ଲଗାତାର କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଉଥିବାବେଳେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା 15,700 ରହିଛି । ସେହିପରି ମୃତ୍ୟୁସଂଖ୍ୟା 500 ଡେଇଁ ସାରିଲାଣି । ଦିଲ୍ଲୀରେ ପ୍ରାୟ 1900 ଜଣ ସଂକ୍ରମିତ ହୋଇଥିବାବେଳେ 42ଜଣଙ୍କର ଜୀବନ ଯାଇଛି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ମୁମ୍ବାଇର ଏକ ଡାକ୍ତରଖାନାର 25 ଜଣ କର୍ମଚାରୀଙ୍କଠାରେ କରୋନା ପଜିଟଭ୍‌

ମୁମ୍ବାଇ : ମୁମ୍ବାଇର ଏକ ହସ୍ପିଟାଲ୍‌ର 25 ଜଣ କର୍ମଚାରୀ କରୋନାରେ ସଂକ୍ରମିତ ହୋଇଥିବାର ସୂଚନା ମିଳିଛି। ଏହି ସମସ୍ତଙ୍କୁ ହସ୍ପିଟାଲରେ ଆଇସିୟୁରେ ରଖାଯାଇଛି । ତେବେ ସମସ୍ତଙ୍କ ଅବସ୍ଥା ଏବେ ସ୍ଥିର ରହିଛି। ଏହି ସମସ୍ତ କର୍ମଚାରୀ ନିକଟରେ ଜଣେ କରୋନା ଆକ୍ରାନ୍ତଙ୍କ କଣ୍ଟାକ୍ଟରେ ଆସିଥିଲେ। ଏହି କର୍ମଚାରୀଙ୍କ ମଧ୍ୟରୁ ଯେଉଁମାନେ ହାଇ ରିସ୍କ୍‌ କଣ୍ଟାକ୍ଟସ୍‌ରେ ଆସିଛନ୍ତି ସେମାନଙ୍କୁ ହସ୍ପିଟାଲ୍‌ରେ କ୍ବାରେଣ୍ଟିନ୍‌ରେ ରଖାଯାଇଛି । ସେହିପରି ଲୋ – ରିସ୍କ କଣ୍ଟାକ୍ଟସ୍‌ ଆସିଥିବା କର୍ମଚାରୀଙ୍କୁ ହୋମ କ୍ବାରେଣ୍ଟିନ୍‌ରେ ରଖାଯାଇଛି ।

ଦେଶରେ ସବୁଠୁ ଅଧିକ କରୋନା ମାମଲା ମହାରାଷ୍ଟ୍ରର ହିଁ ଆସିଛି । ମହାରାଷ୍ଟ୍ରରେ 1985 ଜଣ କରୋନା ସଂକ୍ରମିତ ରହିଥିବାବେଳେ 149ଜଣଙ୍କର ମୃତ୍ୟୁ ହୋଇଛି । ଭାରତରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 324ରେ ପହଞ୍ଚିଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା 9352ରେ ପହଞ୍ଚିଛି । (ଏଜେନ୍ସି)