ଏନ୍‌ଡିଆରଏଫର 50 ଯବାନଙ୍କୁ କରୋନା

Published: Jun 9, 2020, 9:19 am IST

ଭୁବନେଶ୍ୱର: କଟକ ମୁଣ୍ଡଳୀ ଏନ୍‌ଡିଆରଏଫ୍‌ କ୍ୟାମ୍ପର 50 ଜଣ ଯବାନ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ଯବାନ୍‌ମାନେ ଆମ୍ପାନ୍‌ ଉଦ୍ଧାର କାର୍ଯ୍ୟ ପାଇଁ ପଶ୍ଚିମବଙ୍ଗ ଗସ୍ତ କରିଥିଲେ । ତିନି ଦିନ ପୂର୍ବରୁ ଏହି ଯବାନ ମାନେ ଓଡ଼ିଶାରେ ପହଞ୍ଚିବା ପରେ ସେମାନଙ୍କ ମଧ୍ୟରୁ ଜଣଙ୍କଠାରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲା । କିନ୍ତୁ ଗତକାଲି ଆଉ 49ଙ୍କଠାରେ ଏନ୍‌ଡିଆରଏଫ୍‌ ଯବାନ କରୋନାରେ ସଂକ୍ରମିତ ହୋଇଥିବାର ସୂଚନା ଦେଇଛନ୍ତି ଏନ୍‌ଡିଆରଏଫ୍‌ ଡିଜି । ପଶ୍ଚିମବଙ୍ଗରୁ ଆସି କ୍ବାରେଣ୍ଟିନ୍‌ରେ ରହିଥିଲେ । ଏମାନଙ୍କ ପାଖରେ କୌଣସି କରୋନା ଲକ୍ଷଣ ନଥିଲା ।  ସୂଚନାଯୋଗ୍ୟ, 167 ଜଣ ଏନ୍‌ଡିଆରଏଫ୍‌ ଯବାନ ଆମ୍ଫାନ ମୁକାବିଲା ପାଇଁ ପଶ୍ଚିମବଙ୍ଗ ଯାଇଥିଲେ ।  ପଶ୍ଚିମବଙ୍ଗରୁ ଫେରିବା ପରେ ସମସ୍ତେ କ୍ୱାରେଣ୍ଟିନ୍‌ରେ ଥିଲେ।

Related posts